Posted inଖେଳ

ଆଇପିଏଲ୍‌: ବର୍ଣ୍ଣବୈଷମ୍ୟ ଆକ୍ଷେପ ନେଇ ସାମିଙ୍କ ଅଭିଯୋଗ

କିଙ୍ଗଷ୍ଟନ,୭।୬(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ମଧ୍ୟ ବର୍ଣ୍ଣବୈଷମ୍ୟ ଆକ୍ଷେପ ଭଳି କଳଙ୍କ ରହିଛି। ଏକଥା ବିଶ୍ୱାସ ନ ହେଲେ ବି ସତ ବୋଲି ଓ୍ବେଷ୍ଟଇଣ୍ଡିଜ ପୂର୍ବତନ ଅଧିନାୟକ ଡାରେନ୍‌ ସାମିଙ୍କ ଅଭିଯୋଗରୁ ସ୍ପଷ୍ଟ ହୋଇଛି। ଆଇପିଏଲ୍‌ ଖେଳିବା ବେଳେ ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ ପକ୍ଷରୁ ଆଇପିଏଲ୍‌ ଖେଳିବା ବେଳେ ଏହାର ଶିକାର ହୋଇଛି ବୋଲି ସେ କହିଛନ୍ତି।
କିଛିଦିନ ତଳେ ଆମେରିକାରେ ୪୬ ବର୍ଷୀୟ ଜର୍ଜ ଫ୍ଲଏଡ୍‌ ନାମକ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କୁ ଜଣେ ଗୋରା ପୋଲିସ ନିର୍ମମ ଭାବେ ହତ୍ୟା କରିଥିଲେ। ଏହାପରେ ଅମେରିକା ତଥା ସାରା ବିଶ୍ୱରେ ବର୍ଣ୍ଣବୈଷମ୍ୟ ନେଇ ପ୍ରତିବାଦ, ବିକ୍ଷୋଭ ତଥା ଆନ୍ଦୋଳନ ଦେଖାଦେଇଥିଲା। ‘ବ୍ଲାକ ଲାଇଭ୍ସ ମ୍ୟାଟର’ ନାମକ ଏକ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନ ସମର୍ଥନ କରି ସାମି ବର୍ଣ୍ଣବୈଷମ୍ୟ ଆକ୍ଷେପ କଥା କହିଛନ୍ତି। ଆଇପିଏଲ୍‌ ଖେଳିବା ବେଳେ ସେମାନେ ମୋତେ ଓ ଶ୍ରୀଲଙ୍କାର ଥିସାରା ପେରେରାଙ୍କୁ ‘କାଲୁ’ ବୋଲି ସମ୍ବୋଧନ କରୁଥିଲେ। ଏହାର ଅର୍ଥ ଦୃଢ଼ ବା ଶକ୍ତିମାନ ଘୋଡ଼ା ବୋଲି ଭାବିଥିଲି। କିନ୍ତୁ ଯେତେବେଳେ ଏହି ଶବ୍ଦର ଅର୍ଥ ଜାଣିବାକୁ ପାଇଥିଲି ସେତେବେଳେ ରାଗିଯାଇଥିଲି ବୋଲି ସାମି କହିଛନ୍ତି। ଏ ନେଇ ଏକ ସ୍କ୍ରିନ୍‌ ଶଟ୍‌ ଭାଇରାଲ ହୋଇଛି ଓ ଏହା ସାମିଙ୍କ ମୋବାଇଲର ବୋଲି କୁହାଯାଉଛି।
ଏହାପୂର୍ବରୁ କ୍ରିସ୍‌ ଗେଲ, ଆନ୍ଦ୍ରେ ରସେଲଙ୍କ ଭଳି ଖେଳାଳି ମଧ୍ୟ ବର୍ଣ୍ଣବୈଷମ୍ୟ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ତେବେ କେବେ ସେ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଥିଲେ ସେ ନେଇ ସାମି କିଛି କହିନାହାନ୍ତି। ବର୍ଣ୍ଣବୈଷମ୍ୟ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ସେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)କୁ ନିବେଦନ କରିଛନ୍ତି। ଆଇସିସି ସମେତ ଅନ୍ୟ ଦେଶର ବୋର୍ଡଗୁଡିକ ସାମାଜିକ ନ୍ୟାୟ ପ୍ରଦାନ ନେଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟପନ୍ଥା ଗ୍ରହଣ କିରବାର ଆବଶ୍ୟକତା ରହିଛି ବୋଲି ସାମି ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ତରଫରୁ ସାମି ୩୮ ଟେଷ୍ଟ, ୧୨୬ ଦିନିକିଆ ଓ ୬୮ ଟି୨୦ ମ୍ୟାଚ୍‌ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri