ଆଙ୍କର-ଆକ୍ଟର ସୁବାସ

ଯାତ୍ରା ଦେଖିବାକୁ ଯାଉଥିବା ଦର୍ଶକଟିଏ ପ୍ରଥମେ ଯାହାର କଣ୍ଠସ୍ବର ଶୁଣେ ଆଉ ଯାହାକୁ ସର୍ବପ୍ରଥମେ ମଞ୍ଚରେ ଭେଟେ ସେ ହେଉଛି ଆଙ୍କର ବା ଘୋଷକ। ଓଡ଼ିଆ ଯାତ୍ରା ଜଗତର ସେହିଭଳି ଜଣେ ଆଗଧାଡ଼ିର ଆଙ୍କର ହେଉଛନ୍ତି ସୁବାସ ଚନ୍ଦ୍ର ଜେନା ଓରଫ୍‌ ଚଗୁଲୁ। ଓଡ଼ିଶାର ପ୍ରତିଷ୍ଠିତ ଯାତ୍ରାନୁଷ୍ଠାନ ବାଘାଯତୀନ ଲୋକନାଟ୍ୟରେ କାର୍ଯ୍ୟରତ ଏହି ଯୁବ ଘୋଷକଙ୍କ ଘର ବାଲେଶ୍ୱର ଜିଲା ସୋର ଅନ୍ତର୍ଗତ ବାଗୁଡ଼ି ଗ୍ରାମରେ। ପାଠ ତ ଭଲ ପଢୁଥିଲେ। ଏଥିସହିତ କଳା ପ୍ରତି ଅଧିକ ରୁଚି ଥିଲା। ଗଁା ଡ୍ରାମାରେ ପାର୍ଟ କରୁଥିଲେ। ସମସ୍ତେ କହୁଥିଲେ, ଏ ପିଲା କଳା ଲାଇନ୍‌ରେ ଆଗକୁ ଯିବ। ଏତିକିବେଳେ ଆଗକୁ ଆଗେଇ ଆସିଲେ ବଡ଼ଭାଇ ମାନସ କୁମାର ଜେନା। ସାନଭାଇ ଯାତ୍ରାକୁ ଯାଉ। ଖୁବ ସୁନାମ ଅର୍ଜନ କରୁ। ଏହା ଥିଲା ବଡ଼ଭାଇଙ୍କର ଲକ୍ଷ୍ୟ। ବଡ଼ଭାଇଙ୍କର ପ୍ରେରଣାରେ ସୁବାସ ଆସିଲେ ଯାତ୍ରାକୁ। ମାନସ କେବଳ ସୁବାସଙ୍କୁ ଯେ ଯାତ୍ରାକୁ ପଠେଇ ଦେଲେ ସେକଥା ନୁହେଁ, ପ୍ରାଥମିକ ପର୍ଯ୍ୟାୟରେ ଯାତ୍ରାରେ ଯେତିକି ମିଳୁଥିଲା ସେତିକିରେ ଚଳିବା ସୁବାସଙ୍କ ପାଇଁ ସମ୍ଭବ ନ ଥିଲା। ସେଥିଲାଗି ବଡ଼ଭାଇ ତାଙ୍କ ପାଖକୁ ନିୟମିତ ଟଙ୍କା ପଠାଉଥିଲେ। ଫଳରେ ଯାତ୍ରାରେ ରହିପାରିଲେ ସୁବାସ। ସୁବାସ କହନ୍ତି : ଆଜି ସେ ଯାହା ହୋଇଛନ୍ତି ବଡ଼ଭାଇଙ୍କ ପାଇଁ । ସେ ହେଉଛନ୍ତି ତାଙ୍କ ପାଇଁ ସାକ୍ଷାତ ରାମଚନ୍ଦ୍ର। ବାପାଙ୍କୁ ହରେଇ ମଧ୍ୟ ସେ ବାପାଙ୍କର ଅଭାବ ଅନୁଭବ କରିନାହାନ୍ତି। କାରଣ ବଡ଼ଭାଇ ତାଙ୍କ ପାଇଁ ବାପା ହୋଇ ଯାଇଛନ୍ତି। ୨୦୦୫ରେ ସୁବାସ ଆସିଲେ ଯାତ୍ରାକୁ। ପ୍ରଥମ ପାର୍ଟି ଥିଲା ମୁକ୍ତେଶ୍ୱର ଅପେରା। ଇଚ୍ଛାଥିଲା ଅଭିନୟ କରିବେ। ମାତ୍ର ସେତିକିବେଳେ ପାର୍ଟିରେ ଜଣେ ଘୋଷକର ଆବଶ୍ୟକତା ପଡ଼ିଲା। ସୁବାସଙ୍କ ଭଏସ ବେଶ୍‌ ଥିଲା ଆଙ୍କରିଂ କରିବା ପାଇଁ। ପୁଣି ଗଁା ଯାତ୍ରାରେ ସେ ଆଙ୍କରି କରୁଥିଲେ। ବାସ୍‌, ସେ ସମ୍ଭାଳିନେଲେ। ତାଙ୍କ ଦେହରେ ଆଙ୍କର୍‌ର ମୋହର ଲାଗିଗଲା। ତେବେ ସେ ଯେ ଅଭିନୟକୁ ଛାଡ଼ିଦେଲେ ସେକଥା ନୁହେଁ, ସମାନ୍ତରାଳ ଭାବରେ ଚାଲିଲା ଆଙ୍କରିଂ ଆଉ ଆକ୍ଟିଂ। ପରେ ପରେ ସେ ଆସିଲେ ବାଘାଯତୀନ ଲୋକନାଟ୍ୟକୁ। ବାଘାଯତୀନ ଲୋକନାଟ୍ୟର ମାଲିକ ରବୀନ୍ଦ୍ର ରାୟ, ପରିଚାଳକ ରାଜେନ୍ଦ୍ର ମହାନ୍ତି ଓରଫ୍‌ ଫକ ମଉସା ଏବଂ ଆକ୍ସନ ଷ୍ଟାର ବାପି ପଣ୍ଡାଙ୍କ ଉତ୍ସାହ, ପ୍ରେରଣା ତଥା ଭଲପାଇବା ତାଙ୍କ ଉପରେ ଅଜାଡ଼ି ହୋଇପଡ଼ିଲା। ଆଉ ବାଘାଯତୀନ ହିଁ ତାଙ୍କ ପାଇଁ ଆଣିଦେଲା ସମ୍ମାନ ସ୍ବୀକୃତି ପ୍ରତିଷ୍ଠା। ଚଳିତବର୍ଷ ବାଘାଯତୀନ ଲୋକନାଟ୍ୟର ଚାରିଗୋଟି ନାଟକରେ ସେ ଅଭିନୟ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ‘କାହାଣୀ କାନ୍ଦୁଛି ଆଖି ଲୁଚେଇ’, ‘ପାକିସ୍ତାନୀ ଝିଅ-ଭାରତ କେ ଲିୟେ ସହିଦ’, ‘ମୃତ୍ୟୁଦଣ୍ଡ’ ଏବଂ ‘କଳାଓଢ଼ଣି’। ସୁବାସଙ୍କ ସମ୍ବନ୍ଧରେ ଆଉ ଏକ ଖାସ୍‌ କଥା ହେଉଛି ସେ ବହୁ ଲୋକପ୍ରିୟ ଅଭିନେତାଙ୍କର ଅବିକଳ ମିମିକ୍ରି ବା ସ୍ବର ନକଲ କରିପାରନ୍ତି। ସେହି ଅଭିନେତାଙ୍କ ମଧ୍ୟରେ ଓଡ଼ିଆରେ ରାଇମୋହନ, ହର ପଟ୍ଟନାୟକ, ମୀନକେତନ, ବିଜୟ ମହାନ୍ତି, ଦୁଃଖୀରାମ ସ୍ବାଇଁ, ହେମନ୍ତ ଦାସ, ଜୟୀରାମ ସାମଲ, କୁନା ତ୍ରିପାଠୀ, ବ୍ରଜ ସିଂ ଏବଂ ହିନ୍ଦୀରେ ଅମିତାଭ୍‌ ବଚ୍ଚନ, ରାଜ କୁମାର, ନାନା ପାଟେକର, ଅମରେଶ ପୁରୀ, ପରେଶ ରାଓ୍ବଲ ଏବଂ ଅମଜାଦ ଖାନ୍‌ଙ୍କ ନକଲ କରି ଦର୍ଶକଙ୍କୁ ସ୍ତମ୍ଭୀଭୂତ କରିଦିଅନ୍ତି। ସୁବାସଙ୍କ ପତ୍ନୀ ପ୍ରମିଳା ଜେନା ମଧ୍ୟ ଯାତ୍ରା ସିଙ୍ଗର।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri