ଆଇନଜୀବୀ ସଂଘ, ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ଅଭିଯାନ

ଜୁନାଗଡ,୧୯।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ଆଇନଜୀବୀ ସଂଘ ଓ ସ୍ଥାନୀୟ ପୋଲିସ ପକ୍ଷରୁ ବୁଧବାର ଜେଏମ୍‌ଏଫସି କୋର୍ଟ ପରିସରରେ ସଡକ ସୁରକ୍ଷା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁନଷ୍ଠିତ ହୋଇଥିଲା। ଏଥିରେ ରାସ୍ତାରେ ଯାଉଥିବା ବାଇକ୍‌ ଚାଳକଙ୍କୁ ମୋଟରସାଇକେଲ ଚଳାଇବା ବେଳେ ସର୍ବଦା ହେଲମେଟ ବ୍ୟବହାର କରିବା, ଗାଡି ଚଳାଇବା ସମୟରେ ଫୋନ ବ୍ୟବହାର ନ କରିବା,୧୮ବର୍ଷରୁ କମ୍‌ ବାଳକଙ୍କୁ ଗାଡି ଚାଳନାଠାରୁ ଦୂରରେ ରଖିବା ଓ ଟ୍ରାଫିକ ନିୟମ ମାନି ସର୍ବଦା ଗାଡି ଚଳାଇବା ଆଦି ନେଇ ସଚେତନତା କରାଯାଇଥିଲା। ସଡକ ସୁରକ୍ଷା ସଚେତନତା ଅଭିଯାନରେ ଧର୍ମଗଡ ଏସ୍‌ଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା, ଏସ୍‌ଆଇ ଥବିର ବରିହା, ଜୁନାଗଡ ଆଇନଜୀବୀ ସଂଘ ସଭାପତି ସୁଧାଂଶୁ ଶେଖର ବରାଡ, ଉପସଭାପତି କୈଳାସ ଚୌଧୁରୀ, ସମ୍ପାଦକ ରମେଶ ନାଏକ, ପୂର୍ବତନ ସଭାପତି ହିମାଂଶୁ ଶେଖର ବରାଡ, ଅଶୋକ କୁମାର ପାତ୍ର, ସୁରେଶ ଚନ୍ଦ୍ର ପଣ୍ଡା, ମଦନମୋହନ ସାହୁ, ବାଳକୃଷ୍ଣ ଆଚାରୀ, ଶିଶିର ପଟ୍ଟନାୟକ, ବିଶ୍ୱନାଥ କର, ଜୟଦେବ ସୁନାନୀ, ଚିତ୍ତ ରଞ୍ଜନ ନିଆଲ, ଅନନ୍ତ ବେହେରା, ଜିତେନ୍ଦ୍ର ମେହେର, ଫିରୋଜ ବାରିକ, ନରେନ୍ଦ୍ର କ୍ଷିତି, ଧନେଶ୍ୱର ନାଏକ ପ୍ରମୁଖ ସାମିଲ ହୋଇଥିଲେ।