Categories: ଖେଳ

ଆଇସିସି ହସ୍ତକ୍ଷେପ ପରେ ରାଜି ହେଲା ବାଂଲାଦେଶ

ଦୁବାଇ,୧୫।୧- ପାକିସ୍ତାନରେ ପୂର୍ଣ୍ଣ ସିରିଜ୍‌ ଖେଳିବାକୁ ରାଜି ହୋଇଛି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମୁଖ୍ୟ ଶଶାଙ୍କ ମନୋହରଙ୍କ ହସ୍ତକ୍ଷେପ ଯୋଗୁ ଏହା ସମ୍ଭବ ହୋଇପାରିଛି। ୩ ପର୍ଯ୍ୟାୟରେ ବାଂଲାଦେଶ ଦଳ ପାକିସ୍ତାନ ଗସ୍ତରେ ଯାଇ ବିଭିନ୍ନ ଫର୍ମାଟ୍‌ରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ। ଚୁକ୍ତି ଅନୁଯାୟୀ, ଦୁଇ ଦଳ ପାକିସ୍ତାନରେ ୨୪ରୁ ୨୭ ତାରିଖ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳିବେ। ଫେବୃୟାରୀ ୧୧ ତାରିଖରେ ରାଓ୍ବଲପିଣ୍ଡିଠାରେ ଘରୋଇ ଦଳ ସହ ପ୍ରଥମ ଟେଷ୍ଟ ଖେଳିବାକୁ ଆସିବ ବାଂଲାଦେଶ। ପୁଣି ୩ ଏପ୍ରିଲକୁ ଏକମାତ୍ର ଦିନିକିଆ ଓ ଦ୍ୱିତୀୟ ଟେଷ୍ଟ ଖେଳାଯିବ। ଏ ସମ୍ପର୍କରେ ପିସିବି ପକ୍ଷରୁ କୁହାଯାଇଛି, ଆଇସିସି ଅଧ୍ୟକ୍ଷ ଶଶାଙ୍କ ହସ୍ତକ୍ଷେପ ପରେ ସିରିଜ୍‌ ସରଳ ହୋଇଯାଇଛି। ପୂର୍ବରୁ ପିସିବି ପକ୍ଷରୁ ଦିଆଯାଇଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବାକୁ ପ୍ରସ୍ତାବକୁ ବାଂଲାଦେଶ ମନା କରିଦେଇଥିଲା।

Share