ଅସ୍ବାସ୍ଥ୍ୟକର ପରିବେଶରେ ଦୈନିକ ବଜାର

କାଶୀନଗର,୨୮ା୧(ଡି.ଏନ.ଏ.) – ଗଜପତି ଜିଲା କାଶୀନଗର ବସଷ୍ଟାଣ୍ଡ ନିକଟ ବଜାର ଆବର୍ଜନାପୂର୍ଣ୍ଣ ଓ ଅସ୍ବାସ୍ଥ୍ୟକର ପରିବେଶରେ ରହିଛି। ବଜାରରେ ପ୍ରତ୍ୟେକ ଦିନ ପନିପରିବା ଏବଂ ଆମିଷ ବିକ୍ରି ହେଉଛି। ହେଲେ ସଫେଇ ପ୍ରତି ଏନ୍‌ଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବା ଏଠାକୁ ଆସୁଥିବା ଗ୍ରାହକ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷରେ ନର୍ଦ୍ଦମା ଓ କୁଢ଼ କୁଢ଼ ଆବର୍ଜନା ଯୋଗୁ ବଜାର ଏବଂ ଏହା ନିକଟ ଅଞ୍ଚଳ କୁକୁର ଓ ଘୁଷୁରିଙ୍କ ଆଡ୍ଡାସ୍ଥଳୀ ପାଲଟିଛି।
ଉଲ୍ଲେଖନୀୟ ବିଷୟ ହେଲା ମୁରଲିଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଓଡ଼ିଶାର ରାଜ୍ୟପାଳ ଥିବା ସମୟରେ କାଶୀନଗର ଆସି ଏହି ବଜାର ଅଞ୍ଚଳରେ ଏକ ମାର୍କେଟ କମ୍ପ୍ଲେକ୍ସ ପାଇଁ ଶୁଭ ଦେଇଥିଲେ। ପରେ ସେଠାରେ କେତେକ ରୁମ୍‌ ନିର୍ମାଣ ହୋଇଥିଲା। ଏନ୍‌ଏସିର ତତ୍କାଳୀନ କର୍ତ୍ତୃପକ୍ଷ ବ୍ୟବସାୟ ପାଇଁ ପ୍ରତ୍ୟେକ କାଉନସିଲର୍‌ଙ୍କୁ ଗୋଟିଏ ଲେଖାଏ ରୁମ୍‌ ଦେବା ପାଇଁ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଏ ନେଇ ଜଣେ ପୂର୍ବତନ କାଉନସିଲର କହିଛନ୍ତ, ଏବେକାର ପାରଳାଖେମୁଣ୍ଡି ବିଧାୟକ ସେତେବେଳେ ମଧ୍ୟ ବିଧାୟକ ଥିଲେ। ହେଲେ ସେ ସମୟରେ ନିର୍ବାଚନ ଥିବା ଯୋଗୁ ସେ କାଉନସିଲର୍‌ମାନଙ୍କୁ ରୁମ୍‌ ନ ଦେବାପାଇଁ ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ତଦନୁଯାୟୀ କାଉନସିଲର୍‌ମାନଙ୍କୁ ଲିଜ୍‌ରେ ରୁମ୍‌ ଦେବା କାର୍ଯ୍ୟ ସ୍ଥଗିତ ରହିଥିଲା। ତେବେ ନିର୍ବାଚନ ଶେଷ ହେବା ପରେ ରୁମ୍‌ ଦେବାକୁ କେନ୍ଦ୍ରକରି ରାଜନୈତିକ କନ୍ଦଳ ସୃଷ୍ଟି ହେବା ଯୋଗୁ ପରବର୍ତ୍ତୀ ସମୟରେ ନିର୍ମିତ ରୁମ୍‌ଗୁଡ଼ିକ ଅବ୍ୟବହୃତ ପଡ଼ିଥିଲା। କେତେକ ବ୍ୟବସାୟୀ ଏନ୍‌ଏସିରୁ ଅନୁମତି ନେଇ ନିଜ ଖର୍ଚ୍ଚରେ ରୁମ୍‌ ଗୁଡ଼ିକରେ ଶଟର୍‌ ମଧ୍ୟ ଲଗାଇଥିଲେ। ମାତ୍ର ଆବର୍ଜନାମୟ ପରିବେଶ ସହ କୁକୁର ଓ ଘୁଷୁରିଙ୍କ ଆଡ୍ଡା ଯୋଗୁ ରୁମ୍‌ ଗୁଡ଼ିକ ବ୍ୟବହାର ହୋଇପାର ନ ଥିଲା। ତେବେ କେତେକ ରୁମ୍‌ର ଶଟର୍‌ କଳଙ୍କି ଲାଗି ନଷ୍ଟ ହୋଇଯିବା ପରେ ଏବେ ରୁମ୍‌ ଭିତରେ ଘୁଷୁରି ଆଶ୍ରୟ ନେଉଛନ୍ତି। ଏହା ବାହାରେ ମଧ୍ୟ ଦଳ ଦଳ ଘୁଷୁରି ଓ କୁକୁର ଶୋଇଥିବା ଦେଖିବାକୁ ମିଳୁଛି। ସେହିପରି ଦୁର୍ଗନ୍ଧ ଯୋଗୁ ଲୋକେ ସେଠାକୁ ଯିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ସରକାରୀ ଅର୍ଥ ବ୍ୟୟରେ ନିର୍ମିତ ରୁମ୍‌ଗୁଡ଼ିକ ଏପରି ‘ସର୍‌କାର୍‌ କା ମାଲ୍‌ ଦରିଆ ମେ ଡାଲ୍‌’ ନୀତିରେ ନଷ୍ଟ କରିବା ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ପନିପରିବା ଓ ଆମିଷ ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶୀଘ୍ର ବଜାର ଅଞ୍ଚଳକୁ ସଫା କରିବା ସହ ରୁମ୍‌ ଗୁଡ଼ିକର ଉପଯୁକ୍ତ ବ୍ୟବହାର କରିବା ପାଇଁ ଅଞ୍ଚଳବାସୀ ଓ ବ୍ୟବସାୟୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri