ଆଜିର ଅର୍ଥନୀତି/ ବୋଲକରା ଆର୍‌ବିଆଇ

ଦୀର୍ଘକାଳ ଧରି ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାର ମଧ୍ୟରେ ଟଣାଓଟରା ଚାଲିଥିଲା, ଯେଉଁଥିରେ ଦୁଇଜଣ ଆର୍‌ବିଆଇ ଗଭର୍ନରଙ୍କୁ ଆକସ୍ମିକଭାବେ ପଦତ୍ୟାଗ କରିବାକୁ ପଡ଼ିଥିଲା। କିନ୍ତୁ ଶେଷରେ ସରକାର କେନ୍ଦ୍ରୀୟ ବ୍ୟାଙ୍କକୁ ନିଜ ସୁବିଧା ଅନୁସାରେ ଚଳାଇବା ପାଇଁ ବାଟ ବାହାର କରିନେଇଛନ୍ତି। ରିଜର୍ଭ ବ୍ୟାଙ୍କ ତା’ର ୧.୭୬ ଲକ୍ଷ କୋଟି ଟଙ୍କାର ଉଦ୍‌ବୃତ୍ତ ପାଣ୍ଠି କେନ୍ଦ୍ର ସରକାରଙ୍କୁ ଦେବା ଲାଗି ରାଜି ହୋଇଯାଇଛି। ଏହି ବିପୁଳ ରାଶି ମଧ୍ୟରେ ଅଛି ୨୦୧୮-୧୯ ପାଇଁ ୧.୨୩ ଲକ୍ଷ କୋଟି ଟଙ୍କାର ଉଦ୍‌ବୃତ୍ତ (ଡିଭିଡେଣ୍ଡ) ଏବଂ ୫୨,୬୩୭ କୋଟି ଟଙ୍କାର ଅତିରିକ୍ତ ଜରୁରିକାଳୀନ ବ୍ୟବସ୍ଥା ପାଣ୍ଠି, ଯାହା ପୂର୍ବତନ ଆର୍‌ବିଆଇ ଗଭର୍ନର ବିମଲ ଜଲାନ୍‌ଙ୍କ ନେତୃତ୍ୱରେ ଗଠିତ ବିଶେଷଜ୍ଞ କମିଟି ଦ୍ୱାରା ଚିହ୍ନଟ ହୋଇଥିଲା ଏବଂ ଆର୍‌ବିଆଇ ବୋର୍ଡ ଦ୍ୱାରା ଗୃହୀତ ହୋଇଥିଲା। ଗତ କିଛିବର୍ଷ ଧରି କେନ୍ଦ୍ର ସରକାର ଓ ଆର୍‌ବିଆଇ ମଧ୍ୟରେ ଲାଗି ରହିଥିବା ଟଣାଓଟରାର ଏହାଦ୍ୱାରା ଏକପ୍ରକାର ପରିସମାପ୍ତି ଘଟିଛି। ଇତିମଧ୍ୟରେ ଆର୍‌ବିଆଇ ୨୮,୦୦୦ କୋଟି ଟଙ୍କାର ମଧ୍ୟବର୍ତ୍ତିକାଳୀନ ଡିଭିଡେଣ୍ଡ ପ୍ରଦାନ କରିସାରିଛି ଏବଂ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ୯୦,୦୦୦ କୋଟି ଟଙ୍କା ଆର୍‌ବିଆଇଠାରୁ ପାଇବାକୁ ବଜେଟରେ ଘୋଷଣା କରି ସାରିଛନ୍ତି। ଏଣୁ ବାକି ୫୮,୦୦୦ କୋଟି ଟଙ୍କା ହେଉଛି ସରକାରଙ୍କର ଅପ୍ରତ୍ୟାଶିତ ଆୟ। ବର୍ତ୍ତମାନର ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କର କେନ୍ଦ୍ର ସରକାରଙ୍କ ପ୍ରତି ସଦାକୃତଜ୍ଞ ଭାବ ଦୃଷ୍ଟିକୋଣରୁ ଏତେବଡ଼ ପରିମାଣ ପ୍ରଦାନ କରିବାର ନିଷ୍ପତ୍ତି ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ।
ଆର୍‌ବିଆଇ ଗଭର୍ନର ଦାସ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତଥା ନର୍ଥ ବ୍ଲକ୍‌ରେ ଥିବା ତାଙ୍କର ପୂର୍ବତନ ବସ୍‌ମାନଙ୍କୁ ଗଭର୍ନର ପଦରେ ନିଯୁକ୍ତି ପରଠାରୁ ସଦା ଖୁସି କରିବା ପାଇଁ ଚେଷ୍ଟା କରିଆସିଛନ୍ତି। ଗତ ଜାନୁୟାରୀ ମାସରୁ ଏପର୍ଯ୍ୟନ୍ତ ଆର୍‌ବିଆଇ ରେପୋ ରେଟ୍‌ରେ ମୋଟ ୧୧୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି ଏବଂ ଆଗକୁ ଆହୁରି ହ୍ରାସ କରିବା ପାଇଁ ସଙ୍କେତ ଦେଇଛି। ସଦ୍ୟତମ ନିଷ୍ପତ୍ତିରୁ ଜଣାପଡ଼ୁଛି ଯେ ସରକାରଙ୍କ ଆଗରେ ସେ ନଇଁବେ ବୋଲି ଆଶା କରାଯାଉଥିବା ବେଳେ ସେ ଗୁରୁଣ୍ଡିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ତାଙ୍କର ଏପରି ଖୋସାମଦିଆ ଗୁଣ ନିଶ୍ଚିତ ଭାବେ କେନ୍ଦ୍ରୀୟ ବ୍ୟାଙ୍କର ଭାବମୂର୍ତ୍ତିରେ ଆଞ୍ଚ ଆଣିବ। ଆଶ୍ଚର୍ଯ୍ୟର କଥା ହେଉଛି ସରକାର ଆର୍‌ବିଆଇଠାରୁ ବଜେଟରେ ମାତ୍ର ୯୦,୦୦୦ କୋଟି ଟଙ୍କା ପାଇବାକୁ ଆଶା ରଖିଥିବା ବେଳେ ଏବଂ ଅଧିକ ଟଙ୍କା ପାଇଁ କୌଣସି ଚାପ ପକାଇ ନ ଥିବାବେଳେ ବ୍ୟାଙ୍କ ଏକକାଳୀନ ଏତେ ଟଙ୍କା ଦେବା ପାଇଁ କାହିଁକି ଘୋଷଣା କଲା। ଜଲାନ୍‌ କମିଟିର ପ୍ରସ୍ତାବ ଅନୁଯାୟୀ ଉପଲବ୍ଧ ଇକ୍ୱିଟିକୁ ୫.୫ ପ୍ରତିଶତକୁ କମାଇବାକୁ ବ୍ୟାଙ୍କ ନିଷ୍ପତ୍ତି ନେଇଥିଲେ ମଧ୍ୟ ଏକକାଳୀନ ଏତେ ଟଙ୍କା ଦେବା ପାଇଁ ଘୋଷଣା ନ କରି ପର୍ଯ୍ୟାୟକ୍ରମେ ଦେଇଥିଲେ ବରଂ ଭଲ ହୋଇଥାନ୍ତା। ଆର୍‌ବିଆଇ ଏତେ ଟଙ୍କା କିପରି ସଞ୍ଚୟ କଲା ତାହା ମଧ୍ୟ ସ୍ପଷ୍ଟ ନୁହେଁ। ୨୦୧୮-୧୯ ଆର୍ଥିକ ବର୍ଷରେ ୧.୨୩ ଲକ୍ଷ କୋଟି ଟଙ୍କାର ଡିଭିଡେଣ୍ଡ ସଞ୍ଚୟ ସର୍ବୋଚ୍ଚ ଏବଂ ଏହା ପୂର୍ବବର୍ଷ ଡିଭିଡେଣ୍ଡର ଦୁଇଗୁଣରୁ ଅଧିକ। ଗୋଟିଏ ବର୍ଷରେ ଏତେ ଟଙ୍କା ସଞ୍ଚୟ କିପରି ସମ୍ଭବ ହେଲା ତାହା ଅନୁସନ୍ଧାନସାପେକ୍ଷ। ଭାରତ ସରକାର ହେଉଛନ୍ତି ଆର୍‌ବିଆଇର ସାର୍ବଭୌମ ମାଲିକ। ତେଣୁ ବ୍ୟାଙ୍କର ସଞ୍ଚିତ ଧନରାଶିର କିପରି ବିନିଯୋଗ କରାଯିବ ସେ ସମ୍ପର୍କରେ ସରକାର ନିଷ୍ପତ୍ତି ନେଇପାରିବେ। ତଥାପି ସରକାର ସେପରି କରିବା ଦୁର୍ଭାଗ୍ୟଜନକ ହୋଇଥିବା ବେଳେ ବ୍ୟାଙ୍କ ଉକ୍ତ ବିପୁଳ ଧନରାଶି ସରକାରଙ୍କୁ ଉପହାର ଦେବା ଅଧିକ ଚିନ୍ତାଜନକ। ଏହି ଧନରାଶି ହେଉଛି ଆର୍‌ବିଆଇ ଦ୍ୱାରା ପିଢ଼ି ପରେ ପିଢ଼ି ଅନେକ ବର୍ଷ ଭିତରେ ସଞ୍ଚିତ ଇକ୍ୱିଟି। ଏଣୁ ଗୋଟିଏ ବର୍ଷରେ ନିଜର ଆବଶ୍ୟକତା ପୂରଣ ପାଇଁ କୌଣସି ସରକାର ଏହି ସଞ୍ଚିତ ଧନର ଏକାଂଶ ମଧ୍ୟ ନେଇ ଖର୍ଚ୍ଚ କରିବା ନୀତି ଦୃଷ୍ଟିରୁ ଠିକ୍‌ ନୁହେଁ। ଦେଶର ଦୁର୍ଦ୍ଦିନରେ ଏହି ଧନ ଖର୍ଚ୍ଚ କରିବା ପାଇଁ ଉଦ୍ଦିଷ୍ଟ, ଯାହା ଜଲାନ୍‌ କମିଟି ସୂଚିତ କରିଛି।
ଆର୍‌ବିଆଇ କୃତଜ୍ଞତାବଶତଃ ଉକ୍ତ ବିପୁଳ ଧନରାଶି ସରକାରଙ୍କୁ ପ୍ରଦାନ କରିବାକୁ ଘୋଷଣା କରିଥିବା ବେଳେ ସରକାର ଏହି ଟଙ୍କାକୁ କିପରି ଖର୍ଚ୍ଚ କରିବେ ସେ ନେଇ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ସରକାର ଏହି ଅର୍ଥକୁ ନିଜର ବିତ୍ତୀୟ ନିଅଣ୍ଟ ଚାପକୁ ପ୍ରଶମନ କରିବା ପାଇଁ ବିନିଯୋଗ କରିପାରନ୍ତି। ସରକାରଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ କରଜନିତ ରାଜସ୍ବ ହ୍ରାସ ଘଟିଥିବାରୁ ଏହି ଅପ୍ରତ୍ୟାଶିତ ଆୟ ତଜ୍ଜନିତ ଅଭାବ ପୂରଣ କରିବାରେ ସାହାଯ୍ୟ କରିବ। ଜିଏସ୍‌ଟି ଆଦାୟ ଆହୁରି ହ୍ରାସ ପାଇପାରେ। ଅର୍ଥନୀତିକୁ ଚଳତ୍‌ଶୀଳ କରିବା ପାଇଁ ଏହି ଅପ୍ରତ୍ୟାଶିତ ଆୟକୁ ବିନିଯୋଗ କରିବା ପରିବର୍ତ୍ତେ ଏହାକୁ ରାଜସ୍ବ ହ୍ରାସର ଭରଣା ପାଇଁ ବ୍ୟବହାର କରାଯାଇପାରେ। ଆମେ ଆଶା କରୁଛୁ ଏହି ବିପୁଳ ଦାନରାଶିକୁ ସରକାର ଅତ୍ୟନ୍ତ ଦୂରଦର୍ଶିତାର ସହିତ ବିବେକାନୁମୋଦିତ ଭାବରେ ଖର୍ଚ୍ଚ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri