ଆଇଟି ରିଟର୍ନର ହେବ ଫେସ୍‌ଲେସ ଇ-ଆସେସ୍‌ମେଣ୍ଟ; ଜାରି ହେଲା ବିଜ୍ଞପ୍ତି

ମୁମ୍ବାଇ,୧୫-୯: ଆୟକର ରିଟର୍ନ ପ୍ରକ୍ରିୟାରେ ଫେସ୍‌ଲେସ୍‌ (ସାମ୍ନାସାମ୍ନି ନ ହୋଇ) ଆସେସ୍‌ମେଣ୍ଟ କରାଇବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଇ-ଆସେସ୍‌ମେଣ୍ଟ ସ୍କିମ୍‌ର ବିଜ୍ଞପ୍ତି ଜାରି କରାଯାଇଛି। ନୂଆ ବ୍ୟବସ୍ଥା ଦ୍ୱାରା ଆୟକର ଅଧିକାରୀଙ୍କୁ ସାମ୍ନା ନ କରି ଟିକସଦାତାଙ୍କ ରିଟର୍ନ ଯାଞ୍ଚ ତଥା ଅନ୍ୟାନ୍ୟ କାର୍ଯ୍ୟ କରାଯାଇ ପାରିବ। ଏହା ଦ୍ୱାରା ବ୍ୟବସ୍ଥାରେ ସ୍ବଚ୍ଛତା, ସମୟ ସଞ୍ଚୟ ହୋଇ ପାରିବ। ନୂଆ ବ୍ୟବସ୍ଥାରେ ଏସବୁ ସୁବିଧା ସତ୍ତ୍ୱେ ଟିକସ ବିଶେଷଜ୍ଞମାନେ ଏଥିରେ ଚ୍ୟାଲେଞ୍ଜ ରହିଥିବା ପ୍ରକାଶ କରିଛନ୍ତି। ସାରା ଦେଶରେ ଇ-ଆସେସ୍‌ମେଣ୍ଟ ବ୍ୟବସ୍ଥା ଲାଗୁ କରାଇବା ଲାଗି ଆୟକର ବିଭାଗ ପ୍ରସ୍ତୁତ ଥିବା ୨୦୧୮ ଫେବୃୟାରୀରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ବଜେଟ୍‌ ଭାଷଣରେ ଘୋଷଣା କରିଥିଲେ। ଏହା ଦ୍ୱାରା ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ବିନା କୌଣସି ସାମ୍ନାସାମ୍ନି ସମ୍ପର୍କରେ ରିଟର୍ନର ତର୍ଜମା କରାଯିବ। ବ୍ୟବସ୍ଥା ଦୃଢୀକରଣ ତଥା ସ୍ବଚ୍ଛତା ଆଣିବାରେ ଏହା ସହାୟକ ହେବ ବୋଲି ଜେଟ୍‌ଲୀ କହିଥିଲେ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଗତ ୨ ବର୍ଷ ହେବ ଏହି ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଦେଶର ୧୦୨ ସହରରେ ବଛାବଛା ଟିକସଦାତାଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ କରାଇଛି।
ନୂଆ ବ୍ୟବସ୍ଥା ଅନ୍ତର୍ଗତ ସିବିଡିଟି ଜାତୀୟ ଏବଂ ଆଞ୍ଚଳିକ ସ୍ତରରେ ଇ-ଆସେସ୍‌ମେଣ୍ଟ ସେଣ୍ଟର ସ୍ଥାପନ କରିବ। ଏହା ବାଦ୍‌ ଇ-ଆସେସ୍‌ମେଣ୍ଟର ଅନ୍ୟାନ୍ୟ ଆନୁଷଙ୍ଗିକ ୟୁନିଟ୍‌ ମଧ୍ୟ ସ୍ଥାପନ କରାଯିବାର ବ୍ୟବସ୍ଥା ରହିଛି। ଟିକସ ଅଧିକାରୀ ଏବଂ ଟିକସଦାତାଙ୍କ ମଧ୍ୟରେ ସମ୍ପର୍କ କେବଳ ଇଲେକଟ୍ରୋନିକ୍ସ ମାଧ୍ୟମରେ ହିଁ ହେବ। କୌଣସି ବ୍ୟକ୍ତିଙ୍କୁ ଆଇଟି ଅଫିସ ଯିବାକୁ ପଡିବ ନାହିଁ। କେତେକ ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଭିଡିଓ କନଫରେନ୍ସି ଯୋଗେ ମାମଲାର ଫଇସଲା କରାଯିବାକୁ ନିୟମରେ ଉଲ୍ଲେଖ ରହିଛି। କୌଣସି ମାମଲାର ଆସେସ୍‌ମେଣ୍ଟ ଅର୍ଡର ଚୂଡାନ୍ତ ହେବା ପରେ ଜାତୀୟ ଇ-ଆସେସ୍‌ମେଣ୍ଟ ସେଣ୍ଟର ସମସ୍ତ ଇଲେକଟ୍ରୋନିକ୍‌ ତଥ୍ୟକୁ ଜୁଡିସିଆଲ ଆଇଟି ଅଧିକାରୀଙ୍କୁ ପ୍ରଦାନ କରିବେ। ଏହି ଆଧାରରେ ଟିକସ ସଂଗ୍ରହ କିମ୍ବା ଜରିମାନା ଆଦାୟ ନେଇ ଅର୍ଡର ଜାରି କରାଯିବ। ଯଦି ଟିକସଦାତାଙ୍କର କୌଣସି ଅଭିଯୋଗ ଆସେ ତେବେ ଆଇଟି ଅଧିକାରୀ ଏଥି ସଂକ୍ରାନ୍ତ ରିପୋର୍ଟକୁ ଆପିଲେଟ୍‌ କମିଶନରଙ୍କୁ ପ୍ରଦାନ କରିବେ।
କ’ଣ ରହିଛି ପ୍ରକ୍ରିୟା
– ନ୍ୟାଶନାଲ ଇ-ଆସେସ୍‌ମେଣ୍ଟ ସେଣ୍ଟର(ଏନ୍‌ଏସି) ଟିକସଦାତାଙ୍କୁ ଧାରା ୧୪୨(୨) ଅନୁସାରେ ନୋଟିସ ଜାରି କରିବ। ଆସେସ୍‌ମେଣ୍ଟ ସମୟରେ ରହିଥିବା ସମସ୍ୟାକୁ ଏଥିରେ ବିଭାଗ ଜଣାଇବ। ପଞ୍ଜୀକୃତ ଇ-ମେଲ ଆକାଉଣ୍ଟରେ ଟିକସଦାତା ବିଭାଗକୁ ଉତ୍ତର ରଖିବେ।
– ଏନ୍‌ଏସି କୌଣସି ଆସେସ୍‌ମେଣ୍ଟ ମାମଲାକୁ ନିର୍ଦ୍ଦିଷ୍ଟ ଆଞ୍ଚଳିକ ଇ-ଆସେସ୍‌ମେଣ୍ଟ ସେଣ୍ଟର(ଆର୍‌ଏସି)କୁ ପ୍ରଦାନ କରିବ। ଏହା ସ୍ବୟଂକ୍ରିୟ ସିଷ୍ଟମ ଦ୍ୱାରା ହେବ।
– ଆସେସ୍‌ମେଣ୍ଟର ଯାଞ୍ଚ,ଟେକ୍ନିକାଲ, ରିଭ୍ୟୁ ୟୁନିଟ ଏନ୍‌ଏସି ସହ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବେ। କେଉଁ କାର୍ଯ୍ୟ କାହା ପରିସରରେ ଆସିବ ତାହା ସ୍ବୟଂକ୍ରିୟ ଭାବେ ନିର୍ଦ୍ଧାରଣ ହେବ।
– ଆର୍‌ଏସି ଡ୍ରାଫ୍ଟ ଆସେସ୍‌ମେଣ୍ଟ ଅର୍ଡର ପ୍ରସ୍ତୁତ କରିବା ସହ ଏହାକୁ ଏନ୍‌ଏସିକୁ ପଠାଇବ। ଉକ୍ତ ସେଣ୍ଟର ଏହାକୁ ଚୂଡାନ୍ତ କରିପାରେ କିମ୍ବା ଏହାର ପୁନଶ୍ଚ ତର୍ଜମା ଲାଗି ଅନ୍ୟ ରିଭ୍ୟୁ ୟୁନିଟକୁ ପଠାଇବା ଦିଗରେ ଟିକସଦାତାଙ୍କୁ ସୁଯୋଗ ଦିଆଯିବ।
– ଯଦି ଡ୍ରାଫ୍ଟ ଅର୍ଡର ତର୍ଜମା ପ୍ରସଙ୍ଗ ପରିସରଭୁକ୍ତ ହୋଇଥାଏ ଏହାକୁ ପୁନଶ୍ଚ ଆସେସ୍‌ମେଣ୍ଟ ୟୁନିଟକୁ ପଠାଯିବ। ପରେ ଏହା ଏନ୍‌ଏସିକୁ ଆସିବ।
– ଆସେସ୍‌ମେଣ୍ଟ ଥରେ ସମ୍ପୂର୍ଣ୍ଣ ହେବା ପରେ ସମସ୍ତ ଇଲେକଟ୍ରୋନିକ୍ସ ରେକର୍ଡ ଆଇଟି ଅଧିକାରୀଙ୍କୁ ପ୍ରଦାନ କରାଯିବ। ସେହି ଅନୁଯାୟୀ ସେ ଟିକସ ଡିମାଣ୍ଡ ଅସୁଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ମୁମ୍ବାଇ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୫.୨୫...

ବଦଳିବ ବ୍ୟାଙ୍କିଂ ସମୟ! ଓ଼୍ବାର୍କିଂ ଡେ ରହିବ ଏତିକି, ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୪ା୧୨: ଆଜିକାଲି କାର୍ଯ୍ୟ-ଜୀବନ ସନ୍ତୁଳନ ଏକ ପ୍ରମୁଖ ସମସ୍ୟା। ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଏହାର ବ୍ୟତିକ୍ରମ ନୁହଁନ୍ତି। ୟୁନିଅନଗୁଡ଼ିକ ବହୁ ଦିନ ଧରି ବ୍ୟାଙ୍କଗୁଡ଼ିକ ପାଇଁ...

ଡଲାର ତୁଳନାରେ ୯୦ ଟପିଲା ଟଙ୍କା, ସର୍ବକାଳୀନ ନିମ୍ନ ସ୍ତରକୁ ଖସିଲା

ମୁମ୍ବାଇ,୩ା୧୨: ଭାରତୀୟ ଟଙ୍କା ବୁଧବାର ଆମେରିକୀୟ ଡଲାର ତୁଳନାରେ ପ୍ରଥମ ଥର ପାଇଁ ୯୦ ଟଙ୍କା ସ୍ତର ଅତିକ୍ରମ କରିଛି। ଟଙ୍କାର ମୂଲ୍ୟ ଖସିଯାଇ ଡଲାର୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri