ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଆର୍‌ବିଆଇ ଗଭର୍ନର

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁରୁବାର ରିଜର୍ଭ ବ୍ୟାଙ୍କ୍‌ ଗଭର୍ନର ଶକ୍ତିକାନ୍ତ ଦାସ ଲୋକସେବା ଭବନରେ ସାକ୍ଷାତ କରିବେ। ଏହି ବୈଠକ ସୌଜନ୍ୟମୂଳକ ବୋଲି କୁହାଯାଇଛି। ମୁଖ୍ୟମନ୍ତ୍ରୀ-ଗଭର୍ନରଙ୍କ ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ଅର୍ଥ ବିଭାଗ ଉଚ୍ଚ ପଦାଧିକାରୀ ଉପସ୍ଥିତ ରହିବେ।