ଆଜି ଆସୁଛନ୍ତି ରାଷ୍ଟ୍ରପତି : ପୂର୍ବ ନିର୍ଦ୍ଧାରିତ ଗସ୍ତ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡ଼ିଶା ଆସୁଛନ୍ତି। ଦିଲ୍ଲୀରୁ ସ୍ବତନ୍ତ୍ର ବିମାନ ଯୋଗେ ଆସି କେତେକ କାର୍ଯ୍ୟକ୍ରମରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ତେବେ ପୂର୍ବ ନିର୍ଦ୍ଧାରିତ ଗସ୍ତ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ରାଷ୍ଟ୍ରପତି ସନ୍ଧ୍ୟା ୬ଟା ୩୦ ପରିବର୍ତ୍ତେ ଅପରାହ୍ନ ୨ଟା ୩୦ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚତ୍ବେ। ସେଠାରେ ତାଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବେ। ଏହାପରେ ସିଧା ହେଲିକପ୍ଟର ଯୋଗେ ବ୍ରହ୍ମପୁରର ଗୋପାଳପୁର ଆର୍ମି ଏଡି କଲେଜ ଅଭିମୁଖେ ଯିବେ। ରାଷ୍ଟ୍ରପତି ସେଠାରେ ରାତ୍ରିଯାପନ କରିବେ। ଶନିବାର କଲେଜର ପାସିଂଆଉଟ୍‌ ସେରିମନିରେ ଯୋଗଦେଇ କ୍ୟାଡେଟ୍‌ମାନଙ୍କୁ ଫ୍ଲାଗ୍‌ ପ୍ରଦାନ କରିବେ। ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱରରେ ପହଞ୍ଚତ୍ ସିଧା ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି। ତେବେ ରାଷ୍ଟ୍ରପତି କୋବିନ୍ଦଙ୍କ ଗସ୍ତ ପରିପ୍ରେକ୍ଷୀରେ ବ୍ଲ୍ୟୁ-ବୁକ୍‌ ଅନୁସାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ଓ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି। ଯଦି ପାଗ ଖରାପ ରହିବ ତେବେ ରାଷ୍ଟ୍ରପତି ବାଇ ରୁଟ୍‌ ଦେଇ ବ୍ରହ୍ମପୁର ଯିବେ। ରାଷ୍ଟ୍ରପତିଙ୍କୁ କାର୍‌କେଡ୍‌ ମାଧ୍ୟମରେ ଖଣ୍ଡଗିରିରୁ ଖୋର୍ଦ୍ଧା ଦେଇ ବ୍ରହ୍ମପୁର ଯିବାର ବିକଳ୍ପ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।