ଆଜି ବିନା ସୂଚନାରେ ରାଜ୍ୟକୁ ଆସୁଛନ୍ତି ୨୦ ହଜାରରୁ ଅଧିକ ପ୍ରବାସୀ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ତେଲଙ୍ଗାନାରୁ ଶନିବାର ରାତିରୁ ଓଡ଼ିଶାକୁ ୧୨ଟି ସ୍ବତନ୍ତ୍ର ଟ୍ରେନ୍‌ ବାହାରିଛି। ଏହି ଟ୍ରେନ୍‌ ବିଷୟରେ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଭାରତୀୟ ରେଳବାଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏ ନେଇ ସୂଚନା ମିଳିଛି। ୨୦ହଜାରୁ ଅଧିକ ପ୍ରବାସୀ ପାଖାପାଖୀ ସମୟରେ ରାଜ୍ୟରେ ପହଞ୍ଚିବେ। ଏନେଇ କୌଣସି ବିଧିବଦ୍ଧ ସୂଚନା ନାହିଁ। ଏଣୁ ସରକାର ଯୋଗାଇ ଆସୁଥିବା ସୁବିଧା ସେମାନଙ୍କୁ ଯୋଗାଇ ଦିଆଯାଇ ନ ପାରେ। ଫଳରେ ପ୍ରବାସୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଏଣୁ ବିନା ସୂଚନାରେ ଆସିଲେ, ପୂର୍ବରୁ ସୂଚନା ଦିଅନ୍ତୁ। ପ୍ରବାସୀ ଓଡ଼ିଆଙ୍କୁ ପଠାଇବାର ଥିଲେ ଆଗକୁ ସୂଚନା ଦେବାରେ ସାହାଯ୍ୟ କରନ୍ତୁ। ଫଳରେ ପ୍ରବାସୀମାନେ ସେମାନେ ଅସୁବିଧାର ସମ୍ମୁଖୀନ ନ ହେବେ ତାହାର ବ୍ୟବସ୍ଥା କରିହେବ। ବିନା ସୂଚନାରେ ପହଞ୍ଚିଲେ ହଇରାଣ ହେବେ। ଏଣୁ ରାଜ୍ୟକୁ ଆଗୁଆ ସୂଚନା ଦେବାକୁ ଚେଷ୍ଟା କରନ୍ତୁ ବୋଲି ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି।