ଆଜିଠୁ ଗଡ଼ିବ ୪ ନୂଆ ମେମୁ ଟ୍ରେନ: କଟକରୁ ପୁରୀ, ଭଦ୍ରକ ଓ ପାରାଦୀପ ଚଳାଚଳ କରିବ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ପୂର୍ବତଟ ରେଳପଥ ୪ଟି ନୂଆ ମେମୁ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ଶନିବାରଠାରୁ ଏହି ଟ୍ରେନଗୁଡ଼ିିକ ପୁରୀ-କଟକ, କଟକ-ଭଦ୍ରକ, କଟକ-ପାରାଦ୍ୱୀପ ସେକ୍ସନ ମଧ୍ୟରେ ଚଳାଚଳ କରିବ। ପୁରୀ-କଟକ ମେମୁ ଟ୍ରେନ(୬୮୪୧୫-୬୮୪୧୬) କଟକ-ପୁରୀ ପାସେଞ୍ଜର(୫୮୪୧୫-୫୮୪୧୬) ବଦଳରେ ଚଳାଚଳ କରିବ। ସେହିଭଳି କଟକ-ଭଦ୍ରକ ମଧ୍ୟରେ ପୂର୍ବରୁ ଚଳାଚଳ କରୁଥିବା (୫୮୪୩୫-୫୮୪୩୬/୫୮୪୨୩-୫୮୪୨୪) କଟକ-ଭଦ୍ରକ ଫାଷ୍ଟ ପାସେଞ୍ଜର ବଦଳରେ ଦୁଇଟି ମେମୁ ଟ୍ରେନ(୬୮୪୩୫-୬୮୪୩୬/୬୮୪୨୩-୬୮୪୨୪) ଚଳାଚଳ କରିବ। ପୂର୍ବ ଦୁଇଟି ପାସେଞ୍ଜର ଟ୍ରେନ ପ୍ରତ୍ୟାହାର କରାଯିବ। ସମାନ୍ତରାଳ ଭାବେ କଟକ-ପାରାଦୀପ ମେମୁ ଟ୍ରେନ (୬୮୪୦୧-୬୮୪୦୨) କଟକ-ପାରାଦୀପ ପାସେଞ୍ଜର(୫୮୪୦୧-୫୮୪୦୨) ବଦଳରେ ଚଳାଚଳ କରିବ ଏବଂ ପୂର୍ବ ପାସେଞ୍ଜର ଟ୍ରେନଟି ପ୍ରତ୍ୟାହାର ହୋଇଯିବ। ନୂଆ ମେମୁ ଟ୍ରେନଗୁଡ଼ିକ ପୂର୍ବ ପାସେଞ୍ଜର ଟ୍ରେନର ସମୟ ସାରଣୀ ହିସାବରେ ଚାଲିବ। ସମୟ ସୂଚୀରେ କୌଣସି ପରିବର୍ତ୍ତନ କରାଯାଇନାହଁି ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।