ଆଜିଠାରୁ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର,୩୧-୧: ଇଣ୍ଡିଆନ୍‌ ବ୍ୟାଙ୍କ ଆସୋସିଏଶନ (ଆଇବିଏ) ଦେଇଥିବା କର୍ମଚାରୀଙ୍କ ଲାଗି ୧୫% ବେତନ ବୃଦ୍ଧି ପ୍ରସ୍ତାବକୁ ବ୍ୟାଙ୍କ ସଂଘ ଅଗ୍ରାହ୍ୟ କରି ଦେଇଛନ୍ତି। ଫଳରେ ବ୍ୟାଙ୍କ କର୍ମଚାରୀମାନେ ୨ ଦିିନିଆ ଧର୍ମଘଟରେ ସାମିଲ ହେବେ ବୋଲି ଜଣାପଡିଛି। ବେତନ ସଂଶୋଧନକୁ ନେଇ ୟୁନାଇଟେଡ ଫୋରମ୍‌ ଅଫ୍‌ ବ୍ୟାଙ୍କ୍‌ ୟୁନିୟନ୍ସ(ୟୁଏଫ୍‌ବିୟୁ) ପକ୍ଷରୁ ଚଳିତ ମାସ ୩୧ (ଶୁକ୍ରବାର) ଏବଂ ୧ ଫେବୃୟାରୀ ( ଶନିବାର) ୨ ଦିନିଆ ଦେଶ ବ୍ୟାପି ଧର୍ମଘଟ ଡାକରା ଦିଆଯାଇଛି। ଦେଶର ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଧର୍ମଘଟରେ ସାମିଲ ହେବେ । ଏଆଇବିଇଏ, ଏଆଇବିଓସି, ଏନ୍‌ସିବିଇ, ଏଆଇବିଓଏ, ବିଇଏଫ୍‌ଆଇ, ଆଇଏନ୍‌ବିଇଏଫ୍‌, ଆଇଏନ୍‌ବିଓସି, ଏନ୍‌ଓବିଓଡବ୍ଲ୍ୟୁ ଏବଂ ଏନ୍‌ଓବିଓ ଭଳି ସଂଘ ଧର୍ମଘଟରେ ଯୋଗଦେବେ। ୧୨ ଦଫା ଦାବି ନେଇ ସଂଘଗୁଡିକ ଧର୍ମଘଟ ଡାକରା ଦେଇଛନ୍ତି। ମଜୁରୀ ସଂଶୋଧନରେ ୨୦% ବୃଦ୍ଧି, ୫ ଦିନ କାର୍ଯ୍ୟ ଦିବସ, ବେସିକ ପେ ସହ ସ୍ବତନ୍ତ୍ର ଭତ୍ତା ମିଶ୍ରଣ, ସ୍ବତନ୍ତ୍ର ପେନଶନ ସ୍କିମ, ପରିବାର ପେନଶନ ବୃଦ୍ଧି ଭଳି ଦାବି ଏହା ମଧ୍ୟରେ ସାମିଲ ରହିଛି। ଦାବି ଉପରେ ବିହିତ ପଦକ୍ଷେପ ଗ୍ରହଣ କରା ନ ଗଲେ ମାର୍ଚ୍ଚ ମାସ ୧୧,୧୨ ଏବଂ ୧୩ ତାରିଖରେ ୩ ଦିନ ଧର୍ମଘଟ ହେବ। ପୁଣି ଯଦି ଦାବି ପୂରଣ ନ ହୁଏ ତେବେ ଏପ୍ରିଲ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ଲାଗି କର୍ମଚାରୀମାନେ ଧାରଣାରେ ବସିବେ। ଗୁରୁବାର ସରସ୍ବତୀ ପୂଜା ଯୋଗୁ ବ୍ୟାଙ୍କ ବନ୍ଦ ରହିଛି। ଶୁକ୍ରବାର, ଶନିବାର ଧର୍ମଘଟ ଏବଂ ରବିବାର ବ୍ୟାଙ୍କ ଛୁଟି ଥିବାରୁ କାରବାର ବନ୍ଦ ରହିବ। ମୋଟା ମୋଟି ଭାବେ କହିବାକୁ ଗଲେ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଧର୍ମଘଟରେ ରାଜ୍ୟର ୪୦ ହଜାର କର୍ମଚାରୀ ସାମିଲ ହେବେ ବୋଲି ସୂଚନା ରହିଛି। ସେହିଭଳି ରାଜ୍ୟର ୫ ହଜାର ବ୍ୟାଙ୍କ ଶାଖା ଏହି ସମୟରେ ବନ୍ଦ ରହିବ। ବ୍ୟାଙ୍କ କାରବାର ସହ ଏଟିଏମ୍‌ ସେବା ଏହି ସମୟରେ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri