Posted inଖେଳ

ଆଇସିସି ବିଶ୍ୱକପ୍‌: ପ୍ରଥମ ସେମିଫାଇନାଲ; ମାଞ୍ଚେଷ୍ଟରରେ ବର୍ଷାର ଖେଳ

ମାଞ୍ଚେଷ୍ଟର,୧୦।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ପୁଣି ଥରେ ବର୍ଷା ବାଧକ ସାଜିଛି। ବର୍ଷାଯୋଗୁ ଟୁର୍ନାମେଣ୍ଟର ଲିଗ୍‌ ପର୍ଯ୍ୟାୟରେ ୪ଟି ମ୍ୟାଚ୍‌ ବାତିଲ ହୋଇସାରିଥିବା ବେଳେ ମଙ୍ଗଳବାର ଖେଳାଯାଇଥିବା ଭାରତ- ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ମଧ୍ୟ ସମାନ କାରଣରୁ ପ୍ରଭାବିତ ହୋଇଛି। ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଟସ୍‌ ଜିତି କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ କରି ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ହାତଖୋଲା ଶଟ୍‌ ଖେଳିବାକୁ ଦେଇ ନ ଥିଲେ। ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ଉଇକେଟ ହରାଇ ୨୧୧ ରନ କରିଥିବା ବେଳେ ବର୍ଷା ଯୋଗୁ ମ୍ୟାଚ୍‌ ବାଧା ପ୍ରାପ୍ତ ହୋଇଥିଲା। ସେତେବେଳକୁ ଅଭିଜ୍ଞ ରସ୍‌ ଟେଲର ୬୭ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଟମ୍‌ ଲାଥମ ୩ ରନ କରି ଅପରାଜିତ ରହିଥିଲେ। ବର୍ଷା ଛାଡ଼ିବା ଓ ପୁଣି ହେବାର ଲୁଚକାଳି ଖେଳ ଭିତରେ ମ୍ୟାଚ୍‌କୁ ଶେଷରେ ଅମ୍ପାୟର ଓ ମ୍ୟାଚ୍‌ ରେଫରି ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ନିୟମ ଅନୁସାରେ ମ୍ୟାଚ୍‌ ଯେଉଁଠାରେ ସ୍ଥଗିତ ରଖାଯାଇଛି ରିଜର୍ଭ ଡେ ଅର୍ଥାତ୍‌ ବୁଧବାର ସ୍ଥାନୀୟ ସମୟ ସକାଳ ୧୦ଟା ୩୦ରୁ ସେହିଠାରୁ ପୁଣି ଆରମ୍ଭ ହେବ। ଉଲ୍ଲେଖଥାଉ କି, ଲିଗ୍‌ ପର୍ଯ୍ୟାୟରେ ଭାରତ- ନ୍ୟୁଜିଲାଣ୍ଡ ମ୍ୟାଚ୍‌ ମଧ୍ୟ ବାତିଲ ହୋଇଥିଲା ଓ ଦୁଇ ଦଳ ପଏଣ୍ଟ ଭାଗ କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଉଇଲିୟମସନ ଓ ଅଭିଜ୍ଞ ରସ୍‌ ଟେଲରଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ମନ୍ଥର ବ୍ୟାଟିଂ କାରଣରୁ ବଡ଼ ସ୍କୋର ହାସଲ କରିପାରି ନ ଥିଲା। ୯୫ଟି ବଲର ସମ୍ମୁଖୀନ ହୋଇ ଓ୍ବିଲିୟମସନ ୬ ଚୌକା ସହ ୬୭ ରନ ସଂଗ୍ରହ କରିଥିଲେ। ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ବଲ୍‌ରେ ଜୋରଦାର ଶଟ୍‌ ଖେଳିବାକୁ ଯାଇ ସେ ପଏଣ୍ଟରେ ରବୀନ୍ଦ୍ର ଜାଡେଜାଙ୍କୁ କ୍ୟାଚ୍‌ ଦେଇଥିଲେ। ସେହିପରି ଟେଲର ୮୫ଟି ବଲ୍‌ ଖେଳି ୩ ଚୌକା ଓ ୧ ଛକା ସହ ୬୭ ରନ କରି ଅପରାଜିତ ରହିଥିଲେ। ଅନ୍ୟମାନେ ଭଲ ପ୍ରଦର୍ଶନ କରିପାରି ନ ଥିଲେ।
ଇନିଂସ ଆରମ୍ଭରୁ ନ୍ୟୁଜିଲାଣ୍ଡ ଆଉଟ୍‌ ଅଫ୍‌ ଫର୍ମ ଅଭିଜ୍ଞ ଓପନର ମାର୍ଟିନ ଗୁପ୍ଟିଲଙ୍କୁ ହରାଇଥିଲା। ଗୁପ୍ଟିଲ ମାତ୍ର ୧ ରନ କରିଥିବାବେଳେ ଯଶପ୍ରୀତ ବୁମ୍‌ରାଙ୍କ ଅଫ୍‌ ଷ୍ଟମ୍ପ ବାହାରର ବାଉନ୍ସରକୁ ଖେଳିବାକୁ ଯାଇ ବିଫଳ ହୋଇଥିଲେ। ବଲ୍‌ ବ୍ୟାଟ୍‌ର ଏଜ୍‌ ନେଇଥିଲା ଓ ଭାରତୀୟ ଅଧିନାୟକ ବିରାଟ କୋହଲି କୌଣସି ତ୍ରୁଟି ନ କରି ସେକେଣ୍ଡ ସ୍ଲିପ୍‌ରେ ଏକ ସୁନ୍ଦର କ୍ୟାଚ୍‌ ନେଇଥିଲେ ଓ ଗୁପ୍ଟିଲ ପ୍ୟାଭିଲିୟନ ଫେରିଥିଲେ। ମେଘୁଆ ପାଗରେ ପ୍ରଥମ ପାଓ୍ବାର ପ୍ଲେ’ରେ ଭାରତୀୟ ଦ୍ରୁତ ବୋଲର ବୁମ୍‌ରା ଓ ଭୁବନେଶ୍ୱର କୁମାର ସୁନ୍ଦର ସୁଇଙ୍ଗ୍‌ ବୋଲିଂ କରିଥିଲେ। ମିଡଲ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ବେଶ୍‌ ଉଚ୍ଚକୋଟୀର ବୋଲିଂ କରିଥିଲେ। ଗୁପ୍ଟିଲ ଆଉଟ ହେବା ପରେ ଦ୍ୱିତୀୟ ଉଇକେଟରେ ଅନ୍ୟତମ ଓପନର ହେନୋରି ନିକୋଲ୍ସ ଓ ଓ୍ବିଲିୟମସନ ୮୯ ବଲରୁ ୬୮ ରନ ସଂଗ୍ରହ କରିଥିଲେ। ତେବେ ନିକୋଲ୍ସ ୫୧ ବଲ୍‌ରୁ ୨ ଚୌକା ସହ ୨୮ ରନ କରିଥିବା ବେଳେ ଲାଇନ୍‌ ମିସ୍‌ କରି ସ୍ପିନର ଜାଡେଜାଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଜାଡେଜାଙ୍କ ବଲ୍‌ ଅଫ୍‌ ଷ୍ଟମ୍ପ ବାହାରେ ପଡି ଭିତରେ ପଶିଥିଲା। ବ୍ୟାଟ୍‌ ଓ ପ୍ୟାଡ୍‌ ଭିତରେ ବଲ୍‌ ଯାଇ ମିଡଲ ଷ୍ଟମ୍ପରେ ବାଜିଥିଲା। ଏହାପରେ ତୃତୀୟ ଉଇକେଟଯୋଡିରେ ଓ୍ବିଲିୟମସନ ଓ ଟେଲର ୧୦୨ଟି ବଲ୍‌ ଖେଳି ୬୫ ରନ ସଂଗ୍ରହ କରିଥିଲେ। ଓ୍ବିଲିୟମସନ ପ୍ୟାଭିଲିୟନ ଫେରିବା ପରେ ଜେମ୍ସ ନିଶାମଙ୍କ ପାଳି ପଡିଥିଲା। ୧୮ଟି ବଲ୍‌ର ସମ୍ମୁଖୀନ ହୋଇ ୧ ଚୌକା ସହ ୧୨ ରନ କରିଥିବାବେଳେ ବାମହାତୀ ନିଶାମ ପାଣ୍ଡ୍ୟାଙ୍କ ବଲ୍‌ରେ ଲେଗ୍‌ ସାଇଡ୍‌କୁ ଲମ୍ବା ଶଟ୍‌ ଖେଳିବାକୁ ଯାଇ ମିଡ୍‌ ଉଇକେଟରେ ଦୀନେଶ କାର୍ତ୍ତିକଙ୍କୁ କ୍ୟାଚ୍‌ ଦେଇଥିଲେ। ଏହାପରେ କଲିନ୍‌ ଡି ଗ୍ରାଣ୍ଡହୋମ୍‌ ୧୦ ବଲ୍‌ରୁ ୨ ଚୌକା ସହ ୧୬ ରନ କରିଥିବା ବେଳେ ଭୁବନେଶ୍ୱରଙ୍କ ଏକ ବାଉନ୍ସରକୁ ଅପରକଟ୍‌ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ବଲ୍‌ ବ୍ୟାଟର ଏଜ୍‌ ନେଇ ଉଇକେଟକିପର ମହେନ୍ଦ୍ର ସିଂ ଧୋନୀଙ୍କ ହାତରେ ଧରାପଡିଥିଲା। ମିଡଲ ଓଭରରେ ଜାଡେଜା ଓ ପାଣ୍ଡ୍ୟା ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲେ। ବୋଲିଂରେ ଭାରତ ତରଫରୁ ବୁମ୍‌ରା, ଭୁବନେଶ୍ୱର, ଚହଲ, ପାଣ୍ଡ୍ୟା ଓ ଜାଡେଜା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଏହି ମ୍ୟାଚ୍‌ରେ ଆଶ୍ଚର୍ଯ୍ୟଜନକ ଭାବେ ଚଳିତ ବିଶ୍ୱକପ୍‌ରେ ହ୍ୟାଟ୍ରିକ ଅର୍ଜନ କରିଥିବା ମହମ୍ମଦ ସାମିଙ୍କୁ ଖେଳଯାଇ ନ ଥିଲା। ସେହିପରି କୁଲଦୀପ ଯାଦବଙ୍କ ବଦଳରେ ୟୁଜବେନ୍ଦ୍ର ଚହଲଙ୍କୁ ଅନ୍ତିମ ଏକାଦଶରେ ସାମିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri