ଆଖିତଳେ କଳା ପଡ଼ିଯାଇଛି କି ତା’ହେଲେ ଆପଣାନ୍ତୁ ଏହି ତେଲ

ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ନିମନ୍ତେ ଭିଟାମିନ୍‌-ଇ ତେଲ ଖୁବ୍‌ ହିତକାରୀ ହୋଇଥାଏ। ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ ରୂପଚର୍ଯ୍ୟାରେ ପ୍ରତ୍ୟହ ଭିଟାମିନ୍‌-ଇ ତେଲର ବ୍ୟବହାର କଲେ ଏହାର ଭଲ ପ୍ରଭାବ ପଡ଼େ। କାରଣ ଏଥିରେ ଆଣ୍ଟି-ଅକ୍ସିଡାଣ୍ଟର ମାତ୍ରା ଭରପୂର ରହିଥାଏ। ଏହି ତେଲ ତ୍ୱଚାର ରଙ୍ଗ ସଫା କରିବା ଏବଂ କେଶକୁ ଘନ କରିବାରେ ମଧ୍ୟ ସହାୟକ ହୋଇଥାଏ। ଏହା ସହଜରେ ମେଡିକାଲ ଷ୍ଟୋରରେ ମଧ୍ୟ ଉପଲବ୍ଧ ହୋଇଥାଏ।
ନାଇଟ୍‌ କ୍ରିମ୍‌: ତ୍ୱଚା କୋମଳ ଓ ଚିକ୍କଣ ପାଇଁ ଭିଟାମିନ୍‌ ଇ-ତେଲ ଅତ୍ୟନ୍ତ ଉପକାରୀ ହୋଇଥାଏ। ଗୋଟିଏ ଭିଟାମିନ୍‌-ଇ କ୍ୟାପସୁଲ ସହ ଅଧା ଚାମଚ ଆଲୋଭେରା ଜେଲ୍‌ ଲଗାଇ ୨ ମିନିଟ୍‌ ପର୍ଯ୍ୟନ୍ତ ମାଲିସ୍‌ କରନ୍ତୁ। ଏହାପରେ ଏହାକୁ ନଖ ଉଷୁମ ପାଣିରେ ଧୋଇ ମଶ୍ଚରାଇଜର୍‌ ପ୍ରୟୋଗ କରନ୍ତୁ। ଏହାକୁ ରାତିରେ ଶୋଇବା ପୂର୍ବରୁ ଲଗାଇ ଛାଡିଦିଅନ୍ତୁ ନଚେତ୍‌ ଯଦି ଏହା ଆପଣଙ୍କୁ ତେଲିଆ ଲାଗୁଛି ତେବେ ଏହାକୁ ଦିନରେ ମଧ୍ୟ ଲଗାଇପାରିବେ।
ଘନ କେଶ ପାଇଁ: କେଶରେ ଘନ ଓ ଚମକ ଆଣିବା ପାଇଁ ମଧ୍ୟ ଏହି ତେଲକୁ ବ୍ୟବହାର କରିପାରିବେ। କେଶର ଘନତ୍ୱ ବଢ଼ାଇବା ନିମନ୍ତେ ସପ୍ତାହରେ ଥରେ ଦୁଇଟି ଭିଟାମିନ୍‌-ଇ କ୍ୟାପସୁଲରେ ୩ଚାମଚ ଦହିକୁ ଭଲଭାବେ ମିଶାଇ ଦିଅନ୍ତୁ। ଏହାକୁ ଭଲଭାବେ କେଶମୂଳରେ ଲଗାଇବାର ୨୦ ମିନିଟ୍‌ ପରେ ଶାମ୍ପୁ କରିନିଅନ୍ତୁ। ଦହି ବଦଳରେ ନଡିଆ ତେଲ ମଧ୍ୟ ବ୍ୟବହାର କରିପାରିବେ।
ଆଖିର କଳାଦାଗ: ଏକ ଚାମଚ ବାଦାମ ତେଲରେ ଗୋଟିଏ ଭିଟାମିନ୍‌-ଇ କ୍ୟାପସୁଲକୁ ମିଶାଇ ଆଖିର ଚାରିପାଖେ ମାଲିସ୍‌ କରନ୍ତୁ। ଦେଖିବେ ଗୋଟିଏ ସପ୍ତାହ ମଧ୍ୟରେ ଏହି କଳାଦାଗ ଦୂର ହୋଇଯିବ।
ସ୍କ୍ରବ: ସପ୍ତାହକୁ ୨ଥର ୨ଟି ଭିଟାମିନ୍‌-ଇ କ୍ୟାପ୍‌ସୁଲରେ କଫି ପାଉଡରକୁ ମିଶାନ୍ତୁ। ଏହି ମିଶ୍ରଣକୁ ତ୍ୱଚାରେ ଲଗାଇ ସ୍କ୍ରବ କରନ୍ତୁ। ଏହା ତ୍ୱଚାରେ ଥିବା ସମସ୍ତ ମଇଳା ଓ ଡେଡ୍‌ ସେଲ୍‌କୁ ବାହାର କରିଦେବ। ଏହାଦ୍ୱାରା ସଫା ଓ ଚମକପ୍ରଦ ତ୍ୱଚା ପାଇପାରିବେ।
ଘନ ଆଇବ୍ରୋ ପାଇଁ: ଭିଟାମିନ୍‌-ଇରେ ଏଭଳି ଗୁଣ ରହିଛି ଯାହା କେଶକୁ ଘନତ୍ୱ କରିବାରେ ସହାୟକ ହୋଇଥାଏ। ତେଣୁ ଏହି ତେଲ ଆଇାବ୍ରୋକୁ ବି ଘନ କରିଥାଏ। ରାତିରେ ଶୋଇବା ପୂର୍ବରୁ ଏହାକୁ ଆଇବ୍ରୋରେ ଲଗାଇ ମାଲିସ୍‌ କରନ୍ତୁ। ଦେଖିବେ କିଛି ଦିନ ପରେ ଆଇବ୍ରୋ ଘନ ଓ କଳା ଦେଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri