Categories: ଖେଳ

ଆଇପିଏଲକୁ ନେଇ ଅନିଶ୍ଚିତତା ବଢ଼ିଲା

ନୂଆଦିଲ୍ଲୀ, ୧୫।୪- କରୋନା ଭାଇରସ ସଂକ୍ରମଣ ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁବଢ଼ାଇବାପରେ ଇଣ୍ଡିଆନ ପ୍ରିିମିୟର ଲିଗ୍‌(ଆଇପିଏଲ)କୁ ପୁଣି ସ୍ଥଗିତ ରଖା ଯାଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମେ’ ୩ ପରେ ପରିସ୍ଥିତିର ସମୀକ୍ଷା କରିବାପରେ ଯାହା ନିଷ୍ପତ୍ତି ନେବ ବୋଲି ପ୍ରକାଶ କରାଯାଇଛି । ପ୍ରକାଶ ଯୋଗ୍ୟ ଯେ ଆଇପିଏଲ ପ୍ରକୃତରେ ମାର୍ଚ୍ଚ ୨୯ରେ ଆରମ୍ଭ ହେବାର ଥିଲା । ଭାରତ ସରକାର ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିବାପରେ ଏହାକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଆଇପିଏଲ ଏପ୍ରିଲ-ମେ’ରେ ହେବା ସମ୍ଭାବନା କମ୍‌ ଥିବାରୁ ଏଥିପାଇଁ ପରେ ସମୟ ବାହାର କରିବା କଷ୍ଟକର ହେବ ବୋଲି କୁହାଯାଉଛି । ପ୍ରକାଶ ଯୋଗ୍ୟ ଯେ ଆଗାମୀ ଅକ୍ଟୋବର-ନଭେମ୍ବରରେ ହେବାକୁଥିବା ଟି୨୦ ବିଶ୍ୱକପ ଯଦି ବାତିଲ ହୁଏ ତେବେ ସେହି ସମୟରେ ଏହି ଲିଗ୍‌ କରାଇବାକୁ ବିସିସିଆଇ ଚିନ୍ତା କରୁଥିବା କଳ୍ପନା ଜଳ୍ପନା ପ୍ରକାଶ ପାଉଛି ।

Share