ଆଇଆର୍‌ଡିଏ ନେଲା ନିଷ୍ପତ୍ତି;ଏଣିକି ମାସିକ ଭିତ୍ତିରେ ଦେଇ ହେବ ସ୍ବାସ୍ଥ୍ୟ ବୀମା ପ୍ରିମିୟମ

ନୂଆଦିଲ୍ଲୀ,୨୫-୯: ସ୍ବାସ୍ଥ୍ୟ ବୀମା ନେଉଥିବା ଗ୍ରାହକ ଏଣିକି ମାସିକ ଆଧାରରେ ବୀମା ପ୍ରିମିୟମ ଜମା କରିପାରିବେ। ଇନ୍‌ସ୍ୟୁରାନ୍ସ ରେଗୁଲେଟୋରି ଆଣ୍ଡ ଡେଭଲପ୍‌ମେଣ୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଆଇଆର୍‌ଡିଏ) ପକ୍ଷରୁ ନିୟମରେ ପରିବର୍ତ୍ତନ କରାଯାଇ ନିର୍ଦ୍ଦେଶ ଜାରି କରାଯାଇଛି। ସ୍ବାସ୍ଥ୍ୟ ବୀମା ପଲିସି ବିକ୍ରି କରୁଥିବା ସାଧାରଣ ବୀମା କମ୍ପାନୀଙ୍କ କ୍ଷେତ୍ରରେ ମଧ୍ୟ ଏହି ନୂଆ ନିୟମ ଲାଗୁ ହେବ। ଆଇଆର୍‌ଡିଏ ପକ୍ଷରୁ ନୂଆ ସର୍କୁଲାର ଜାରି କରାଯାଇଛି।
ଆଇଆର୍‌ଡିଏ ନିଜର ନିର୍ଦ୍ଦେଶରେ କହିଛି ଯେ, ଏବେ କୌଣସି ଗ୍ରାହକ ସାଧାରଣ ଅଥବା ସ୍ବାସ୍ଥ୍ୟ ବୀମା କମ୍ପାନୀଙ୍କଠାରୁ ମାସିକ, ତ୍ରୈମାସିକ ଅଥବା ୬ ମାସ ଆଧାରରେ ବୀମା ପ୍ରିମିୟମ ପୈଠ କରିପାରିବେ। ଏହାଛଡ଼ା ବାର୍ଷିକ ପ୍ରିମିୟମ ମଧ୍ୟ ଦେଇ ହେବ। ଏଥିସହିତ ବୀମା କମ୍ପାନୀ ପଲିସି ଡକ୍ୟୁମେଣ୍ଟକୁ ଛୋଟ ପରିବର୍ତ୍ତନ କରିପାରିବେ। ଏହାଦ୍ୱାରା ବୀମାଧାରୀଙ୍କୁ ପଲିସି ସମ୍ପର୍କରେ ଠିକ୍‌ ତଥ୍ୟ ମିଳିପାରିବ। ତେବେ ଏହାଦ୍ୱାରା ବୀମା ପଲିସି କଭରେଜ ନିୟମ ଓ ସର୍ତ୍ତରେ କୌଣସି ପ୍ରକାର ସଂଶୋଧନ କରାଯାଇପାରିବ ନାହିଁ ବୋଲି ସର୍କୁଲାରରେ କୁହାଯାଛି। ସେହିପରି ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ମଧ୍ୟ ବୀମା କିଣିପାରିବେ। ଏଥିପାଇଁ ବୀମା କମ୍ପାନୀଙ୍କୁ ଆଇଆର୍‌ଡିଏର ପ୍ରାକ୍‌ ଅନୁମତି ନେବାକୁ ହେବ। କମ୍ପାନୀଗୁଡ଼ିକ ପ୍ରିମିୟମ ରାଶିକୁ ୧୫ ପ୍ରତିଶତ ବଢ଼ାଇ ଅଥବା ହ୍ରାସ କରିପାରିବେ। ଆଇଆର୍‌ଡିଏ ପଲିସିଧାରୀଙ୍କୁ ବଡ଼ ଫାଇଦା ଦେବାକୁ ଯାଇ କହିଛନ୍ତି ଯେ, କମ୍ପାନୀ ଚାହିଁଲେ ନିଜର ଯେକୌଣସି ପଲିସିରେ ଗମ୍ଭୀର ରୋଗକୁ ଯୋଡି ପାରିବେ। ପୂର୍ବରୁ ଏହି ବ୍ୟବସ୍ଥା ନ ଥିଲା। ତେବେ ଏଥିଲାଗି ସେମାନଙ୍କୁ ସମସ୍ତ ଷ୍ଟେକ୍‌ ହୋଲ୍ଡର୍ସଙ୍କ ଠାରୁ ଅନୁମତି ନେବାକୁ ହେବ। ଏଥିଯୋଗୁ ପ୍ରିମିୟମ ରାଶି ଅପରିବର୍ତ୍ତିତ ରହିବ। ୮ ପୃଷ୍ଠାର ଏହି ସର୍କୁଲାର ସମ୍ପର୍କରେ ବଜାଜ୍‌ ଆଲିଆଞ୍ଜର ରିଟେଲ ହେଲ୍‌ଥ ମୁଖ୍ୟରଶ୍ମୀ ନନ୍ଦଗୀ କହିଛନ୍ତି ଯେ, ଆଇଆର୍‌ଡିଏ ଦ୍ୱାରା ସଂଶୋଧିତ ନିୟମକୁ ସେ ସ୍ବାଗତ କରୁଛନ୍ତି। ଏହାଦ୍ୱାରା ବୀମା ଉତ୍ପାଦର ବିକ୍ରି ବଢ଼ିବ ଓ ଉତ୍ପାଦ ଅଧିକ ସ୍ବଚ୍ଛ ହେବ। ଫଳରେ ଉଭୟ ବୀମା କମ୍ପାନୀ ଓ ଗ୍ରାହକଙ୍କୁ ଫାଇଦା ମିଳିବ। ଏଥିସହିତ କମ୍ପାନୀଙ୍କୁ ପଲିସିରେ କୌଣସି ପ୍ରକାର ସଂଶୋଧନ କରିବା ଲାଗି ଅଧିକ ସମୟ ଲାଗିବ ନାହିଁ। ତେବେ ଆଇଆର୍‌ଡିଏ ପକ୍ଷରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, କୌଣସି ବୀମା ଉତ୍ପାଦ ଶୁଭାରମ୍ଭ ହେବାର ୩ ବର୍ଷ ପରେ ହିଁ ବୀମା ପ୍ରିମିୟମରେ ସଂଶୋଧନ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍‌କା

ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…

ବଡ଼ ଘୋଷଣା: ଚଳିତ ବଜେଟରେ ବାହାର ଅତିଥିଙ୍କୁ ଖୁସି କରିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୨: ଶୁକ୍ରବାର ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଉଛି ବଜେଟ ୨୦୨୬-୨୭ । ଚଳିତ ଥର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି। ଗତ…

BA ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା: ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri