ଆଜିଠୁ ସ୍ବାଭାବିକ ହେବ ପାର୍କ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ବାତ୍ୟା ‘ଫନୀ’ ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଭୁବନେଶ୍ୱରର ପାର୍କଗୁଡ଼ିକ ସ୍ବାଭାବିକ ହେବ। ବିଡିଏ ଦ୍ୱାରା ରକ୍ଷଣାବେକ୍ଷଣା କରାଯାଉଥିବା ପାର୍କଗୁଡ଼ିକ ବୁଧବାରଠାରୁ ସକାଳେ ଏବଂ ସନ୍ଧ୍ୟାରେ ଜନସାଧାରଣଙ୍କ ଲାଗି ଖୋଲା ରହିବ। ପୂର୍ବରୁ ବିଡିଏ ଦ୍ୱାରା ପରିଚାଳିତ ମୁଖ୍ୟ ପାର୍କଗୁଡ଼ିକ ସର୍ବସାଧାରଣଙ୍କ ଲାଗି ସକାଳେ ଏବଂ ସନ୍ଧ୍ୟାରେ ଖୋଲିଥିବା ବେଳେ ଏବେ ଛୋଟ ପାର୍କଗୁଡ଼ିକ ବୁଧବାରଠାରୁ ଖୋଲା ରହିବ ବୋଲି ଜଣାପଡ଼ିଛି। ବିଡିଏର ଉଦ୍ୟାନକୃଷିବିଦ୍‌ ଅଶୋକାନନ୍ଦ ଧିର କହିଛନ୍ତି, ପାର୍କର ଚାଲିବା ଟ୍ରାକଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ପୂର୍ବରୁ ସରିଥିବାରୁ ଚଲାବୁଲା ଲାଗି ପାର୍କକୁ ଖୋଲାଯାଇଥିଲା। କିନ୍ତୁ ଅନ୍ୟ କାର୍ଯ୍ୟ ସରିପାରି ନ ଥିଲା। ହେଲେ ଏବେ ପାଖାପାଖି ସମସ୍ତ ପୁନରୁଦ୍ଧାର କାର୍ଯ୍ୟ ସରିଯାଇଛି। ୧୦ ମୁଖ୍ୟ ପାର୍କକୁ ଛାଡ଼ି ୫୦ ଛୋଟ ପାର୍କର ମଧ୍ୟ ଦାୟିତ୍ୱ ବିଡିଏ ନେଇଛି। ସେଥିମଧ୍ୟରୁ ୨୫ ପାର୍କ ଏବେ ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇଥିବା ବେଳେ ଆଉ ୨୫ଟିରେ କାମ ସରିଆସିଛି। ଏଥିରେ ୨୦୦ରୁ ଅଧିକ କର୍ମଚାରୀଙ୍କ ସହ ଯାନବାହାନ କାର୍ଯ୍ୟରତ ରହିଛି। ଖୁବ୍‌ଶୀଘ୍ର ପୂର୍ବପରି ଲୋକେ ପାର୍କରେ ସମୟ କାଟିବାକୁ ଆସିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲାକଆଉଟ, ଏଲପିଜି ସଙ୍କଟ, ଅନାହାର ସହିତ ସଂଘର୍ଷ କରୁଛି ପାକିସ୍ତାନ…, ଯୁଦ୍ଧ ଆଲୋଚନାକୁ ନେଇ ମୁନିର-ଶେହବାଜଙ୍କ ଯୋଜନା କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୨୦।୪: ପାକିସ୍ତାନ ଆଜିକାଲି ଏକ ଅଦ୍ଭୁତ ପରିସ୍ଥିତିରେ ଅଛି। ଗୋଟିଏ ପଟେ, ଏହା ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସର କେନ୍ଦ୍ରସ୍ଥଳରେ ରହିଛି; ଅନ୍ୟପଟେ, ଏହା…

୧୦ ଘଣ୍ଟାରେ ୩ ଛାତ୍ରୀଛାତ୍ରଙ୍କ ଜୀବନ ଗଲା, ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ ଆଣି…

ଭଞ୍ଜନଗର,୨୦ା୪(ବାବୁଲା ପ୍ରଧାନ): ରବିବାର ଅପରାହ୍ନ ୫ ଟା ରୁ ସୋମବାର ଭୋର୍‌ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ୩ ଛାତ୍ରୀଛାତ୍ରଙ୍କ…

୧୦ରୁ ୨୦ ବର୍ଷ ଧରି ପଡ଼ିରହିଛି ୨୭ ବିଭାଗର ଇଣ୍ଟରନାଲ ଅଡିଟ୍‌, ଅନ୍ଧାରରେ ସରକାରଙ୍କ…

ଭୁବନେଶ୍ୱର,୨୦ା୪(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ତାଙ୍କର ୨୭ଟି ବିଭାଗରେ ବହୁ ହଜାର କୋଟି ଟଙ୍କାର ଆର୍ଥିକ ହେର୍‌ଫେର୍‌ ହୋଇଥିବା ତଥ୍ୟ ପ୍ରକାଶ କରିଛନ୍ତି। ଗତ ୨୬ ମାର୍ଚ୍ଚରେ…

ଧାନକିଣାରୁ ବାଦ୍ ପଡିଛନ୍ତି ୧୫୮ ଚାଷୀ, ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ…

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ): ୨୦୨୫-୨୬ ଖରିଫ ଧାନ କ୍ରୟରୁ ବଲାଙ୍ଗୀର ଜିଲାର ୧୫୮ ଜଣ ଚାଷୀ ବାଦ୍ ପଡିଛନ୍ତି । ଏହାର ପ୍ରତିବାଦରେ ସୋମବାର ବଲାଙ୍ଗୀର ଜିଲା ମିଳିତ…

୪୦ ଡିଗ୍ରୀ ଉପରେ ୧୪ ସହର, ଆହୁରି ସପ୍ତାହେ ଶିଝିବ ଓଡ଼ିଶା

ଭୁବନେଶ୍ୱର,୨୦ା୪ (ବନ୍ଦନା ସେଠୀ): ପ୍ରବଳ ଗ୍ରୀଷ୍ମତାପରେ ଶିଝୁଛି ଓଡ଼ିଶା। ଗରମ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବାବେଳେ ରବିବାର ମଧ୍ୟ ଅଧା ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଉପରେ…

ଆଜି ଅଖିମୁଠି ଅନୁକୂଳ, ଚାଷୀଙ୍କ ଉତ୍ସାହ ନାହିଁ

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ): ସୋମବାର କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା। ଚାଷୀମାନେ ଚାଷ ପାଇଁ ପାଗ ଭିଡ଼ିବେ। କେବଳ ସେତିକି ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଜିଲାପାଳଙ୍କଠୁ ଜନ…

ଚାଷୀଙ୍କ ପାଇଁ ବଡ଼ ଖୁସି ଖବର : ମିଳିଲା ସିଏମ୍‌ କିଷାନ ଟଙ୍କା

ଭୁବନେଶ୍ବର,୨୦ା୪: ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଅନ୍ୟପକ୍ଷେ ଆଜି କଟକରେ ପାଳିତ…

ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆଜିର ଦିନରେ ଅନ୍ନଦାତାମାନଙ୍କୁ…

କଟକ/ଭୁବନେଶ୍ୱର,୨୦ା୪: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କଟକ CRRIରେ ଅଖିମୁଠି ଅନୁକୂଳ କରିଛନ୍ତି। ପ୍ରଥମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri