ଆଜିର ଅର୍ଥନୀତି/ ବାହାପିଆ କଥା

ଚଳିତ ମାସରେ ଅନୁଷ୍ଠିତ ନୀତି ଆୟୋଗର ପଞ୍ଚମ ଗଭର୍ନିଂ କାଉନ୍‌ସିଲ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ଇଚ୍ଛା ପ୍ରକଟ କରିଛନ୍ତି କି ୨୦୨୪ ବା ତାଙ୍କ ବର୍ତ୍ତମାନ ସରକାରର ଅବଧି ଶେଷ ହେଉଥିବା ବର୍ଷ ସୁଦ୍ଧା ଭାରତ ୫ ଟ୍ରିଲିୟନ ଡଲାର ଅର୍ଥନୀତିର ଦେଶରେ ପରିଣତ ହେବ। ଏପରି ଇଚ୍ଛା କାନକୁ ତ ଭଲ ଶୁଣାଯାଉଛି କିନ୍ତୁ ଲକ୍ଷ୍ୟ ହାସଲ କରିବା ସହଜ ନୁହେଁ। ଏହି ଲକ୍ଷ୍ୟ ଅତ୍ୟନ୍ତ ମହତ୍ତ୍ୱାକାଂକ୍ଷୀ। ଖୁବ୍‌ ଉଚ୍ଚ ଅଭିଳାଷ ପୋଷଣ କରିବାରେ କିଛି କ୍ଷତି ନାହିଁ। କିନ୍ତୁ ପ୍ରକ୍ରିୟା ଏତେ ଲମ୍ବିବା ଉଚିତ ନୁହେଁ, ଯାହା ବିପରୀତ ଫଳ ପ୍ରଦାନ କରିବାର ସମ୍ଭାବନା ଥିବ। ଅତୀତରେ ଏଭଳି ଅନେକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ, ଅଥଚ ତାହା ଫଳବତୀ ହେବାର କୌଣସି ସୂଚନା ଏଯାବତ୍‌ ଦେଖିବାକୁ ମିଳୁନାହିଁ। କେନ୍ଦ୍ର ସରକାରଙ୍କ ଦ୍ୱାରା ଆହୁରି ଅନେକ ଲକ୍ଷ୍ୟ ଓ ଲକ୍ଷ୍ୟ ହାସଲର ସମୟସୀମା ଧାର୍ଯ୍ୟ କରାଯାଇଥିଲା। ସବୁ ଗାଁକୁ ବିଜୁଳି, ସମସ୍ତଙ୍କୁ ପକ୍କାଘର, ଶତ ପ୍ରତିଶତ ଲୋକଙ୍କ ପାଖରେ ବ୍ୟାଙ୍କିଙ୍ଗ୍‌ ସେବା ପହଞ୍ଚାଇବା, ଦେଣନେଣର ସମ୍ପୂର୍ଣ୍ଣ ଡିଜିଟାଲୀକରଣ ପ୍ରଭୃତି ସେଗୁଡ଼ିକ ଭିତରୁ ଅନ୍ୟତମ। ମାତ୍ର ଅଧିକାଂଶ କ୍ଷେତ୍ରରେ ଲକ୍ଷ୍ୟ ହାସଲଠାରୁ ସରକାର ବହୁ ଦୂରରେ ଅଛନ୍ତି। ସରକାର ଦୁଇ ଅଙ୍କବିଶିଷ୍ଟ ଅଭିବୃଦ୍ଧି ହାସଲ କରିବା କଥା କହିଆସୁଛନ୍ତି। କିନ୍ତୁ ଅଭିବୃଦ୍ଧି ବଢ଼ିବ କ’ଣ ଆମେ ତାହା କମିବା ହିଁ ଦେଖୁଛୁ। ତେଣୁ ଏପରି ଉଚ୍ଚାଭିଳାଷୀ ଲକ୍ଷ୍ୟ ପୋଷଣ କରିବା ନିରର୍ଥକ। ସାମ୍ପ୍ରତିକ ମାନ୍ଦାବସ୍ଥାରୁ ଅର୍ଥନୀତିକୁ କିପରି ମୁକୁଳାଇବାକୁ ହେବ ସେ ଦିଗରେ ଆମେ ତତ୍କାଳ ପଦକ୍ଷେପ ନେବା ଏବଂ ମଧ୍ୟବର୍ତ୍ତୀ ଅବଧିରେ ଏହାକୁ ବାର୍ଷିକ ୮ ପ୍ରତିଶତ ଉପରକୁ ନେବା ପାଇଁ ଗୁରୁତ୍ୱ ଦେବା ଆବଶ୍ୟକ। ଦୁଇ ଅଙ୍କବିଶିଷ୍ଟ ଅଭିବୃଦ୍ଧି କଥା ଆଗରୁ ମଧ୍ୟ କୁହାଯାଉଥିଲା, କିନ୍ତୁ ତାହା ସମ୍ଭବ ହୋଇ ନାହିଁ। ପର୍ଯ୍ୟାୟକ୍ରମେ ଅଭିବୃଦ୍ଧି ବଢ଼ିପାରିବ। ଭାରତର ଜିଡିପି ବର୍ତ୍ତମାନ ପ୍ରାୟ ୨.୮୦ ଟ୍ରିଲିୟନ ଡଲାର ଅଛି। ଭାରତର ଜିଡିପି ୫ ଟ୍ରିଲିୟନ ଡଲାର ଛୁଇଁବାକୁ ହେଲେ ଆସନ୍ତା ଛଅବର୍ଷ ଭିତରେ ଦେଶର ଉତ୍ପାଦନ ୮୫ ପ୍ରତିଶତ ବୃଦ୍ଧିପାଇବା ଦରକାର, ଯାହା ଗତ ଛଅବର୍ଷ ଭିତରେ ୪୭ ପ୍ରତିଶତ ବୃଦ୍ଧି ପାଇଛି। ଆସନ୍ତା ଛଅବର୍ଷ ଭିତରେ ଜିଡିପି ୫ ଟ୍ରିଲିୟନ ଡଲାର ହେବା ମାନେ ବାର୍ଷିକ ଅଭିବୃଦ୍ଧି ହାର ୧୧ ପ୍ରତିଶତକୁ ବୃଦ୍ଧି ପାଇବା। କିନ୍ତୁ ଆସନ୍ତା ଦୁଇବର୍ଷ ଭିତରେ ଏହା ୮ ପ୍ରତିଶତ ହେବା ମଧ୍ୟ ସହଜସାଧ୍ୟ ମନେହେଉ ନାହିଁ। ଚଳିତବର୍ଷର ପ୍ରଥମ ତ୍ରିମାସୀରେ ଅଭିବୃଦ୍ଧି ହାର ୬ ପ୍ରତିଶତ ତଳକୁ ଚାଲିଯାଇଛି।
ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ଅନେକ ପ୍ରସ୍ତୁତିର ଆବଶ୍ୟକତା ରହଛି। ଅନେକ ସଂରଚନାତ୍ମକ ପ୍ରସଙ୍ଗ ଅଭିବୃଦ୍ଧିର ପଥରୋଧ କରୁଛି। ଉଦାହରଣସ୍ବରୂପ ଆମ ଆର୍ଥିକ ବ୍ୟବସ୍ଥା ଦୁର୍ବଳ ରହିଆସିଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ସମସ୍ୟା ଆର୍ଥିକ ସମସ୍ୟାକୁ ବହୁଗୁଣିତ କରୁଛି। ଅଣବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀ (ଏନ୍‌ବିଏଫ୍‌ସି)ଗୁଡ଼ିକ ଆଇଏଲ୍‌ ଓ ଏଫ୍‌ଏସ୍‌ (ଇନ୍‌ଫ୍ରାଷ୍ଟ୍ରକ୍ଚର ଲିଜିଂ ଓ ଆର୍ଥିକ ସେବା) ପରି ଗୋଳମାଳିଆ ଅବସ୍ଥାରେ ଅଛନ୍ତି। ଘରୋଇ-ସରକାରୀ ସହଭାଗିତା (ପିପିପି) ମଡେଲଗୁଡ଼ିକର ନିଜର ସମସ୍ୟା ରହିଛି। କର୍ପୋରେଟ୍‌ ଆୟ ନିରୁତ୍ସାହଜନକ। ଘରୋଇ ଉଦ୍ୟୋଗଗୁଡ଼ିକ ଆବଶ୍ୟକତାଠାରୁ ଅଧିକ ଉତ୍ପାଦନ କ୍ଷମତାଜନିତ ସମସ୍ୟାରେ ପୀଡ଼ିତ। ଉଦାହରଣସ୍ବରୂପ ଶକ୍ତି କ୍ଷେତ୍ର ଠିକ୍‌ଭାବରେ ଚାଲିପାରୁ ନାହିଁ। ଏହାର ଉତ୍ପାଦନ କ୍ଷମତା ଯେତିକି ତା’ର ପ୍ରାୟ ୫୦ ପ୍ରତିଶତ ମାତ୍ର ବିନିଯୋଗ ହୋଇପାରୁଛି, ଯେତେବେଳେ କି ଦେଶର ଅନେକ ଅଞ୍ଚଳ ବିଦ୍ୟୁତ୍‌ ଅଭାବରୁ ଅନ୍ଧାରରେ ରହୁଛି। ଯଦି ଘରୋଇ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ନ ପାଏ, ତେବେ ନିଯୁକ୍ତି ବଜାର ସଙ୍କୁଚିତ ହୋଇରହିବ। ଏଗୁଡ଼ିକର ପୂର୍ଣ୍ଣ କ୍ଷମତାର ଉପଯୋଗ ହୋଇ ନ ପାରିଲେ ଅଧିକ ପୁଞ୍ଜିଲଗାଣ ପାଇଁ ସୁଯୋଗ ମିଳିବ ନାହିଁ। ଅଭିବୃଦ୍ଧିକୁ ବଢ଼ାଇବାକୁ ହେଲେ ଚାହିଦା ବୃଦ୍ଧି ପାଇବା ଦରକାର, ଯାହା ଉଚ୍ଚତର ଉପଭୋଗ ଉପରେ ନିର୍ଭରଶୀଳ। ଯଦି ଲୋକଙ୍କ ପକେଟ୍‌ରେ ଖର୍ଚ୍ଚ କରିବା ପାଇଁ ଯଥେଷ୍ଟ ଟଙ୍କା ନ ରହେ ତେବେ ତାହା ସମ୍ଭବ ହେବ ନାହିଁ। ଭଲ ମୌସୁମୀ ବର୍ଷା ନ ହେଲେ ଗ୍ରାମାଞ୍ଚଳରେ ଚାହିଦା ବୃଦ୍ଧି ପାଇବ ନାହିଁ। ଆହୁରି ମଧ୍ୟ ଆମର ଆର୍ଥିକ ସମୃଦ୍ଧି ପାଇଁ ରପ୍ତାନି ବୃଦ୍ଧି ସହ ସୁସ୍ଥ, ସୁଶିକ୍ଷିତ ଓ ଉତ୍ପାଦନଶୀଳ ଲୋକଶକ୍ତିର ଆବଶ୍ୟକତା ରହିଛି। ଏଥିସହ ଆମ ଦେଶରେ ଭୂମି ଓ ଶ୍ରମ ସଂସ୍କାର ଜରୁରୀ। କିନ୍ତୁ ଏଗୁଡ଼ିକୁ ଆମ ସରକାର ପ୍ରାଥମିକତା ଦେଉନାହାନ୍ତି। ଅଭିବୃଦ୍ଧି ଲକ୍ଷ୍ୟ ହାସଲ ପାଇଁ ସରକାର ସମସ୍ତ ଆର୍ଥିକ ଅଳିଆ ସଫା କରିବା ସହ ଗୁରୁତ୍ୱପୂର୍ଣ୍ଣ ସଂସ୍କାରଗୁଡ଼ିକ ପ୍ରତି ଦୃଷ୍ଟିଦେବା ଆବଶ୍ୟକ। ତା’ ନ ହେଲେ ପାଞ୍ଚବର୍ଷରେ ଭାରତକୁ ୫ ଟ୍ରିଲିୟନ ଡଲାରର ଅର୍ଥନୀତିରେ ପରିଣତ କରିବା ପାଇଁ ସରକାରଙ୍କ ଉଚ୍ଚାଭିଳାଷ କେବଳ ବାହାପିଆଙ୍କ ବାରବାଟି ଚାଷ ପରି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri