ଆଜି ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସ

ପାରାଦୀପ, ୩।୧ (ସ୍ବ.ପ୍ର.) ପୂର୍ବ କ୍ଷେତ୍ରର ପ୍ରବେଶପଥ କୁହାଯାଉଥିବା ଓଡ଼ିଶାର ଏକମାତ୍ର ସରକାରୀ ବୃହତ୍‌ ବନ୍ଦର ପାରାଦୀପ ଶୁକ୍ରବାର ପାଳନ କରିବ ପ୍ରତିଷ୍ଠା ଦିବସ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ଏହି ଅବସରରେ ପାରାଦୀପ ପୋର୍ଟର ଗୋପବନ୍ଧୁ ଗ୍ରୀଡ୍‌ ସଂସଦ ପକ୍ଷରୁ ଶୁକ୍ରବାର ସକାଳେ ଏକ ରାଜ୍ୟସ୍ତରୀୟ ହାଫ୍‌ ମାରାଥନ୍‌ ଆୟୋଜିତ ହେବ। ପରେ ଆୟୋଜିତ ସଭାରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଇତିମଧ୍ୟରେ ପାରାଦୀପ ୫୮ ବର୍ଷ ଅତିକ୍ରାନ୍ତ କରି ୫୯ ବର୍ଷରେ ପାଦ ଥାପିଛି। ଅନେକ ସଫଳତାର ଶିଡ଼ି ଚଢ଼ି ଦେଶର ଦ୍ୱିତୀୟ ବୃହତ୍‌ ବନ୍ଦର ଭାବେ ଖ୍ୟାତି ପାଇଛି। ବର୍ତ୍ତମାନର ପ୍ରଚଳିତ ବ୍ୟବସ୍ଥା ବଜାୟ ରହିଲେ ଆଉ ମାତ୍ର ୩ ବର୍ଷ ମଧ୍ୟରେ ପାରାଦୀପ ବନ୍ଦର ଦେଶର ୧ ନମ୍ବର ସ୍ଥାନକୁ ଉନ୍ନୀତ ହେବ ବୋଲି ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ଏକାଧିକ ସଭାରେ କହିଛନ୍ତି। ସୂଚନାଥାଉ କି, ୧୯୬୩ ଜାନୁୟାରୀ ୩ ରେ ତତ୍କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ଏହି ବନ୍ଦରର ଭିତ୍ତିପ୍ରସ୍ତର ପଡ଼ିଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହାକୁ ସ୍ଥାପନା ବେଳେ କହିଥିଲେ ଏହା ହିଁ ମହାଜାତିର ନିର୍ଦ୍ଦେଶ। ଯହା ଏବେ ବି ପ୍ରତିଷ୍ଠା ଫଳକରେ ଲିପିବଦ୍ଧ ଅଛି। ସେତେବେଳେ ଓଡ଼ିଶା ସରକାର ନିଜସ୍ବ ଖର୍ଚ୍ଚରେ ବନ୍ଦର କାମ ଆରମ୍ଭ କରିଥିଲେ। ରାଜକୋଷରୁ ୧୬ କୋଟି ଟଙ୍କା ଖର୍ଚ୍ଚ ହେବାରୁ ରାଜ୍ୟ ସରକାର ଦେବାଳିଆ ସ୍ଥିତିକୁ ଚାଲିଗଲେ। ୧୯୬୬ ଏପ୍ରିଲ୍‌ ୧୮ରେ ପାରାଦୀପ ବନ୍ଦରକୁ କେନ୍ଦ୍ର ସରକାର ନେବା ସହ ବୃହତ୍‌ ବନ୍ଦର ଘୋଷଣା କରିଥିଲେ। ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ବେଳେ ଏହାର ନାମ ଥିଲା ପାରାଦୀପ ପୋର୍ଟ ପ୍ରୋଜେକ୍ଟ। କେନ୍ଦ୍ର ସରକାର ନାମ ବଦଳାଇ ପାରାଦୀପ ପୋର୍ଟ କରିଛନ୍ତି। ବନ୍ଦର ପାଇଁ ରାଜ୍ୟ ସରକାର ୬୮୦୭ ଏକର ଜାଗା ଦେଇଥିଲେ ହେଁ ଅଦ୍ୟାବଧି ତାହା ପାରାଦୀପ ବନ୍ଦରକୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରାଯାଇନାହିଁ। ଏକର ପିଛା ୧ ଟଙ୍କା ହିସାବରେ ଓଡ଼ିଶା ସରକାର ରାଜସ୍ବ ପାଉଛନ୍ତି। ଜମି ହସ୍ତାନ୍ତର ପ୍ରକ୍ରିୟା ସମାଧାନ ହୋଇ ନଥିବାରୁ ଅଧିକାଂଶ ସମୟରେ ରାଜ୍ୟ-କେନ୍ଦ୍ର ପ୍ରଶାସନ ମୁହଁାମୁହିଁ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୮ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri