Categories: ମେଟ୍ରୋ

ଆଜିଠୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବେ କିନ୍ନର

ଭୁବନେଶ୍ୱର,୭।୨(ବ୍ୟୁରୋ): ବକେୟା ପଡ଼ିଥିବା ହୋଲ୍ଡିଂ ଟ୍ୟାକ୍ସ ଆଦାୟ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କିନ୍ନରମାନଙ୍କୁ ନିଯୁକ୍ତ କରିଛି। ଇତିମଧ୍ୟରେ ସେମାନଙ୍କୁ ସ୍ବତନ୍ତ୍ର ତାଲିମ୍‌ ଦିଆଯାଇଥିବାବେଳେ ଶୁକ୍ରବାରଠାରୁ କାର୍ଯ୍ୟାରମ୍ଭ କରିବେ। ସକାଳେ ବିଏମ୍‌ସି ମୁଖ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମିଶନର ପ୍ରେମଚନ୍ଦ୍ର ଚୌଧାରୀ ବିଧିବଦ୍ଧ ଭାବେ ପତାକା ଉତ୍ତୋଳନ କରି ଟିକସ ଆଦାୟ ପାଇଁ ନିର୍ଦ୍ଦେଶ ଦେବେ। ଏହାପରେ ଗଠିତ ସ୍ବୀକୃତି କିନ୍ନର ସ୍କ୍ବାଡ୍‌ କ୍ଷେତ୍ରସ୍ଥଳକୁ ଯାଇ ଖିଲାପକାରୀଙ୍କଠାରୁ ଟିକସ ସଂଗ୍ରହ କରିବ। ଗତ କିଛିଦିନ ତଳେ ବିଏମ୍‌ସି ରାଜସ୍ବ ଦାୟିତ୍ୱରେ ଥିବା ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ରଙ୍କ ସହ ସ୍ବୀକୃତି କିନ୍ନର ସ୍କ୍ବାଡ୍‌ର ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା।