Posted inଖେଳ

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ : ଅଷ୍ଟ୍ରେଲିଆକୁ ରେକର୍ଡ ପଞ୍ଚମ ଟାଇଟଲ

ମେଲବୋର୍ନ, ୮।୩(ପି.ଟି.)- ଆୟୋଜକ ଅଷ୍ଟ୍ରେଲିଆ ରେକର୍ଡ ପଞ୍ଚମଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ମହିଳା ବିଶ୍ୱକପ୍‌ ଟାଇଟଲ ହାସଲ କରିଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବୃହତ୍‌ ୮୫ ରନରେ ଭାରତକୁ ହରାଇ ଚାମ୍ପିୟନ ହୋଇଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା। ତେବେ ଫାଇନାଲ ମ୍ୟାଚ୍‌ରେ ଏହି ପ୍ରଦର୍ଶନକୁ ଦୋହରାଇବାରେ ଭାରତ ବିଫଳ ହୋଇ ଏକ ପ୍ରକାର ଆତ୍ମ ସମର୍ପଣ କରିଛି। ପ୍ରଥମେ ଦମ୍‌ଦାର ବ୍ୟାଟିଂ ଓ ପରେ ଉଚ୍ଚକୋଟୀର ବୋଲିଂ ସହାୟତାରେ ଅଷ୍ଟ୍ରେଲିଆ ଶେଷରେ ବାଜି ମାରିଛି।
ଐତିହାସିକ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଦୁଇ ଓପନର ଏଲିସା ହିଲି ଓ ବେଥ ମୁନୀଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୮୪ ରନ ସଂଗ୍ରହ କରିଥିଲା। ଜାବରେ ଭାରତ ୧୯.୧ ଓଭରରେ ୯୯ ରନ କରି ପରାସ୍ତ ହେଇଛି।
୧୮୫ ରନ କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟର ପିଛା କରି ଭାରତ ୧୮ ରନରେ ୩ ଉଇକେଟ ହରାଇ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ୧୬ ବର୍ଷୀୟ ଓପନର ଶେଫାଳୀ ବର୍ମା ମାତ୍ର ୨ ରନ କରି ମେଗାନ ସ୍କଟଙ୍କ ବଲ୍‌ରେ ଉଇକେଟକିପର ହିଲିଙ୍କୁ କ୍ୟାଚ୍‌ ଦେଇ ପ୍ରଥମେ ଆଉଟ ହୋଇଥିଲେ। ଏହାପରେ ଭାରତୀୟ ଇନିଂସ ତାସ ଘରପରି ଭୁସୁଡି ପଡିଥିଲା। ବେକରେ ବଲ୍‌ ବାଜିବା କାରଣରୁ ଉଇକେଟକିପର ବ୍ୟାଟ୍ସଓମ୍ୟାନ ତାନିୟା ଭାଟିଆଙ୍କ ରିଟାୟାର୍ଡ ହର୍ଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଜେମିମା ରୋଡ୍ରିଗୁଏଜ ଖାତା ଖେଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ଫର୍ମରେ ନ ଥିବା ଅଭିଜ୍ଞ ଓପନର ସ୍ମୃତି ମାନ୍ଧନା ୧୧ ରନ କରିଥିବା ବେଳେ ସୋଫି ମୋଲିନିକ୍ସଙ୍କ ବଲ୍‌ରେ ମିଡ୍‌ ଅଫ୍‌ରେ ନିକୋଲା କାରେଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ପାଳି ପଡିଥିଲା ଅଧିନାୟିକା ହରମନପ୍ରୀତ କୌରଙ୍କର। ହରମନପ୍ରୀତ ମାତ୍ର ୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ବେଦା କ୍ରିଷ୍ଣମୂର୍ତ୍ତୀ ୧୯, ଦୀପ୍ତି ଶର୍ମା ସର୍ବାଧିକ ୩୩, ଶିଖା ପାଣ୍ଡେ ୨, ରିଚା ଘୋଷ ୧୮, ରାଧା ଯାଦବ ୧ ଓ ପୁନମ ଯାଦବ ୧ ରନ କରି ଆଉଟ ହୋଇଥିଲେ। ରାଜେଶ୍ୱରୀ ଗାଏକ୍ୱାଡ ୧ ରନକରି ଅପରାଜିତ ରହିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ମେଗାନ ସ୍କଟ ସର୍ବାଧିକ ୪, ଜେସ୍‌ ଜୋନାସିନ ୩, ମୋଲିନିକ୍ସ, ଡେଲିସା କିମିନ୍ସ ଓ ନିକୋଲା କେରୀ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ମୁନୀ- ହିଲିଙ୍କ ଧୂଆଁଧାର ବ୍ୟାଟିଂ
ପୂର୍ବରୁ ଟସ୍‌ ଜିତି ବ୍ୟାଟିଂ କରିବା ନିଷ୍ପତ୍ତି ଅଷ୍ଟ୍ରେଲିଆ ପାଇଁ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥିଲା। ଦୁଇ ଓପନର ଏଲିସା ହିଲି ଓ ବେଥ ମୁନୀ ଭାରତୀୟ ବୋଲରଙ୍କୁ ନିର୍ମମ ପ୍ରହାର କରିବା ସହ ପଡିଆର ଚତୁର୍ଦିଗକୁ ଶଟ୍‌ମାନ ଖେଳିଥିଲେ। ଭାରତୀୟ ଦୁର୍ବଳ ଫିଲ୍ଡିଂର ଫାଇଦା ଉଠାଇ ଏହି ଦୁଇ ଖେଳାଳି ପ୍ରଥମ ଉଇକେଟରେ ୭୧ ବଲର ୧୧୫ ରନ ସଂଗ୍ରହ କରିଥିଲେ। ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଉଚ୍ଚକୋଟୀର ପ୍ରଦର୍ଶନ କରି ଆସିଥିବା ଭାରତୀୟ ବୋଲର ଫାଇନାଲ ମ୍ୟାଚ୍‌ରେ ନିହାତି ମାମୁଲି ସାବ୍ୟସ୍ତ ହୋଇଥିଲେ। ଇନିଂସର ପଞ୍ଚମ ବଲ୍‌ରେ ହିଲି ଜୀବନଦାନ ପାଇଥିଲେ। ଦ୍ରୁତ ବୋଲର ଦୀପ୍ତି ଶର୍ମାଙ୍କ ବଲ୍‌ରେ ସେ ଶେଫାଳୀ ବର୍ମାଙ୍କୁ କ୍ୟାଚ୍‌ ଦେଇଥିଲେ। ତେବେ ଶେଫାଳୀ ଏହି କ୍ୟାଚ୍‌ ହାତଛଡ଼ା କରିଥିଲେ। ଏହାର ଭରପୂର ଫାଇଦା ଉଠାଇ ଥିଲେ ଉଇକେଟକିପର ବ୍ୟାଟ୍ସଓମ୍ୟାନ ହିଲି। ସେ ମାତ୍ର ୩୯ଟି ବଲ୍‌ର ସମ୍ମୁଖୀନ ହୋଇ ୭ ଚୌକା ଓ ୫ ଛକା ସହ ୭୫ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଶତକ ଆଡକୁ ଅଗ୍ରସର ହେଉଥିବା ବେଳେ ରାଧା ଯାଦବଙ୍କ ବଲ୍‌ରେ ଲଙ୍ଗ୍‌ ଅନ୍‌ରେ ବେଦା କ୍ରିଷ୍ଣମୂର୍ତ୍ତୀଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଅଧିନାୟିକା ମେଗ୍‌ ଲାନିଂ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ଯାଇ ୧୫ ବଲରେ ୨ ଚୌକା ସହ ୧୬ ରନ ସଂଗ୍ରହ କରି ଦୀପ୍ତି ଶର୍ମାଙ୍କ ବଲ୍‌ରେ ସ୍କୋୟାର ଲେଗ୍‌ରେ ଶିଖା ପାଣ୍ଡେଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଆଶଲେ ଗାର୍ଡନର ୨ ରନ କରିଥିବା ବେଳେ ଉଇକେଟକିପର ତାନିୟା ଭାଟିଆଙ୍କ ଦ୍ୱାରା ଷ୍ଟମ୍ପ ଆଉଟ ହୋଇ ଦୀପ୍ତିଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଶେଷରେ ରାଚେଲ ହେନ୍ସ ୪ ରନ କରି ଲାଇନ୍‌ ମିସ୍‌ କରିବା ସହ ସ୍ପିନର ପୁନମ ଯାଦବଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଓପନର ମୁନୀ ୫୪ଟି ବଲର ସମ୍ମୁଖୀନ ହୋଇ ୧୦ ଚୌକା ସହ ୭୮ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ ଦଳକୁ ବୃହତ୍‌ ସ୍କୋର ପ୍ରଦାନ କରିଥିଲେ। ନିକୋଲା କ୍ୟାରୀ ୫ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ତରଫରୁ ଦୀପ୍ତି ୨, ପୁନମ ଓ ରାଧା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ୨୦ ଓଭରରେ ୧୮୪/୪
(ମୁନୀ- ୭୮*, ହିଲି- ୭୫, ଲାନିଂ- ୧୬, ଦୀପ୍ତି- ୨/ ୩୮, ପୁନମ- ୧/୩୦, ରାଧା-୧/ ୩୪)।
ଭାରତ ୧୯.୧ ଓଭରରେ ୯୯ରେ ଅଲ୍‌ଆଉଟ
(ଦୀପ୍ତି- ୩୩, କ୍ରିଷ୍ଣମୂର୍ତ୍ତୀ- ୧୯, ଘୋଷ- ୧୮, ସ୍କଟ- ୪/୧୮, ଜୋନାସିନ- ୩/୨୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାହୁଲ-ଗୋଏଙ୍କା ବିବାଦ ପରେ ଲକ୍ଷ୍ନୌ ଟିମ୍‌ରେ ହେବ ବଡ଼ ପରିବର୍ତ୍ତନ, ଏହି ଖେଳାଳି ହେବେ ଅଧିନାୟକ !

ନୂଆଦିଲ୍ଲୀ,୧୦।୫: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବୁଧବାର ଶୋଚନୀୟ ପରାଜୟ ପରେ ଆଇପିଏଲ୍‌ ପ୍ଲେ ଅଫ୍‌ ଦୌଡ଼ରୁ ପ୍ରାୟତଃ ବାହାର ହୋଇଛି ଲକ୍ଷ୍ନୌ ସୁପର ଜିଆଣ୍ଟସ। ଏହାକୁ...

ଆଇପିଏଲ୍‌ର ୧୦ ଟିମ୍‌ର ମାଲିକ କିଏ ଜାଣନ୍ତି

ଏବେ ଆଇପିଏଲ ଚାଲିଛି। ଏବେ ଏହି ମହାସମର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ମାତ୍ର ୨ ସପ୍ତାହ ମଧ୍ୟରେ ଚଳିତବର୍ଷର ବିଜେତା କିଏ ଜଣାପଡିବ। ତେବେ...

ଏହି ସର୍ତ୍ତରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଣ୍ଟ୍ରାକ୍ଟ ଦେଇଛି ବିସିସିଆଇ, ଖୁଲାସା କଲେ ଜୟ ଶାହା

ମୁମ୍ବାଇ,୧୦।୫: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କାହିଁକି ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପଦାନ କଲା, ଏହାର ଖୁଲାସା କରିଛନ୍ତି ଜୟ ଶାହା। ବୁଧବାର...

ଆଇପିଏଲ୍‌ରୁ ବିଦା ହେଲେ ଏହି ୨ ଦଳ: ପ୍ଲେ ଅଫ୍‌ ଆଶା ଜୀବନ୍ତ ରଖିଛି ଆରସିବି

ନୂଆଦିଲ୍ଲୀ,୧୦।୫: ଆଇପିଏଲ ୨୦୨୪ର ୫୮ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୬୦ ରନରେ ପରାସ୍ତ କରିଛି। ଏହି ପରାଜୟ ସହିତ ପଞ୍ଜାବ ଦଳ...

ଆଖି ପିଛୁଳାକେ ଏମିତି କାମ କରିଦେଲେ କୋହଲି: ଭାଇରାଲ ହେଉଛି ଭିଡିଓ

ଧର୍ମଶାଳା,୧୦।୫: ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୬୦ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଆରସିବି ୨୪୧ ରନ...

ଯେସାକୁ ତେସା କରିଦେଖାଇଲେ କୋହଲି

ନୂଆଦିଲ୍ଲୀ,୧୦।୫: ଆଇପିଏଲ ୨୦୨୪ର ୫୮ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲ। ବେଙ୍ଗାଲୁରୁ ପଞ୍ଜାବ ବିପକ୍ଷରେ ଅତି ସହଜରେ ଏବଂ...

ଖୁବ୍ ଶୀଘ୍ର ନୂତନ କୋଚ୍ ପାଇଁ ବିଜ୍ଞାପନ ପ୍ରକାଶ କରିବ ବିସିସିଆଇ, ସୂଚନା ଦେଲେ ଜୟ ଶାହା

ନୂଆଦିଲ୍ଲୀ,୧୦।୫: ବିସିସିଆଇ ଖୁବ ଶୀଘ୍ର ଏକ ନୂତନ କୋଚ୍ ପାଇଁ ଏକ ବିଜ୍ଞାପନ ପ୍ରକାଶ କରିବ। ବୁଧବାର ମୁମ୍ବାଇରେ ବିସିସିଆଇ ସଚିବ ଜୟ ଶାହା ଏହା...

ତେନ୍ଦୁଲକରଙ୍କ ୩୦ ବର୍ଷର ଓ୍ବାର୍ଲଡ ରେକର୍ଡ ଭାଙ୍ଗିଲେ ଶେଫାଳି ବର୍ମା

ନୂଆଦିଲ୍ଲୀ,୯।୫: ଭାରତୀୟ ମହିଳା କ୍ରିକେଟ ଦଳର ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ ଶେଫାଳି ବର୍ମା ବାଂଲାଦେଶ ବିପକ୍ଷ ପଞ୍ଚମ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚରେ ଏକ ବଡ଼ ରେକର୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri