Categories: ଜାତୀୟ

ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲା: ନିୟମ ଉଲ୍ଲଂଘନ ସମ୍ପର୍କରେ ଅଜଣା ଥିଲା ଏଫ୍‌ଆଇପିବି

ନୂଆଦିଲ୍ଲୀ,୨୪।୮: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ନିୟମ ଉଲ୍ଲଂଘନ ସମ୍ପର୍କରେ ଏଫ୍‌ଆଇପିବି ଅଜଣା ରହିଥିଲା। ଏନେଇ ତତ୍କାଳୀନ ଏଫ୍‌ଆଇପିବି ଅଧ୍ୟକ୍ଷ ସୁବ୍ବା ରାଓ ବୟାନ ଦେଇଛନ୍ତି। ସୁବ୍ବା ରାଓଙ୍କ ବୟାନକୁ ରେକର୍ଡ କରାଯାଇଛି। ତାଙ୍କ ସମୟରେ ଏହାକୁ କ୍ଲିୟରାନ୍ସ୍‌ ମିଳିଥିଲା। ଆଇଏନ୍‌ଏକ୍ସ୍‌ ମିଡ଼ିଆରେ ନିୟମର ପାଳନ କରାଯାଇଥିବା ନେଇ କୌଣସି ତଥ୍ୟ ବୋର୍ଡକୁ ପ୍ରଦାନ କରାଯାଇ ନ ଥିଲା। ଏହାର ଆବେଦନ ପତ୍ର ସହିତ ପ୍ରସ୍ତୁତ କରାଯାଇଥିବା ୨ ପୃଷ୍ଠାର ଲେଖାରେ କୌଣସି ନିୟମର ଅନୁପାଳନ କିମ୍ବା ଉଲ୍ଲଂଘନ ସମ୍ପର୍କରେ ସୂଚନା ନ ଥିଲା। ଯେହେତୁ ସବୁ ତଥ୍ୟ ଠିକ ଥିଲା ମଞ୍ଜୁରୀ ପାଇଁ ଏହାକୁ ତତ୍କାଳୀନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ପାଖକୁ ପଠାଯାଇଥିଲା। ତେବେ ଏଭଳି ଆବେଦନଗୁଡ଼ିକୁ ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ ଅନ୍ତର୍ଗତ ନିଷ୍ପତ୍ତି ନେବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖକୁ ପଠାଯିବାର ଆବଶ୍ୟକତା ଥିଲା। ମାତ୍ର ନିୟମ ଉଲ୍ଲଂଘନ ସମ୍ପର୍କରେ ଜଣା ନ ଥିବାରୁ ଏଭଳି କରାଯାଇ ନ ଥିବା ସୁବ୍ବା ରାଓ ବୟାନ ଦେଇଛନ୍ତି।

Share