ଆଗରୁ ପଢ଼ାଉଥିଲେ, ଏବେ କାଢ଼ି ନେବେ

ଫୁଲବାଣୀ ଅଫିସ, ୫ା୬- କନ୍ଧମାଳ ଜିଲାରେ ଅନ୍ବେଷା ଯୋଜନାରେ ବ୍ୟାପକ ଜାଲିଆତି ଚାଲିଛି। ୩ ବର୍ଷ ଧରି ଜିଲା ମଙ୍ଗଳ ବିଭାଗ ପକ୍ଷରୁ ସରକାରୀ ଗାଇଡ ଲାଇନକୁ ଉଲ୍ଲଂଘନ କରାଯାଇଛି।ଆରମ୍ଭରୁ ଚଳିତ ଶିକ୍ଷାବର୍ଷ ପର୍ଯ୍ୟନ୍ତ ଜିଲାର ୧୦ଟି ସ୍କୁଲରେ ଅନ୍ବେଶା ଯୋଜନାରେ ପିଲାମାନେ ପଢ଼ୁଛନ୍ତି। ବିଶେଷ କରି ୪ଟି ସ୍କୁଲରେ ୧୦୦୦ରୁ ଊର୍ଦ୍ଧ୍ୱ ପିଲା ପଢ଼ୁଥିବା ବେଳେ ସେଥିରୁ ୩ଟି ସ୍କୁଲରୁ ସରକାରଙ୍କ ଗାଇଡ ଲାଇନ ଅନୁସାରେ ପିଲା କାଢ଼ି ନିଆଯିବ ବୋଲି ଜିଲା ମଙ୍ଗଳ ଅଧିକାରୀ ଚିଠି କରିଛନ୍ତି। ଗାଇଡ ଲାଇନକୁ ଦେଖିଲେ ଆଉ ଏକ ସ୍କୁଲ ହଂସିକାରୁ ମଧ୍ୟ ପିଲା କାଢ଼ି ନିଆଯିବା କଥା। ହେଲେ ତାହାକୁ ବାଦ ଦିଆଯାଇଥିବାରୁ ସାଧାରଣରେ ପ୍ରଶ୍ନବାଚୀ ହୋଇଛି। ୨୦୧୬ରୁ ଜିଲାରେ ଆରମ୍ଭ ହୋଇଛି ଅନ୍ବେଷା ଯୋଜନା।ଗ୍ରାମାଞ୍ଚଳର ଗରୀବ ଛାତ୍ରୀଛାତ୍ରଙ୍କୁ ସହରାଞ୍ଚଳ ଇଂଲିଶ ମିଡିୟମ ସ୍କୁଲ ପିଲାଙ୍କ ସହ ସମକକ୍ଷ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ।ତେବେ ଏଥିଲାଗି ସରକାରଙ୍କ କଡାକଡି ନିୟମ ରହିଛି। ନିୟମ ଅନୁସାରେ ସହରାଞ୍ଚଳ/ଜିଲା ମୁଖ୍ୟାଳୟରେ ଥିବା ସ୍କୁଲରେ ଅନ୍ବେଷା ଯୋଜନାରେ ମନୋନୀତ ଛାତ୍ରୀଛାତ୍ରଙ୍କୁ ପଢ଼ାଯିବ।ଏହି ଯୋଜନାରେ ଜିଲାର ୧୦ଟି ସ୍କୁଲରେ ପିଲା ପଢ଼ୁଛନ୍ତି। ସେଥିମଧ୍ୟରୁ ୪ଟି ଯଥା ଜି.ଉଦୟଗିରି ଇଡେନ ପବ୍ଲିକ ସ୍କୁଲରେ ୧୧୯, ମାଉଣ୍ଟ କାରମେଲ ଇଂଲିଶ ମିଡିୟମ ସ୍କୁଲରେ ୨୧୪, ଟିକାବାଲି କଳିଙ୍ଗ ଶିଶୁ ବିହାର(ସେବା)ରେ ୪୩୯ ଏବଂ ଖଜୁରିପଡା ହଂସିକା ଇଂଲିଶ ମିଡିୟମ ସ୍କୁଲରେ ୩୦୦ ପିଲା ପଢ଼ୁଛନ୍ତି। ଗତ ୨୨ ତାରିଖରେ ଜିଲା ମଙ୍ଗଳ ଅଧିକାରୀ ଚିଠି ନଂ ୧୭୯୦ରେ କେବଳ ହଂସିକାକୁ ଛାଡି ଅନ୍ୟ ୩ଟି ସ୍କୁଲର ପ୍ରିନ୍ସିପାଲଙ୍କୁ ଜଣାଇଛନ୍ତି ଯେ, ସ୍କୁଲ ସହରାଞ୍ଚଳ/ଜିଲା ମୁଖ୍ୟାଳୟରେ ଅବସ୍ଥିିତ ନୁହେଁ। ତେଣୁ ଅନ୍ବେଷା ଯୋଜନାରେ ସେଠାରେ ପିଲା ପଢ଼ିପାରିବେ ନାହିଁ।ଯେଉଁ ପିଲା ଅଛନ୍ତି ସେମାନଙ୍କୁ କାଢି ନିଆଯିବ ଏବଂ ଚଳିତ ଶିକ୍ଷା ବର୍ଷରେ ନୂତନ ପିଲା ପଠାଯିବ ନାହିଁ।ତେବେ ଉକ୍ତ ୩ ସ୍କୁଲ ବର୍ଗରେ ହଂସିକା ସ୍କୁଲ ବି ଆସୁଥିଲେ ମଧ୍ୟ ତାହାକୁ ଅନୁକମ୍ପା ମୂଳରେ କ’ଣ ରହସ୍ୟ ଅଛି ତାହାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ ବୋଲି ଅନ୍ୟ ସ୍କୁଲର କର୍ମକର୍ତ୍ତା କହଛନ୍ତି। ଅନୁକମ୍ପା ପଛରେ ବହୁ ଅର୍ଥ କାରବାର ହୋଇଥିବା ସନ୍ଦେହ କରାଯାଉଛି। ଏ ନେଇ ଜିଲା ମଙ୍ଗଳ ଅଧିକାରୀ ଚାରୁଲତା ମଲ୍ଲିକଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେବାକୁ ମନା କରି ଦେଇଛନ୍ତି। ସୂଚନାଯୋଗ୍ୟ, ଅନ୍ବେଶା ଯୋଜନାରେ ସରକାର ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି। ସରକାରଙ୍କ ଗାଇଡ଼ ଲାଇନ ମୁତାବକ ସହରାଞ୍ଚଳରେ ଥିବା ଇଂଲିଶ ମିଡ଼ିୟମ ସ୍କୁଲ, ଯାହାର ସମସ୍ତ ପ୍ରକାର ଭିତ୍ତିଭୂମି ଥିବ ସେହି ସ୍କୁଲରେ ଉକ୍ତ ଯୋଜନାରେ ପିଲାମାନଙ୍କୁ ଭର୍ତ୍ତି କରି ପାଠ ପଢାଯିବ। ଗୋଟିଏ ପିଲା ପ୍ରତି ବର୍ଷକୁ ୨୫ ହଜାର ଟଙ୍କା ଟିଉଶନ ଫିସ୍‌ ଏବଂ ହଷ୍ଟେଲରେ ରହିବା ପାଇଁ ବର୍ଷକୁ ୨୦ ହଜାର ଟଙ୍କା ସରକାର ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri