ଆଜି ଛାଡ଼ଖାଇ: ଆମିଷ ବଜାରରେ ପ୍ରବଳ ଭିଡ

ଭୁବନେଶ୍ୱର,୧୩।୧୧: ଆଜି ରାଜ୍ୟରେ ଛାଡଖାଇ ପାଳନ କରାଯାଉଛି। ଗତ ଏକ ମାସ ହେବ ନିରାମିଷ ଭୋଜନ କରିଥିବା ଲୋକେ ଆଜି ଆମିଷ ଖାଇବେ। ଏନେଇ ଆମିଷ ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଆଜି ବୁଧବାର ଥିବାରୁ ଭୋରରୁ ମାାଛ, ମାଂସ ଦୋକାନରେ ଲମ୍ବା ଲାଇନ୍‌ ଲାଗିଛି। ଆଉ ଗ୍ରାହକଙ୍କ ଉତ୍ସାହକୁ ଦେଖି ଆମିଷ ବଜାରରେ ମଧ୍ୟ ବିଭିନ୍ନ ଭେରାଇଟ୍‌ର ମାଛ ମିଳୁଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ମାକେର୍ଟରେ ଆମିଷର ଚାହିଦା ଦେଖି ଦର ବି କିଛିଟା ଅଧିକ ରହିଛି। ଭୁବନେଶ୍ୱରର ୟୁନିଟ ୪ ମାଛ ବଜାର, ଡମଣା, ଚନ୍ଦ୍ରଶେଖରପୁର, ରସୁଲଗଡ ଭଳି ବିଭିନ୍ନ ବଜାରରେ ମାଛ କିଣିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ସେହିପରି କଟକ, ବ୍ରହ୍ମପୁର, ବାଲେଶ୍ୱର, ସମ୍ବଲପୁର, ରାଉରକେଲା, ଜୟପୁର ଭଳି ସହରରେ ଆମିଷ ମାର୍କେଟରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି।