କଟକ,୧୫।୫: କଟକ କାଠଯୋଡ଼ି ନିକଟରେ ବଡ଼ ଦୁର୍ଘଟଣା । ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ାରୁ ଭୁବନେଶର ରୋଗୀ ନେଇକି ଯାଉଥିବା ବେଳେ କଟକ କାଠଯୋଡ଼ି ବ୍ରିଜ୍ ଉପରେ ଆମ୍ବୁଲାନ୍ସରୁ ତେଲ ସରିଗଲା। ଫଳରେ ଅକ୍ସିଜେନ ବନ୍ଦ ହୋଇ ଯାଇଥିଲା ଏବଂ ରୋଗୀର ମୃତ୍ୟୁ ଘଟିଛି ବୋଲି ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ କେନ୍ଦ୍ରାପଡ଼ାର ୨୭ ବର୍ଷିୟ ପ୍ରକାଶ କୁମାର୍ ତାଣ୍ଡି । ଘଟଣାର ପ୍ରକୃତ କାରଣ ଜଣା ପଡି ନାହିଁ।