ଆଜି ଧନତେରସ; ଶୋ’ରୁମ ଦେଉଛନ୍ତି ଆକର୍ଷଣୀୟ ରିହାତି

ଭୁବନେଶ୍ୱର,୨୫-୧୦(ବ୍ୟୁରୋ): ଧନତେରସରେ ସୁନା କିଣିଲେ ଶୁଭ ବୋଲି ସାଧାରଣରେ ବିଶ୍ୱାସ ରହିଛି। ଚଳିତ ବର୍ଷ ଶୁକ୍ରବାର ଧନତେରାସ ପଡୁଥିବାରୁ ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ରାଜ୍ୟର ପ୍ରମୁଖ ଶୋ’ରୁମଗୁଡିକ ପ୍ରସ୍ତୁତ ହୋଇଛନ୍ତି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ମନଲୋଭା ଅଫର ସହ ଅନ୍ୟାନ୍ୟ ଗ୍ରାହକ କୈନ୍ଦ୍ରିକ ପଦକ୍ଷେପ ଏମାନେ ଗ୍ରହଣ କରିଥିବା ଜଣାପଡିଛି। ହେଲେ ବୁଧବାରଠାରୁ ବର୍ଷା ଲାଗି ରହିଥିବାରୁ ଏହା କାରବାର ଉପରେ କି ପ୍ରଭାବ ପକାଇଛି ତାହା ଦେଖିବାକୁ ବାକି ରହିଲା। ଏହି ସମୟରେ ସବୁ ବର୍ଗ କିଛି କିଛି ସୁନା କିଣିବାକୁ ପସନ୍ଦ କରିଥାନ୍ତି। ବଜାରରେ ମାନ୍ଦାବସ୍ଥା ଥିବାରୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ଜୁଏଲର୍ସ ବିଭିନ୍ନ ଅଫର ଡିଜାଇନ କରିଥିବା ଜଣାପଡିଛି। ମଧ୍ୟମବର୍ଗ ପରିବାରଗୁଡିକର ସୁନା କ୍ରୟକୁ ଧ୍ୟାନରେ ରଖି ସ୍ବତନ୍ତ୍ର ଡିଜାଇନର ଗହଣା ମଧ୍ୟ ବଜାରକୁ ଆସିଛି। ଲାଇଟଓ୍ବେଟ ଜୁଏଲେରିକୁ ମଧ୍ୟମବର୍ଗ ପରିବାରଗୁଡିକ ବେଶ୍‌ ପସନ୍ଦ କରୁଥିବା ଜଣାପଡିଛି।
ଜୁଏଲର୍ସଙ୍କ ସୂଚନା ମୁତାବକ, ନିତିଦିନିଆ ବ୍ୟବହାର ଲାଗି ବଜାରରେ ୧୮ କ୍ୟାରେଟ ସୁନାର ଗହଣା ଆସିଛି। ଏହାକୁ ଗ୍ରାହକ ଚୟନ କରିପାରିବେ। ୨୪ କ୍ୟାରେଟ ସୁନା ବଜେଟ ସାଧାରଣତଃ ଅଧିକ ରହୁଥିବାରୁ ଏହାକୁ କିଛି ବର୍ଗର ଲୋକ ପସନ୍ଦ କରୁଛନ୍ତି। ଏକ୍ଷେତ୍ରରେ ୨୨ କ୍ୟାରେଟ ସୁନା ଲୋକଙ୍କର ଅଧିକ ପସନ୍ଦଯୋଗ୍ୟ ହେଉଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୨୨ କ୍ୟାରେଟ ସୁନା ଗହଣାର ମୂଲ୍ୟ ବଢିଥିବା ଜଣାପଡିଛି। ଏହି ସମୟରେ ଶୋ’ରୁମ୍‌ଗୁଡିକରେ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି। ଅନ୍ୟତମ ପ୍ରମୁଖ ଜୁଏଲର୍ସ ଅରୁନ୍ଧତୀ ଜୁଏଲର୍ସ ସର୍ବଶ୍ରେଷ୍ଠ ଧନତେରସ୍‌ ଅଫର ଆଣିଛି। ହଲ୍‌ମାର୍କ ସୁନାଗହଣା କ୍ରୟରେ ଗ୍ରାହକ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇବେ। ପ୍ରତି କ୍ରୟରେ ମାଗଣା ଗୋଲ୍ଡ କଏନ, ସିଲଭର କଏନ, ଲଣ୍ଡନ ଭ୍ରମଣ ଏବଂ ଲକ୍ଷପତି ହେବାର ସୁଯୋଗ ରହିଛି। ସେହିଭଳି ପ୍ରମୁଖ ଜୁଏଲେରି ଚେନ୍‌ ଖିମଜୀ ଧନତେରସ ଅଫରରେ ସୁନା ଗହଣାର ମୋଟ ମୂଲ୍ୟରେ ୫.୪% ଫ୍ଲାଟ ରିହାତି ଦେଉଛି। ହୀରା ଉପରେ ଫ୍ଲାଟ ୨୦% ରିହାତି ଏବଂ ରୁପା ଗହଣାର ଗଢାମୂଲ୍ୟରେ ଫ୍ଲାଟ ୫୦% ରିହାତି ରହିଛି। ୯୯୯ ସ୍କିମରେ ଗୋଲ୍ଡ ଏବଂ ସିଲଭର କଏନ ସହ ବାଏ ବ୍ୟାକ୍‌ ଗ୍ୟାରେଣ୍ଟି ଖିମଜୀ ପ୍ରଦାନ କରୁଛି।
ତନିଷ୍କ ପକ୍ଷରୁ ଦୀପାବଳି ଅଫରରେ ଗ୍ରାହକ ସୁନାଗହଣାର ଗଢା ମୂଲ୍ୟରେ ୨୫% ପର୍ଯ୍ୟନ୍ତ ରିହାତି ପାଇପାରିବେ। ହୀରା ଗହଣା ମୋଟ ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ରହିଛି। ଏହା ନୂଆ ଭିରାସତ କଲେକ୍ସନ ଆଣିଛି। କଲ୍ୟାଣ ଜୁଏଲର୍ସ ଏହାର ଶୋ’ରୁମଗୁଡିକରେ ୩ ଲକ୍ଷ ଗୋଲ୍ଡ କଏନ ପ୍ରଦାନ କରିବାର ବ୍ୟବସ୍ଥା କରିଛି। ସାପ୍ତାହିକ ଲକି ଡ୍ର ସହ ଭାଗ୍ୟଶାଳୀ ବିଜେତା ଏବଂ ସୁନାଗହଣାର ଗଢାମୂଲ୍ୟ ୧୯୯ ଟଙ୍କାରୁ ଆରମ୍ଭ ହେଉଛି। ଷ୍ଟଡେଡ ଜୁଏଲେରି କ୍ରୟରେ ମାଗଣା ଗୋଲ୍ଡ କଏନ, ବିଗ୍‌ ଡାଇମଣ୍ଡ ସେଲ୍‌ ଫ୍ଲାଟ ୨୦% ରିହାତି ଏହା ଦେଉଛି। ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପକ୍ଷରୁ ଧନତେରସ ଧନବୃଦ୍ଧି ଉତ୍ସବ ଆଣିଛି। ପ୍ଲାଟିନମ ଅଳଙ୍କାର ଗଢା ମୂଲ୍ୟ ଉପରେ ୨୦%, ସୁନା, ରୁପା ଅଳଙ୍କାର ଉପରେ ଅଫର ସହ ଏସ୍‌ବିଆଇ କ୍ରେଡିଟ କାର୍ଡରେ ୫% ଅଫର ଏହା ଦେଉଛି। ସେହିଭଳି ରିଲାଏନ୍ସ ଜୁଏଲଲ୍ସ ନୂୂଆ ଅତୁଲ୍ୟ କଲେକ୍ସନ ଆଣିଛି। ସୁନା ଗହଣା ଗଢାମୂଲ୍ୟ ଉପରେ ଫ୍ଲାଟ ୨୫% ରିହାତି, ହୀରା ଗହଣା ଉପରେ ୨୫% ପର୍ଯ୍ୟନ୍ତ, ସୁନା କଏନ ଗଢଣ ଉପରେ ଫ୍ଲାଟ ୨୫%, ସୁନାଗହଣାର ଗଢାମୂଲ୍ୟ ଏବଂ ହୀରା ଗହଣା ମୂଲ୍ୟ ବାବଦ ୫ ଲକ୍ଷ ଇନଭଏସରେ ଅତିରିକ୍ତ ୫% ରିହାତି ସୁବିଧା ପ୍ରଦାନ କରାଯାଉଥିବା ଶୋ’ରୁମ୍‌ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri