ଆଇନଜୀବୀଙ୍କୁ ମିଳିବ ୧୦ ହଜାର ସହାୟତା

କଟକ ଅଫିସ୍‌,୧୧।୫: କରୋନା ପ୍ରଭାବରେ ରୋଜଗାର ହରାଇଥିବା ଆଇନଜୀବୀଙ୍କୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥତ୍କ ସହାୟତା ମିଳିବ। ଓଡ଼ିଶା ରାଜ୍ୟ ଆଇନ୍‌ଜୀବୀ ପରିଷଦ ପକ୍ଷରୁ ଏ ନେଇ ପଦକ୍ଷେପ ନିଆଯାଇଛି। ପରିଷଦ ଦ୍ୱାରା ପ୍ରସ୍ତୁତ ଜରୁରିକାଳୀନ ଆର୍ଥତ୍କ ସହାୟତା ନିୟମ -୨୦୨୦କୁ ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆର ସାଧାରଣ ପରିଷଦରେ ଅନୁମୋଦନ ମିଳିଛି। ରାଜ୍ୟରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେବାକୁ ଥିବା ଏହି ନିୟମ ଅନୁଯାୟୀ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଦ୍ୱାରା ପ୍ରଭାବିତ ଆଇନ୍‌ଜୀବୀଙ୍କୁ ସହାୟତା ପ୍ରଦାନ କରାଯିବ।
ଲକ୍‌ଡାଉନ୍‌ ପ୍ରଭାବରେ କୋର୍ଟଗୁଡ଼ିକ ବନ୍ଦ ରହିଥିବାରୁ ଆଇନଜୀବୀମାନେ ସାମୟିକ ଭାବେ ରୋଜଗାର ହରାଇଛନ୍ତି। ତେଣୁ ସେମାନଙ୍କୁ ଆର୍ଥତ୍କ ସହାୟତା ପ୍ରଦାନ ପାଇଁ ବିଭିନ୍ନ ଓକିଲ ସଂଘ ତରଫରୁ ଦାବି ହୋଇଥିଲା। ଏ ନେଇ ଏପ୍ରିଲ୍‌ ୧ରେ ରାଜ୍ୟ ଆଇନଜୀବୀ ପରିଷଦର ସ୍ବତନ୍ତ୍ର କମିଟି ବୈଠକରେ ଆଲୋଚନା ହୋଇଥିଲା। ପରବର୍ତ୍ତୀ ସମୟରେ ‘ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଜରୁରିକାଳୀନ ଆର୍ଥତ୍କ ସହାୟତା ନିୟମ-୨୦୨୦’ ପ୍ରସ୍ତୁତ କରାଯାଇଥିଲା। ପ୍ରାକୃତିକ ଦୁର୍ବିପାକ ଦ୍ୱାରା ଆଇନ୍‌ଜୀବୀଙ୍କ ରୋଜଗାର ପ୍ରଭାବିତ ହେଲେ ସହାୟତା ପ୍ରଦାନ ପାଇଁ ଏହି ନିୟମରେ ବ୍ୟବସ୍ଥା ରହିଛି। ଏଥିପାଇଁ ୭ଜଣିଆ କମିଟି ଗଠନ ହେବ। ଆଇନଜୀବୀ ନିଜ ଓକିଲ ସଂଘ ସଭାପତି କିମ୍ବା ସମ୍ପାଦକଙ୍କଠାରୁ ଆବେଦନପତ୍ରରେ ଅନୁମୋଦନ ଆଣିବେ। ଆବେଦନଗୁଡ଼ିକ ଗଠିତ କମିଟି ପାଖରେ ଉପସ୍ଥାପନ କରାଯିବ। କମିଟି ଆବେଦନଗୁଡ଼ିକର ବିଚାର କରି ତାଲିକା ପ୍ରସ୍ତୁତ ପରେ ରାଜ୍ୟ ଆଇନଜୀବୀ ପରିଷଦ କିମ୍ବା ସ୍ବତନ୍ତ୍ର କମିଟି ପାଖକୁ ପଠାଇବେ। କୌଣସି ଆଇନଜୀବୀ ମିଥ୍ୟା ତଥ୍ୟ ଦେଇଥିଲେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ସମ୍ପୃୃକ୍ତ ସଂଘ କର୍ମକର୍ତ୍ତା ମଧ୍ୟ ଦାୟୀ ହେବେ। କୌଣସି ଆବେଦନକୁ ବାତିଲ କରିବାର ସମସ୍ତ କ୍ଷମତା ପରିଷଦ ପାଖରେ ରହିବ।

କେଉଁମାନଙ୍କୁ ମିଳିବ ସହାୟତା

ସହାୟତା ପାଇବାକୁ ଯୋଗ୍ୟ ଆଇନଜୀବୀଙ୍କ ପାଇଁ କେତେକ ସର୍ତ୍ତ ରଖାଯାଇଛି। ସେଗୁଡ଼ିକ ହେଲା ବାର୍ଷିକ ଆୟ ଦେଢ଼ ଲକ୍ଷ ଟଙ୍କାରୁ କମ୍‌ ହୋଇଥିବ। ସ୍ବାମୀ/ସ୍ତ୍ରୀ ସରକାରୀ/କର୍ପୋରେଟ୍‌ ସଂସ୍ଥାରେ ଚାକିିରି କରି ନ ଥିବେ କିମ୍ବା ପେନ୍‌ସନ୍‌ ପାଉ ନ ଥିବେ। ସହରାଞ୍ଚଳରେ ନିଜର ଘର କିମ୍ବା ଫ୍ଲାଟ୍‌ ନ ଥିବ, ୧୦ ଏକରରୁ ଅଧିକ ଚାଷ ଜମି ନ ଥିବ, ଅଭିଭାବକଙ୍କ ବ୍ୟକ୍ତିଗତ ଆୟ ନ ଥିବ, ଚାରିଚକିଆ ଯାନ ନ ଥିବ। ସେହିପରି ସେ ନିୟମିତ ଲ’ ପ୍ରାକ୍ଟିସ୍‌ କରୁଥିବେ, ରାଜ୍ୟ ଆଇନ୍‌ଜୀବୀ ପରିଷଦର ସଦସ୍ୟ ଥିବେ, ଅଲ୍‌ ଇଣ୍ଡିଆ ବାର୍‌ ଏକ୍ସଜାମିନେଶନ୍‌ରେ ଉତ୍ତୀର୍ଣ୍ଣ ହୋଇଥିବେ, ଜୁନିୟର୍‌ ଭାବେ କାମ କରୁଥିଲେ ୧୦ ହଜାରରୁ ଅଧିକ ଟଙ୍କା ମାସିକ ନେଉ ନ ଥିବେ, ଅନୁବନ୍ଧିତ ଓକିଲ ସଂଘର ଭୋଟର୍‌ ଥିବେ, ପେନ୍‌ସନ୍‌ ପାଉ ନ ଥିବେ, କେନ୍ଦ୍ର, ରାଜ୍ୟ ସରକାର କିମ୍ବା କୌଣସି ସରକାରୀ କି ଘରୋଇ ଉଦ୍ୟୋଗଠାରୁ ଫି’ ଗ୍ରହଣ କରୁ ନ ଥିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri