ଆମେରିକା ସେନାକୁ ଟିକ୍‌ଟକ୍‌ ଡର

ଓ୍ବାଶିଂଟନ,୩ା୧(ଆଇଏଏନ୍‌ଏସ୍‌): ଆମେରିକା ସୈନ୍ୟମାନେ ଏଣିକି ଟିକ୍‌ଟକ୍‌ ଆପ୍‌ ବ୍ୟବହାର କରିପାରିବେ ନାହିଁ। ଚାଇନା ଦ୍ୱାରା ବିକଶିତ ଏହି ଶର୍ଟ ଭିଡିଓ-ମେକିଙ୍ଗ୍‌ ଆପ୍‌ ଦ୍ୱାରା ଫୋନ୍‌ର ସୁରକ୍ଷା ବିପଦରେ ପଡ଼ୁଥିବା ଦର୍ଶାଇ ଆମେରିକା ସେନା ପକ୍ଷରୁ ଗୁରୁବାର ଏହା ଉପରେ କଟକଣା ଜାରି କରାଯାଇଛି। ଆମେରିକାର ନ୍ୟୁଜ ପୋର୍ଟାଲ ମିଲିଟାରି ଡଟ୍‌ କମ୍‌ରେ ସେନା ମୁଖପାତ୍ର ଲୁଟ୍‌ନାଣ୍ଟ କଲୋନେଲ ରବିନ ଓଚୋଆ କହିଛନ୍ତି, ଟିକ୍‌ଟକ୍‌କୁ ଏକ ସାଇବର ବିପଦ ବୋଲି ବିବେଚନା କରାଯାଉଛି। ସରକାରୀ ଫୋନ୍‌ଗୁଡ଼ିକରେ ଏହି ଆପ୍‌କୁ ବ୍ୟବହାର ପାଇଁ ଅନୁମତି ଦିଆଯିବ ନାହିଁ। ଏହି ଭିଡିଓ ପ୍ରସ୍ତୁତକାରୀ ଆପ୍‌ ଆମେରିକାର ଜାତୀୟ ସୁରକ୍ଷା ପାଇଁ ଏକ ଚ୍ୟାଲେଞ୍ଜ। ଦେଶର ନାଗରିକଙ୍କୁ ପ୍ରଭାବିତ କରିବା ପାଇଁ ଏହା ବ୍ୟବହାର ହୋଇପାରେ ବୋଲି ଉଦ୍‌ବେଗ ପ୍ରକାଶ ପାଇବା ପରେ ଏପରି ପଦକ୍ଷେପ ନିଆଯାଇଛି। ତେବେ କୌଣସି ସୈନ୍ୟ ନିଜ ବ୍ୟକ୍ତିଗତ ମୋବାଇଲ ଫୋନରେ ଟିକ୍‌ଟକ୍‌ ବ୍ୟବହାର କଲେ ଆପତ୍ତି ନାହିଁ। ହେଲେ କୌଣସି ସନ୍ଦିଗ୍ଧ ମେସେଜ ବା ଲିଙ୍କ୍‌ ଆସିଲେ ତାକୁ ଅଣଦେଖା କରାଯିବା ଉଚିତ ବୋଲି ସେନା ପକ୍ଷରୁ କୁହାଯାଇଛି। ଗତମାସରେ ଆମେରିକା ନୌସେନା ଓ ପ୍ରତିରକ୍ଷା ବିଭାଗ ନିଜ ନିଜ କର୍ମଚାରୀଙ୍କୁ ଏହି ଆପ୍‌ରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକାଶ ଯେ, ବିଶ୍ୱର ପ୍ରାୟ ୧.୫ ବିଲିୟନ ଲୋକ ଟିକ୍‌ଟକ୍‌ ଆପ୍‌ ଡାଉନ୍‌ଲୋଡ୍‌ କରିସାରିଲେଣି। ଭାରତ ଓ ଚାଇନା ପରେ ଆମେରିକାରେ ଏହାର ୟୁଜର୍ସ ସର୍ବାଧିକ। କେବଳ ଆମେରିକା ବଜାରରେ ୩୭.୬ ନିୟୁତ ଲୋକ ଏହାକୁ ବ୍ୟବହାର କରୁଛନ୍ତି। ଗତ ନଭେମ୍ବରରେ ପ୍ରଥମ ଚାଇନା କମ୍ପାନୀ ଭାବେ ଟିକ୍‌ଟକ୍‌ ଆମେରିକାର ଆପଲ୍‌ ଆପ୍‌ ଷ୍ଟୋରରେ ପହଞ୍ଚତ୍ଥିଲା। ଏହାର ସର୍ଭର ଚାଇନା ଭିତ୍ତିକ ନୁହେଁ, ବରଂ ଯେଉଁ ଦେଶରେ ଆପ୍‌ ଉପଲବ୍ଧ ଅଛି ସେଠାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରୋ ମୁଖ୍ୟାଳୟ ଉଡାଇ ଦେବାକୁ ଆସିଲା ଧମକ: ତଦନ୍ତ ଆରମ୍ଭ

ବେଙ୍ଗାଲୁରୁ,୨।୭: ବେଙ୍ଗାଲୁରୁରେ ଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ମୁଖ୍ୟାଳୟ ଉଡାଇଦେବାକୁ ଧମକ ମିଳିଛି। ଇସ୍ରୋ ମୁଖ୍ୟାଳୟକୁ ଇମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଛି। ଏହାପରେ…

ପ୍ୟାଣ୍ଟ କାଢି…ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨।୭: ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବଙ୍କୁ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ…

ଆନ୍ଦୋଳନରେ ଡାକ୍ତର, ହଇରାଣ ହେଉଛନ୍ତି ଗରିବ ରୋଗୀ

ପଦ୍ମପୁର,୨ା୭(ପ୍ରଦୀପ୍ତ ଦାଶ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

‘ଅଦୃଶ୍ୟ ସହ ବିପଜ୍ଜନକ’: ଆଇନଗତ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା(AI)ର ବ୍ୟବହାର ବିରୁଦ୍ଧରେ ଚେତାବନୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୭: ନ୍ୟାୟିକ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ନ୍ୟାୟାଳୟ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (NCLT) ଏବଂ…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ । ବିଇଓ ଗୁରୁବାର ଦିନ…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri