ଅହମ୍ମଦାବାଦ୍‌କୁ ବ୍ୟାପିଲା ଜେଏନ୍‌ୟୁ ହିଂସା: ଏବିଭିପି-ଏନ୍‌ଏସ୍‌ୟୁଆଇ କର୍ମକର୍ତ୍ତା ମୁହାଁମୁହିଁ

ଅହମ୍ମଦାବାଦ୍‌,୭।୧: ଜେଏନ୍‌ୟୁ ହିଂସା ନେଇ ଦେଶର ବିଭିନ୍ନ ସହରରେ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଗୁଜରାଟ ଅହମ୍ମଦାବାଦ୍‌ରେ ଏବିଭିପି-ଏନ୍‌ଏସ୍‌ୟୁଆଇ କର୍ମକର୍ତ୍ତା ମୁହାଁମୁହିଁ ହୋଇଛନ୍ତି। ଉଭୟପକ୍ଷଙ୍କ ମଧ୍ୟରେ ମାଡ଼ପିଟ ହୋଇଛି। ଏହା ସହିତ ଉଭୟ ପକ୍ଷଙ୍କ ମଧ୍ୟରେ ଟେକା ପଥର ମାଡ଼ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କେତେକ ସାଧାରଣ ଲୋକ ଆହତ ହୋଇଥିବା କୁହାଯାଉଛି। ଏବିଭିପି କାର୍ଯ୍ୟାଳୟ ନିକଟରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଛନ୍ତି।

Share