ଆକ୍ରମଣ ମାମଲା, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ପାଟପୁର,୩ା୧-ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ ନ୍ୟାୟଳୟର ମାଜିଷ୍ଟେଟ ବିଷ୍ଣୁ ପ୍ରସାଦ ଦେବତା ଏକ ଆକ୍ରମଣ ମାମଲାର ଶୁଣାଣି କରି ପାଟପୁର ଥାନା ଜିଉରା ଗ୍ରାମର ଅଭିଯୁକ୍ତ ନାରାୟଣ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ପ୍ରଥମ ଥର ଦୋଷୀ ସାବ୍ୟସ୍ତ ହୋଇଥିବାରୁ ୩ ପି.ଓ ଆକ୍ଟରେ ଛଡ଼ାଯାଇଛି।
୨୦୧୫ ଜୁନ ୧୩ରେ ଜିଉରା ଗ୍ରାମର ଘନ ସାହୁ ଶାଗ ବିକ୍ରି କରି ଘରକୁ ଫେରୁଥିବା ବେଳେ ନାରାୟଣ ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ନଂ. ୮୬/୧୫ରେ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ତଦନ୍ତକାରୀ ପୋଲିସ ଅଧିକାରୀ ପ୍ରମୋଦ କୁମାର ଜେନା ଚାର୍ଜସିଟ ପ୍ରଦାନ କରିଥିଲେ। ୧୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତଙ୍କ ବିରୋଧରେ ଆବଶ୍ୟକ ପ୍ରମାଣ ପତ୍ର ମିଳିବାରୁ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ସତ୍ୟନାରାୟଣ ରଥ ଓ ଦୀପକ କୁମାର ସେଠୀ ପରିଚାଳନା କରିଥିଲେ।