Categories: ଖେଳ

ଅହମ୍ମଦାବାଦ୍‌ରେ ପିକେଏଲ୍‌ ଫାଇନାଲ ଖେଳାଯିବ

ଅହମ୍ମଦାବାଦ,୧୧।୯(ପି.ଟି.)- ଆସନ୍ତାମାସ ୧୯ ତାରିଖରେ ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଲିଗ୍‌ର ଏହି ସପ୍ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ଅହମ୍ମଦାବାଦ୍‌ରେ ଖେଳାଯିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ଏଠାରେ ପ୍ଲେ-ଅଫ୍‌ ମ୍ୟାଚ୍‌ଗୁଡିକ ମଧ୍ୟ ଖେଳାଯିବ। ଦୁଇଟି ଏଲିମିନେଟର ସମେତ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ଗୁଡିକ ଏଠାରେ ଆୟୋଜନ ହେବ। ଅକ୍ଟୋବର ୧୪ ତାରିଖରେ ଏଲିମିନେଟରଗୁଡିକ ଖେଳାଯିବ। ସେହିପରି ୧୬ ତାରିଖରେ ସେମିଫାଇନାଲ ଖେଳାଯିବ। ଏବେ ୧୨ଟି ଦଳ ମଧ୍ୟରୁ ଦବଙ୍ଗ ଦିଲ୍ଲୀ କେ.ସି. ୫୯ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଛି। ସେହିପରି ବେଙ୍ଗଲ ଓ୍ବାରିୟର ୪୮ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ୪୮ ପଏଣ୍ଟ ପାଇଁ ବେଙ୍ଗାଲୁରୁ ବୁଲ୍ସ ତୃତୀୟ ଓ ୪୬ ପଏଣ୍ଟ ପାଇ ହରିୟାଣା ଷ୍ଟିଲର୍ସ ଚତୁର୍ଥ ସ୍ଥାନରେ ରହିଛି। ବେଙ୍ଗାଲୁରୁ ବୁଲ୍ସ ଗତ ସଂସ୍କରଣରେ ଟାଇଟଲ ଜିତିଥିଲା। ଏପର୍ଯ୍ୟନ୍ତ ଲିଗ୍‌ରେ ୧୩୫ଟି ମ୍ୟାଚ୍‌ ଖେଳାଯାଇଛି।

Share