ଆଜି ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ ଅଫିସ, ୯ା୨: ପବିତ୍ର ମାଘ ପୂର୍ଣ୍ଣିମା ତିଥିରେ ରବିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ସରିବା ପରେ ପୁଷ୍ପାଳକ ସେବକମାନେ ଦାରୁବିଗ୍ରହଙ୍କୁ ଏହି ବେଶ କରିବେ। ଏହି ବେଶ ଥାଇ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ଏବଂ ସନ୍ଧ୍ୟାଧୂପ ନୀତି ହେବ। ଏହାପରେ ବେଶ ଓଲାଗି ହୋଇ ଅନ୍ୟାନ୍ୟ ନୀତି କରାଯିବ। ଗଜ ଉଦ୍ଧାରଣ ବେଶରେ ଠାକୁରଙ୍କୁ ଖିରି ଏବଂ ଅମାଲୁ ଭୋଗ ଲାଗିହୋଇଥାଏ।