ଆଇନ ଉଲ୍ଲଂଘନକାରୀଙ୍କଠାରୁ ୨୮ ହଜାର ୨ ଶହ ଜରିମାନା ଆଦାୟ

ବନ୍ତ,୨୮।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ଲକ୍‌ଡାଉନ୍‌ କଟକଣାକୁ କଡ଼ାକଡି କରାଯାଇଛି। ତେବେ ଏହି ସମୟରେ ଆଇନ ଉଲ୍ଲଂଘନକାରୀଙ୍କଠାରୁ ୨୮ ହଜାର ୨ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି ା ସେଥିମଧ୍ୟରୁ ୧୧ ଜଣଙ୍କ ଠାରୁ ୨୨ ହଜାର, ମୋଟରଯାନ ଆଇନରେ ୬ ହଜାର ଓ ମାକ୍ସ ବ୍ୟବହାର କରି ନ ଥିବା ଜଣେ ବ୍ୟକ୍ତିଙ୍କ ଠାରୁ ୨ ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି।