ଆଇବୁଢ଼ୀର ହାତେ ନାତି ନାତେନର ଭବିଷତ୍‌

ଭବାନୀପାଟଣା, ୧୬।୨ (ଡି.ଏନ୍‌.ଏ.)- ମୁଡ଼ ଗୁଁଜ୍‌ବାକେ ଘର ନାଇଁ କି ଭୋକ୍‌ ମେଟାବାକେ ଖାଏଦ୍‌ ନାଇଁ। ଇଆଡ଼େ କମେଇ ଖାଏବାକେ ଦିହିରେ ବଲ୍‌ବପୁ ନାଇଁ। ଉପରେ ନାତି ନାତେନର ବୋଝ୍‌ ଆଇବୁଢ଼ୀକେ ବୁଧିବନା କରିଦେଉଛେ। ଏନ୍‌ତା ଗୁଟେ ଦୁଖଦ୍‌ ଘଟନା ଦେଖବାକେ ମିଲିଛେ କଳାହାଣ୍ଡି ଜିଲା କଲମପୁର ବ୍ଲକ ଦେପୁର ପଁଚେତ୍‌ ଅଧୀନ ଘର୍ଲା ଗଁାରେ।
ସୂଚନା ଅନ୍‌ସାରେ ଘର୍ଲା ଗଁାର ବିଧବା ବୁରୁଧ୍‌ ରୁପାଙ୍ଗ ମାଝି(୭୦)। ପରିବାର କହେଲେ ଗୁଟେ ବଲି ପୁଓ ସୀତାରାମ(୩୪), ନାତେନ ତେଜସ୍ବିନୀ(୧୦) ଆର ନାତି ପୂର୍ଣ୍ଣଚନ୍ଦ୍ର(୭)କୁଁ ନେଇ ସଁସାର। ଆପ୍‌ନେ ନୀଲା ମାଝି ୧୦ ବଛର ତଲେ ଆରପାରକେ ଚାଲିଯାଇଛନ୍‌। ସେନ୍‌ତା ବଛର କେତେ ତଲେ ବହ ବି ଆରପାରକେ ଚାଲିଯାଇଛନ୍‌। ଏନ୍‌ତାଥି ପୁଓ ସୀତାରାମ ଝି’ପୁଓକେ ବୁଢ଼ୀ ମା’ ରୁପାଙ୍ଗକଁର ପାସେ ଛାଡ଼ି ବାହାର ରାଏଜ୍‌କେ ଦାଦନ ଖଟି ଯାଇଛନ୍‌। ସେ ୬ ମାସେ ଘାଏ ଘରକେ ଆସୁଛନ୍‌। ପିଲାଛୁଆକର ଅଭାବ ଅସବିଧା ଦେଖି ପଏସେ ଦୁଇପଏସା ଦେଇ ଫେନ୍‌ ଦାଦନ ଖଟବାକେ ପଲଉଛନ୍‌। ଉପେ ଶୂଇନ୍‌ ବୁରୁଧ୍‌ ରୁପାଙ୍ଗ ନାତି ନାତେନର ପେଟ୍‌ ପାଲବାର ଲାଗି ପରହର କାମ୍‌ବୁତା କରୁଛନ୍‌। ଇଆଡ଼େ ଆଦିବାସୀ ସମାଜର ଇ ପରିବାରଟା ନିହାତି ଗରିବ୍‌। ଜମିବାଡ଼ି, ଘରଡିହ, ସଁପତି ବଲି କିଛି ନାଇଁ। ଏନ୍‌ତାଥି ରୁପାଙ୍ଗ ନାତି ନାତେନକେ ଧରି ଗଁାରେ ଥିବାର ଦୁଇ ଝନ୍‌ ଲାଗେଲେସର ଅରକ୍ଷୀତ ମାଝି ଆର ଶୁକ୍ରୁ ମାଝିକଁର ଆଶ୍‌ରେଥି ଗୁଟେ ନଡ଼ାଛପର କୁରିଆରେ ମୁଡ଼ ଗୁଁଜିଛନ୍‌। ଇଆଡ଼େ ସରକାର ସାମାଜିକ ସୁରକ୍ଷା ଯୋଜନାରେ ସମାଜରେ ଅବହେଲିତ ଦୁଖି ଗରିବ୍‌କର ସୁରକ୍ଷା ଲାଗି ଅନେକ୍‌ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଦୁଖର କଥା ରୁପାଙ୍ଗ ସରକାରକଁର ସବୁପରକାର ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଇ ଦୁଖି ପରିବାର ଉପରେ ଜିଲା ଆର ଥାନୀଅ ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ରୁପାଙ୍ଗକୁଁ ଭତା, ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଲ, ବସୁନ୍ଧରା ଯୋଜନାରେ ଘର ଡିହ ଆର ଆବାସ ଯୋଜନାରେ ଘର ଖଁଡ଼େ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।