ଆଜିର ଅର୍ଥନୀତି/ ସହରୀ ଗରିବଙ୍କ ଉପରେ ମାଡ଼

ପ୍ରତ୍ୟେକ ରାଜ୍ୟ ସରକାର ସେମାନଙ୍କ ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ଫେରାଇ ଆଣିବାର ଦାୟିତ୍ୱ ହାତକୁ ନେଇଛନ୍ତି। କୋଭିଡ-୧୯ ବ୍ୟାପିବା ଓ ଶିିଳ୍ପ-କାରଖାନାଗୁଡ଼ିକ ବନ୍ଦ ହେବା ପରେ ପ୍ରବାସୀ ଶ୍ରମିକମାନେ ବେକାର ହୋଇଯାଇଥିଲେ। ଏହି ସଙ୍କଟକୁ ଆହୁରି ଜଟିଳ କରିଦେଇଥିଲା ପ୍ରଧାନମନ୍ତ୍ରୀଙ୍କ ହଠାତ୍‌ ଜାତୀୟ ଲକ୍‌ଡାଉନ୍‌ ଘୋଷଣା। ବେକାର ଶ୍ରମିକମାନଙ୍କୁ ଏଥିପାଇଁ ପ୍ରସ୍ତୁତ ହେବାକୁ ଅତି ବେଶିରେ ଚାରିଘଣ୍ଟା ସମୟ ମିଳିଥିଲା। ଟ୍ରେନ୍‌ ଓ ବିମାନ ସେବା ବନ୍ଦ କରି ଲକ୍ଷ ଲକ୍ଷ ଶ୍ରମିକଙ୍କୁ ସେମାନଙ୍କ କର୍ମକ୍ଷେତ୍ରରେ ଅଟକି ରହିବାକୁ ବାଧ୍ୟ କରାଯାଇଥିଲା। ଫଳରେ ଶ୍ରମିକମାନେ ହତାଶ ହୋଇ ହଜାର ହଜାର କିଲୋମିଟର ପାଦରେ ଚାଲିଚାଲି କିମ୍ବା ସାଇକେଲ ଚଳାଇ ଘରେ ପହଞ୍ଚିବାକୁ ଚେଷ୍ଟା କରିବାର ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ପରିପ୍ରେକ୍ଷୀରେ ବସ୍‌ ଓ ଟ୍ରେନ୍‌ ମାଧ୍ୟମରେ ସେମାନଙ୍କ ପ୍ରତ୍ୟାବର୍ତ୍ତନକୁ ସୁଗମ କରିବା ପାଇଁ ରାଜ୍ୟ ସରକାରଗୁଡ଼ିକ ସମୟୋଚିତ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ ସୁପ୍ରିମ୍‌କୋର୍ଟ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅଟକି ରହିଥିବା ପ୍ରବାସୀମାନଙ୍କୁ ଚିହ୍ନଟ କରି ୧୫ ଦିନ ମଧ୍ୟରେ ସେମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟବସ୍ଥା କରିବାକୁ କହିଛନ୍ତି। ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନକାରୀ ପ୍ରବାସୀଙ୍କ ବିରୋଧରେ ପୋଲିସ ପଞ୍ଜୀକୃତ କରିଥିବା ମାମଲା ପ୍ରତ୍ୟାହାର କରିବାକୁ ମଧ୍ୟ କୋର୍ଟ ଆଦେଶ ଦେଇଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକୁ ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ଅନୁଯାୟୀ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମଧ୍ୟ କୁହାଯାଇଛି। ରାଜ୍ୟକୁ ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ପରେ ଦେଶରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ସରକାର ଠିକ୍‌ କରିଛନ୍ତି କି ନାହିଁ ତାହା ଉପରେ ବିଚାର କରିବାର ସମୟ ଏହା ନୁହେଁ। କିନ୍ତୁ ଯେଉଁଭଳି ଭାବରେ ଏହି କାର୍ଯ୍ୟ କରାଗଲା ତାହା ଆହୁରି ଭଲରେ କରାଯାଇପାରିଥାନ୍ତା। ରାଜ୍ୟ ସରକାରଗୁଡ଼ିକ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ଓ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ସାମୟିକ ରହଣି ପାଇଁ ଯେଉଁସବୁ ବ୍ୟବସ୍ଥା କରିଥିଲେ ତାହା ପର୍ଯ୍ୟାପ୍ତ ନୁହେଁ। ଉଦାହରଣ ସ୍ବରୂପ, ହାତରେ ଅନେକ ସମସ୍ୟା ଥିବାରୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ପ୍ରବାସୀଙ୍କ ରହଣି ବିଷୟ ବୁଝିବା ପାଇଁ ସରପଞ୍ଚମାନଙ୍କ ଉପରେ ଓଡିଶା ସରକାରଙ୍କ ଦାୟିତ୍ୱ ହସ୍ତାନ୍ତର ଏକ ବାଧ୍ୟବାଧକତା ହୋଇଥାଇପାରେ। କିନ୍ତୁ ପ୍ରଶାସନ ଦ୍ୱାରା ଏହାର ନିରନ୍ତର ମନିଟରିଂ କରାଯିବା ଦରକାର ଥିଲା। ଅନେକ ସ୍ଥାନରେ ଏହାର ବିପରୀତ ଫଳ ମିଳିଥିବାର ପ୍ରମାଣିତ ହୋଇଛି। ଓଡ଼ିଶା ଏ ପର୍ଯ୍ୟନ୍ତ ପାଞ୍ଚ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିଛି।
ସେମାନଙ୍କୁ ଏବେ କାମ ଯୋଗାଇଦେବା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ। ଉପା ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ପ୍ରମୁଖ କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଗ୍ରାମାଞ୍ଚଳର ଗରିବ ଓ ଭୂମିହୀନଙ୍କ ପାଇଁ ସହାୟକ ହୋଇଛି। ଗ୍ରାମାଞ୍ଚଳରେ ଏହି ଯୋଜନା ଅଧୀନରେ ସୃଷ୍ଟି ହୋଇଥିବା ଶ୍ରମ ଦିବସ ବହୁମାତ୍ରାରେ ବୃଦ୍ଧି ଘଟିଛି। ଏହି ଯୋଜନା ପ୍ରବାସୀ ଶ୍ରମିକମାନଙ୍କୁ ଉପକୃତ କରିଛି। କିନ୍ତୁ ସହରାଞ୍ଚଳର ଗରିବମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମରେ କିଛି ନାହିଁ, ଯେଉଁମାନେ କୋଭିଡ୍‌-୧୯ ଯୋଗୁ ଦୁର୍ଦ୍ଦଶାଗ୍ରସ୍ତ ହୋଇଛନ୍ତି। ଲକ୍ଷ ଲକ୍ଷ ଲୋକ ଯେଉଁମାନେ ସହରାଞ୍ଚଳରେ ରାସ୍ତାକଡ଼ରେ କ୍ୟାବିନ୍‌ ପକାଇ ଓ ଠେଲାଗାଡ଼ି କିମ୍ବା ସାଇକେଲରେ ବା ଋତୁକାଳୀନ ବେପାର କରି ଜୀବିକା ନିର୍ବାହ କରୁଥିଲେ ସେମାନେ ବେକାର ହୋଇଯାଇଛନ୍ତି। ବାରମ୍ବାର ଲକ୍‌ଡାଉନର ଅବଧି ବଢ଼ାଯିବା ଦ୍ୱାରା ସେମାନଙ୍କର ଦୁର୍ଦ୍ଦଶା ବୃଦ୍ଧି ପାଇଛି। ନିକଟରେ କେନ୍ଦ୍ର ଦ୍ୱାରା ଘୋଷିତ ନଗଦ ରାଶି ଏବଂ ଖାଦ୍ୟ ଶସ୍ୟ ପ୍ରଦାନ ଯୋଜନା କେବଳ ରାଶନ୍‌ କାର୍ଡ ଥିବା ଲୋକଙ୍କ ପାଇଁ ସୀମିତ ରହିଛି। ବହୁ ସଂଖ୍ୟକ ଲୋକ ଯେଉଁମାନେ ସହରାଞ୍ଚଳରେ ଉନ୍ନତ ସୁଯୋଗ ଖୋଜିବା ପାଇଁ ଗ୍ରାମାଞ୍ଚଳ ଛାଡିଛନ୍ତି, ଏହିପରି ଜରୁରୀ ପରିସ୍ଥିତିରେ ସେମାନଙ୍କ ପାଇଁ କିଛି ସୁଯୋଗ ନାହିଁ। ଅର୍ଥନୀତି ପୂର୍ବରୁ ବିପର୍ଯ୍ୟସ୍ତ ଥିଲା, କରୋନା ସଂକ୍ରମଣଜନିତ ଲକ୍‌ଡାଉନ ପୂର୍ବରୁ ମଧ୍ୟ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଶୁଷ୍କ ହୋଇଯାଇଥିଲା। ସହରାଞ୍ଚଳର ମଜୁରିକୁ ଅଧିକ ରଖୁଥିବା କୌଣସି ନିର୍ମାଣ କାର୍ଯ୍ୟ କିମ୍ବା ଏକ ଚଳଚଞ୍ଚଳ ସେବା ଶିଳ୍ପ ସେମାନଙ୍କ ପାଇଁ ନ ଥିଲା। ଲକ୍‌ଡାଉନ ସେମାନଙ୍କ ଜୀବିକା ଛଡ଼ାଇ ନେଇଛି। ସହରାଞ୍ଚଳର ଗରିବମାନେ ଗ୍ରାମାଞ୍ଚଳକୁ ଯିବାକୁ ବାଧ୍ୟ ହୋଇଛନ୍ତି କାରଣ ସହରଗୁଡ଼ିକରେ ସେମାନଙ୍କ ଲାଗି ରୋଜଗାର ସୃଷ୍ଟି ପାଇଁ କୌଣସି ଯୋଜନା ନାହିଁ। ସହରୀ ଗରିବଙ୍କ ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପରି ଏକ କାର୍ଯ୍ୟକ୍ରମ ଆରମ୍ଭ କରିବା ବିଷୟରେ ସରକାର ଚିନ୍ତା କରିବାର ଏହା ହେଉଛି ଉପଯୁକ୍ତ ସମୟ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର କାର୍ଯ୍ୟକାରିତାରେ ତ୍ରୁଟି ରହିବା ସତ୍ତ୍ୱେ ଏହା ଗ୍ରାମାଞ୍ଚଳର ଭୂମିହୀନ ଓ ଗରିବ ଲୋକଙ୍କୁ ସାହାଯ୍ୟ କରିଆସୁଛି। ସହରୀ ଗରିବଙ୍କ ପାଇଁ ଅନୁରୂପ ନିଶ୍ଚିତ କର୍ମନିଯୁକ୍ତିି ଯୋଜନା ପ୍ରବର୍ତ୍ତନ ପାଇଁ ଏହାଠାରୁ ଆଉ ଭଲ ସମୟ ଆସିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri