Posted inଖେଳ

ଆଇସିସିର ନେତ୍ୱତ୍ୱ ନେଇପାରିବେ ଗାଙ୍ଗୁଲି :ଗାଓ୍ବାର

ନୂଆଦିଲ୍ଲୀ, ୧୫।୫(ପି.ଟି.): ବିଶ୍ୱ କ୍ରିକେଟର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ନେତୃତ୍ୱ ନେବା ପାଇ ଭାରତୀୟ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନିକଟରେ ଦକ୍ଷତା ରହିଛି। ଏକଥା କହିଛନ୍ତି ଇଂଲଣ୍ଡ ପୂର୍ବତନ ଅଧିନାୟକ ଡେଭିଡ ଗାଓ୍ବାର। ଆଇସିସିର ନେତୃତ୍ୱ ନେବା ପାଇଁ ତାଙ୍କ ପାଖରେ ରାଜନୈତିକ କୌଶଳ ରହିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ଭାବେ ସେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ବିଶ୍ୱ କ୍ରିକେଟରେ ଅଧ୍ୟକ୍ଷ ଭାବେ ବିସିସିଆଇ ଦାୟିତ୍ୱ ସମ୍ପାଦନା କରିବା ନିଶ୍ଚିତ ଭାବେ ଏକ କଷ୍ଟକର ବ୍ୟାପାର ଓ ସେ ଏହାକୁ ସଫଳତାର ସହ କରି ଦେଖାଇଛନ୍ତି। ଗାଙ୍ଗୁଲିଙ୍କ ପାଖରେ ନେତୃତ୍ୱ ନେବାର କଳା ରହିଛି। ତେଣୁ ଦିନେ ଆଇସିସିର ଅଧ୍ୟକ୍ଷ ହେବ ଓ ସଫଳତାର ସହ ଦାୟିତ୍ୱ ସମ୍ପାଦନ କରିବେ ବୋଲି ଗାଓ୍ବାର କହିଛନ୍ତି। ଗାଙ୍ଗୁଲି ମଧ୍ୟ ଜଣେ ସଫଳ କ୍ରିକେଟର ତାଙ୍କର ସାରା ବିଶ୍ୱ ତଥା ଭାରତରେ ଲକ୍ଷଲକ୍ଷ ପ୍ରଶଂସକ ମଧ୍ୟ ରହିଛନ୍ତି। ଯେକୌଣସି ପ୍ରକାର ପ୍ରଶାସନରେ ରାଜନୈତିକ କୌଶଳ ଜରୁରି ହୋଇଥାଏ। ପୁଣି ସମସ୍ତଙ୍କ ଏକାଠି ନେଇ ଚାଲିବାର ଦକ୍ଷତା ମଧ୍ୟ ଗାଙ୍ଗୁଲି ନିକଟରେ ରହିଛି। ବିସିସିଆଇ ଅଧ୍ୟକ୍ଷ ଭାବେ ସେ ଏପର୍ଯ୍ୟନ୍ତ ବହୁତ ସଫଳତା ପାଇଛନ୍ତି ବୋଲି ଗାଓ୍ବର ରହିଛନ୍ତି।
ଟେଷ୍ଟ ଫର୍ମାଟ ଦୃଷ୍ଟିକୋଣରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଯଥେଷ୍ଟ ଗୁରୁତ୍ୱ ରହିଛି। ଟେଷ୍ଟକୁ ବଞ୍ଚାଇ ରଖିବା ପାଇଁ ଆଇସିସି ତରଫରୁ ଏଭଳି ପ୍ରୟସା କରାଯାଇଛି। କ୍ରିକେଟରେ ଟେଷ୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫର୍ମାଟ। ଜଣେ କ୍ରିକେଟର ଏହି ଫର୍ମାରେ ହିଁ ପ୍ରକୃତ ପରୀକ୍ଷା ସମ୍ମୁଖୀନ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri