ଆଇକାର୍ଡ଼ା ପକ୍ଷରୁ କ୍ଷେତ୍ର ପରିଦର୍ଶନ

ବାଲେଶ୍ୱର ଅଫିସ,୨୯।୨- ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ଏବଂ ଅନ୍ତରାଷ୍ଟ୍ରୀୟ ଶୁଷ୍କାଞ୍ଚଳ କୃଷି ଗବେଷଣା ସଂସ୍ଥା(ଆଇକାର୍ଡ଼ା) ନୂଆଦିଲ୍ଲୀ ଦ୍ୱାରା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପରୀକ୍ଷାମୂଳକ ଭାବେ କରାଯାଉଥିବା କଣ୍ଟାବିହୀନ ନାଗଫେଣୀ ଏବଂ ଡାଲି ଜାତୀୟ ଫସଲର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରାଯାଇଛି। ଆଇକାର୍ଡ଼ାର ଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ଆଞ୍ଚଳିକ ସଂଯୋଜକ ଡ. ଆଶୁତୋଷ ସର୍କାର ଏବଂ ଜୋର୍ଡ଼ାନ ଦେଶରୁ ଆସିଥିବା ଆନ୍ତର୍ଜାତିକ ନାଗଫେଣୀ ବିଶେଷଜ୍ଞ ଡ. ସସାନ ହୁସେନଙ୍କ ସମେତ ଆଇକାର୍ଡ଼ାର ରାଜ୍ୟ ପ୍ରତିନିଧି ଶନିବାର ବାଲେଶ୍ୱର ଜିଲାର ନୀଳଗିରି, ଔପଦା, ଜଳେଶ୍ୱର ଏବଂ ବାଲିଆପାଳ ବ୍ଲକର ବିଭିନ୍ନ କ୍ଷେତ୍ରମାନ ପରିଦର୍ଶନ କରିଥିଲେ। ବିଭିନ୍ନ ଅଞ୍ଚଳରେ ଏହି ଟିମ୍‌କୁ ସଂସ୍ଥା ଦ୍ୱାରା ପରିଚାଳିତ ଗ୍ରାମ୍ୟ କୃଷକ କମିଟି, ଗ୍ରାମ୍ୟ ବିହନ ଭଣ୍ଡାରର ସଦସ୍ୟାସଦସ୍ୟମାନଙ୍କ ଦ୍ୱାରା ପାରମ୍ପରିକ ରୀତିରେ ସ୍ବାଗତ କରାଯାଇଥିଲା। ଆଇକାର୍ଡ଼ାର କ୍ଷେତ୍ର ପରାମର୍ଶଦାତା ପ୍ରଶାନ୍ତ କୁମାର ପଟେଲଙ୍କ ତତ୍ତ୍ୱାବଧାନରେ ଜିଲା ସଂଯୋଜକ ଏବଂ କ୍ଷେତ୍ର ସହାୟକମାନଙ୍କ ସହାୟତାରେ ଦିବସବ୍ୟାପୀ ବିଭିନ୍ନ କ୍ଷେତ୍ରରେ ଆୟୋଜନ କରାଯାଇ ପରୀକ୍ଷାମୂଳକ ଚାଷ ଭାବରେ ଆରମ୍ଭ ହୋଇଥିବା କଣ୍ଟାବିହୀନ ନାଗଫେଣୀ ଏବଂ ଖେସାରୀ ଫସଲ ବାବଦରେ ଆଲୋଚନା କରିଥିଲେ। ଅନୁର୍ବର ପାହାଡ଼ିଆ ପତିତ ଜମିରେ ଏହାକୁ ଚାଷ କରାଯାଉଥିବା ବେଳେ ଏଥିରେ ଜଳସେଚନର ଆବଶ୍ୟକତା ପଡ଼ି ନ ଥାଏ। ଏହା ମୃତ୍ତିକା କ୍ଷୟ ରୋକିବାରେ ବିଶେଷ ଭୂମିକା ଗ୍ରହଣ କରୁଥିବା ବେଳେ କଣ୍ଟାବିହୀନ ନାଗଫେଣୀ ମୁଖ୍ୟତଃ ଗାଈ, ଗୋରୁ, ଛେଳି, ମେଣ୍ଢାଙ୍କ ପାଇଁ ଏକ ଉତ୍ତମ ଖାଦ୍ୟ ହୋଇଥାଏ। ଏହାର ଫଳ ସୁସ୍ବାଦୁ ଏବଂ ମନୁଷ୍ୟ ଖାଦ୍ୟପଯୋଗୀ ହୋଇଥାଏ। ଏହାର ଫୁଲ, ଫଳ, ପତ୍ର ବା କାଣ୍ଡରୁ ବିଭିନ୍ନ ପ୍ରସାଧନ ସାମଗ୍ରୀ, ଓଷଧ, ଖାଦ୍ୟପଦାର୍ଥ ତିଆରି ହୋଇଥାଏ। ଏହି କଣ୍ଟାବିହୀନ ନାଗଫେଣୀ ଗଛ ପାଖାପାଖି ୧୫ରୁ ୨୦ବର୍ଷ ପର୍ଯ୍ୟନ୍ତ ଅମଳ ଦେଇଥାଏ। ଏହି ଟିମ୍‌ ବିଭିନ୍ନ ଅଞ୍ଚଳରେ ଥିବା ଫାଉଣ୍ଡେଶନ ନର୍ସରୀ, ଜିପି ଟ୍ରାଏଲ ଫିଲ୍ଡ, ଫାର୍ମର ଫିଲ୍ଡମାନ ବୁଲି ଦେଖିବା ସହ ପରାମର୍ଶ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri