Posted inଖେଳ

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ : ଅଷ୍ଟ୍ରେଲିଆକୁ ରେକର୍ଡ ପଞ୍ଚମ ଟାଇଟଲ

ମେଲବୋର୍ନ, ୮।୩(ପି.ଟି.)- ଆୟୋଜକ ଅଷ୍ଟ୍ରେଲିଆ ରେକର୍ଡ ପଞ୍ଚମଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ମହିଳା ବିଶ୍ୱକପ୍‌ ଟାଇଟଲ ହାସଲ କରିଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବୃହତ୍‌ ୮୫ ରନରେ ଭାରତକୁ ହରାଇ ଚାମ୍ପିୟନ ହୋଇଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା। ତେବେ ଫାଇନାଲ ମ୍ୟାଚ୍‌ରେ ଏହି ପ୍ରଦର୍ଶନକୁ ଦୋହରାଇବାରେ ଭାରତ ବିଫଳ ହୋଇ ଏକ ପ୍ରକାର ଆତ୍ମ ସମର୍ପଣ କରିଛି। ପ୍ରଥମେ ଦମ୍‌ଦାର ବ୍ୟାଟିଂ ଓ ପରେ ଉଚ୍ଚକୋଟୀର ବୋଲିଂ ସହାୟତାରେ ଅଷ୍ଟ୍ରେଲିଆ ଶେଷରେ ବାଜି ମାରିଛି।
ଐତିହାସିକ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଦୁଇ ଓପନର ଏଲିସା ହିଲି ଓ ବେଥ ମୁନୀଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୮୪ ରନ ସଂଗ୍ରହ କରିଥିଲା। ଜାବରେ ଭାରତ ୧୯.୧ ଓଭରରେ ୯୯ ରନ କରି ପରାସ୍ତ ହେଇଛି।
୧୮୫ ରନ କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟର ପିଛା କରି ଭାରତ ୧୮ ରନରେ ୩ ଉଇକେଟ ହରାଇ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ୧୬ ବର୍ଷୀୟ ଓପନର ଶେଫାଳୀ ବର୍ମା ମାତ୍ର ୨ ରନ କରି ମେଗାନ ସ୍କଟଙ୍କ ବଲ୍‌ରେ ଉଇକେଟକିପର ହିଲିଙ୍କୁ କ୍ୟାଚ୍‌ ଦେଇ ପ୍ରଥମେ ଆଉଟ ହୋଇଥିଲେ। ଏହାପରେ ଭାରତୀୟ ଇନିଂସ ତାସ ଘରପରି ଭୁସୁଡି ପଡିଥିଲା। ବେକରେ ବଲ୍‌ ବାଜିବା କାରଣରୁ ଉଇକେଟକିପର ବ୍ୟାଟ୍ସଓମ୍ୟାନ ତାନିୟା ଭାଟିଆଙ୍କ ରିଟାୟାର୍ଡ ହର୍ଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଜେମିମା ରୋଡ୍ରିଗୁଏଜ ଖାତା ଖେଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ଫର୍ମରେ ନ ଥିବା ଅଭିଜ୍ଞ ଓପନର ସ୍ମୃତି ମାନ୍ଧନା ୧୧ ରନ କରିଥିବା ବେଳେ ସୋଫି ମୋଲିନିକ୍ସଙ୍କ ବଲ୍‌ରେ ମିଡ୍‌ ଅଫ୍‌ରେ ନିକୋଲା କାରେଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ପାଳି ପଡିଥିଲା ଅଧିନାୟିକା ହରମନପ୍ରୀତ କୌରଙ୍କର। ହରମନପ୍ରୀତ ମାତ୍ର ୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ବେଦା କ୍ରିଷ୍ଣମୂର୍ତ୍ତୀ ୧୯, ଦୀପ୍ତି ଶର୍ମା ସର୍ବାଧିକ ୩୩, ଶିଖା ପାଣ୍ଡେ ୨, ରିଚା ଘୋଷ ୧୮, ରାଧା ଯାଦବ ୧ ଓ ପୁନମ ଯାଦବ ୧ ରନ କରି ଆଉଟ ହୋଇଥିଲେ। ରାଜେଶ୍ୱରୀ ଗାଏକ୍ୱାଡ ୧ ରନକରି ଅପରାଜିତ ରହିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ମେଗାନ ସ୍କଟ ସର୍ବାଧିକ ୪, ଜେସ୍‌ ଜୋନାସିନ ୩, ମୋଲିନିକ୍ସ, ଡେଲିସା କିମିନ୍ସ ଓ ନିକୋଲା କେରୀ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ମୁନୀ- ହିଲିଙ୍କ ଧୂଆଁଧାର ବ୍ୟାଟିଂ
ପୂର୍ବରୁ ଟସ୍‌ ଜିତି ବ୍ୟାଟିଂ କରିବା ନିଷ୍ପତ୍ତି ଅଷ୍ଟ୍ରେଲିଆ ପାଇଁ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥିଲା। ଦୁଇ ଓପନର ଏଲିସା ହିଲି ଓ ବେଥ ମୁନୀ ଭାରତୀୟ ବୋଲରଙ୍କୁ ନିର୍ମମ ପ୍ରହାର କରିବା ସହ ପଡିଆର ଚତୁର୍ଦିଗକୁ ଶଟ୍‌ମାନ ଖେଳିଥିଲେ। ଭାରତୀୟ ଦୁର୍ବଳ ଫିଲ୍ଡିଂର ଫାଇଦା ଉଠାଇ ଏହି ଦୁଇ ଖେଳାଳି ପ୍ରଥମ ଉଇକେଟରେ ୭୧ ବଲର ୧୧୫ ରନ ସଂଗ୍ରହ କରିଥିଲେ। ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଉଚ୍ଚକୋଟୀର ପ୍ରଦର୍ଶନ କରି ଆସିଥିବା ଭାରତୀୟ ବୋଲର ଫାଇନାଲ ମ୍ୟାଚ୍‌ରେ ନିହାତି ମାମୁଲି ସାବ୍ୟସ୍ତ ହୋଇଥିଲେ। ଇନିଂସର ପଞ୍ଚମ ବଲ୍‌ରେ ହିଲି ଜୀବନଦାନ ପାଇଥିଲେ। ଦ୍ରୁତ ବୋଲର ଦୀପ୍ତି ଶର୍ମାଙ୍କ ବଲ୍‌ରେ ସେ ଶେଫାଳୀ ବର୍ମାଙ୍କୁ କ୍ୟାଚ୍‌ ଦେଇଥିଲେ। ତେବେ ଶେଫାଳୀ ଏହି କ୍ୟାଚ୍‌ ହାତଛଡ଼ା କରିଥିଲେ। ଏହାର ଭରପୂର ଫାଇଦା ଉଠାଇ ଥିଲେ ଉଇକେଟକିପର ବ୍ୟାଟ୍ସଓମ୍ୟାନ ହିଲି। ସେ ମାତ୍ର ୩୯ଟି ବଲ୍‌ର ସମ୍ମୁଖୀନ ହୋଇ ୭ ଚୌକା ଓ ୫ ଛକା ସହ ୭୫ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଶତକ ଆଡକୁ ଅଗ୍ରସର ହେଉଥିବା ବେଳେ ରାଧା ଯାଦବଙ୍କ ବଲ୍‌ରେ ଲଙ୍ଗ୍‌ ଅନ୍‌ରେ ବେଦା କ୍ରିଷ୍ଣମୂର୍ତ୍ତୀଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଅଧିନାୟିକା ମେଗ୍‌ ଲାନିଂ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ଯାଇ ୧୫ ବଲରେ ୨ ଚୌକା ସହ ୧୬ ରନ ସଂଗ୍ରହ କରି ଦୀପ୍ତି ଶର୍ମାଙ୍କ ବଲ୍‌ରେ ସ୍କୋୟାର ଲେଗ୍‌ରେ ଶିଖା ପାଣ୍ଡେଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଆଶଲେ ଗାର୍ଡନର ୨ ରନ କରିଥିବା ବେଳେ ଉଇକେଟକିପର ତାନିୟା ଭାଟିଆଙ୍କ ଦ୍ୱାରା ଷ୍ଟମ୍ପ ଆଉଟ ହୋଇ ଦୀପ୍ତିଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଶେଷରେ ରାଚେଲ ହେନ୍ସ ୪ ରନ କରି ଲାଇନ୍‌ ମିସ୍‌ କରିବା ସହ ସ୍ପିନର ପୁନମ ଯାଦବଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଓପନର ମୁନୀ ୫୪ଟି ବଲର ସମ୍ମୁଖୀନ ହୋଇ ୧୦ ଚୌକା ସହ ୭୮ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ ଦଳକୁ ବୃହତ୍‌ ସ୍କୋର ପ୍ରଦାନ କରିଥିଲେ। ନିକୋଲା କ୍ୟାରୀ ୫ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ତରଫରୁ ଦୀପ୍ତି ୨, ପୁନମ ଓ ରାଧା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ୨୦ ଓଭରରେ ୧୮୪/୪
(ମୁନୀ- ୭୮*, ହିଲି- ୭୫, ଲାନିଂ- ୧୬, ଦୀପ୍ତି- ୨/ ୩୮, ପୁନମ- ୧/୩୦, ରାଧା-୧/ ୩୪)।
ଭାରତ ୧୯.୧ ଓଭରରେ ୯୯ରେ ଅଲ୍‌ଆଉଟ
(ଦୀପ୍ତି- ୩୩, କ୍ରିଷ୍ଣମୂର୍ତ୍ତୀ- ୧୯, ଘୋଷ- ୧୮, ସ୍କଟ- ୪/୧୮, ଜୋନାସିନ- ୩/୨୦)।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri