ଆଉ ମାସେ ବଢ଼ିବ ସର୍ବକ୍ଷମା ଯୋଜନା: କଟକ-ଭୁବନେଶ୍ୱରରେ ସର୍ବାଧିକ ଆବେଦନ

ଭୁବନେଶ୍ୱର,୧।୩(ବ୍ୟୁରୋ): ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିନା ଅନୁମୋଦନ କିମ୍ବା ଅନୁମୋଦନ ନେଇ ନିୟମ ଉଲ୍ଲଂଘନ କରି ଗଢିଉଠିଥିବା ବେଆଇନ ଆବାସିକ କୋଠାଘର, ବ୍ୟବସାୟିକ ଗୃହ ଏବଂ ଅଟ୍ଟାଳିକାଗୁଡିକୁ ଜରିମାନା ଦେଇ ନିୟମିତ (ରେଗୁଲାର) କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ସର୍ବକ୍ଷମା ଯୋଜନା (ଆମ୍‌ନେଷ୍ଟି ସ୍କିମ୍‌) ଆଉ ମାସକ ପାଇଁ ବଢିବ। ଆସନ୍ତା ସୋମବାର ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ଜଣାପଡ଼ିଛି। ଜରିମାନା ଦେଇ ଘରକୁ ଅନୁମୋଦନ କରାଇ ନେବାକୁ ଲୋକମାନଙ୍କର ପ୍ରବଳ ଆଗ୍ରହ ଦେଖାଦେଇଛି। ଯଦିଓ ଏହି ଯୋଜନା ୨୦୧୮ରେ ଆରମ୍ଭ କରାଯାଇଥିଲା ତେବେ ଜରିିମାନା ରାଶି ଅଧିକ ଥିବାରୁ ଏହି ଯୋଜନା ଘର ମାଲିକଙ୍କୁ ଆକୃଷ୍ଟ କରିପାରି ନ ଥିଲା। ଶେଷ ୬ ମାସ ମଧ୍ୟରେ ସରକାର ଜରିମାନା ରାଶି ହ୍ରାସ କରିବାରୁ ଏଥିପ୍ରତି ପ୍ରବଳ ଆଗ୍ରହ ଦେଖାଦେଇଛି। ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ସର୍ବକ୍ଷମା ଯୋଜନାର ଅବଧି ବୃଦ୍ଧି କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଆସୁଛି।

୨୦୨୦ ଫେବୃୟାରୀ ୨୦ରେ ସର୍ବକ୍ଷମା ଯୋଜନାର ଅବଧି ଶେଷ ହୋଇଛି। ଲୋକମାନଙ୍କ ଆଗ୍ରହକୁ ଦେଖି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସର୍ବକ୍ଷମା ଯୋଜନାର ଅବଧି ଆଉ ୬ ମାସ ବଢ଼ାଇବାକୁ ଗତ ୨୦ ତାରିଖରେ ବିଧାନସଭା ଶୂନ୍ୟକାଳରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଯୋଜନାର ଅବଧି ବଢ଼ାଇବା ଉପରେ ବିଚାର କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଅବଧି ନ ବଢ଼ାଇବାକୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ମନ୍ତ୍ରୀଙ୍କ ଏଭଳି ଘୋଷଣାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ରାଜ୍ୟ ସରକାରଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବାବେଳେ ଗୃହ ଓ ନଗର ଉନ୍ନୟନ ବିଭାଗ ରାଜସ୍ବ ଆଦାୟ ବାଟ ବନ୍ଦ କରିବା ନେଇ ଖୋଦ୍‌ ସରକାରୀ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ସର୍ବକ୍ଷମା ଯୋଜନା ପ୍ରଥମେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଞ୍ଚଳରେ ୨୦୦୭ ଡିସେମ୍ବର ୩୧ରେ କାର୍ଯ୍ୟକାରୀ କରାଯାଇଥିଲା। ୨୦୦୯ରେ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଅଞ୍ଚଳରେ କାର୍ଯ୍ୟକାରୀ ହୋଇଥିଲା। ଏହି ସ୍କିମ୍‌ରେ ବିଡିଏ ଜରିମାନା ବାବଦରେ ୪୫୯୬ ଜଣଙ୍କଠାରୁ ୩୫ କୋଟି ୬୧ ଲକ୍ଷ ୬୦ ହଜାର ଟଙ୍କା ଆଦାୟ କରିଥିବାବେଳେ ସିଡିଏ ୪୦୮୦ ଜଣ ଆବେଦନକାରୀଙ୍କଠାରୁ ୧୩,୦୨,୦୭,୦୦୦ ଟଙ୍କା ଆଦାୟ କରିଥିଲା। ଅର୍ଥାତ୍‌ ଉଭୟ ସହରରୁ ମୋଟ ୪୮ କୋଟି ୬୩ ଲକ୍ଷ ୬୭ ହଜାର ଟଙ୍କା ଆଦାୟ ହୋଇଥିଲା। ରାଜସ୍ବ ମିଳୁଥିବା ଲକ୍ଷ୍ୟକରି ରାଜ୍ୟ ସରକାର ସର୍ବକ୍ଷମା ଯୋଜନାକୁ ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷ ଅଞ୍ଚଳରେ ୨୦୧୮ ଜୁନ୍‌ ୨୦ ତାରିଖରେ ଆରମ୍ଭ କରିଥିଲେ। ୨୦୨୦ ଫେବୃୟାରୀ ୨୦ରେ ଏହି ଯୋଜନା ଅବଧି ଶେଷ ହୋଇଛି। ଏହି ସମୟ ମଧ୍ୟରେ ବିଡିଏର ୫୭୧୯ ଜଣ, ସିଡିଏ ନିକଟରେ ୧୦୨୭, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ୬୯, ପୁରୀ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ୫୬, କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ୫୯, ତାଳଚେର-ଅନୁଗୋଳ-ମେରାମୁଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ୪୫, ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ୩୩, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ୨୪୦ ଏବଂ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ୩୮୭ ଜଣ ନିଜ ଘରକୁ ଅନୁମୋଦନ କରିବାକୁ ଆବେଦନ କରିଛନ୍ତି। ଏ ବାବଦରେ ରାଜ୍ୟ ସରକାର ପ୍ରାୟ ୧୦୦ କୋଟି ଟଙ୍କା ରାଜସ୍ବ ପାଇଥିବା ଜଣାପଡ଼ିଛି। ବିଶେଷକରି ବିଡିଏ ଏବଂ ସିଡିଏ ଅଞ୍ଚଳରେ ଏହି ଯୋଜନା ଅଧିକ ଲୋକପ୍ରିୟ ହୋଇଛି। ଏହି ଯୋଜନା ବନ୍ଦ କରିବା ପରେ ବହୁ ଜନଅସନ୍ତୋଷ ଦେଖାଦେଇଛି। ସରକାରଙ୍କୁ କୋଟି କୋଟି ଟଙ୍କା ରାଜସ୍ବ ମିଳୁଥିବା ବେଳେ କେଉଁ ଉଦ୍ଦେଶ୍ୟରେ ଯୋଜନାକୁ ବନ୍ଦ କରି ଦିଆଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏହି ସ୍କିମ୍‌ର ଅବଧି ଆଉ ୬ ମାସ ବଢ଼ାଇବାକୁ ଦାବି କରାଯାଇଛି।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ୨୦୧୮ ଜୁନ୍‌ ୨୦ ତାରିଖରେ ୯ଟି ଉନ୍ନୟନ କର୍ତ୍ତୃପକ୍ଷ ଅଞ୍ଚଳରେ ସର୍ବକ୍ଷମା ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡସ ରେଗୁଲେଶନରେ ଥିବା ନିୟମାବଳୀ ଆଧାରରେ ନିୟମ ଉଲ୍ଲଂଘନକାରୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଉଛି। ପ୍ରଥମେ ଏହାକୁ ୬ ମାସ ପାଇଁ କାର୍ଯ୍ୟକାରୀ କରିବାକୁ ଘୋଷଣା କରାଯାଇଥିଲା। ଏହା ପରେ ପୁଣି ୬ ମାସ ବୃଦ୍ଧି କରାଯାଇଥିଲା। ଜରିମାନା ରାଶି ଅଧିକ ହେବାରୁ ତାହା ଘର ମାଲିକଙ୍କୁ ଆକୃଷ୍ଟ କରିପାରିଲା ନାହିଁ। ଫଳରେ ବାଧ୍ୟ ହୋଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଜରିମାନା ରାଶିକୁ ପ୍ରତି ବର୍ଗମିଟରକୁ ୨୫୦ ଏବଂ ୫୦୦ ଟଙ୍କାକୁ ହ୍ରାସ କରିଥିଲା। ଜରିମାନା ହ୍ରାସ କରିବା ପରେ ଏହାର ଅବଧିକୁ ଆଉ ୬ ମାସ ପାଇଁ ବଢାଯାଇଥିଲା। ଫଳରେ ଏହି ଯୋଜନା ପ୍ରତି ଲୋକଙ୍କର ଆଗ୍ରହ ବୃଦ୍ଧି ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri