କୁନ୍ଦୁରା,୩୧ା୫(ଡି.ଏନ୍.ଏ.)- ରବିଋତୁରେ କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ବର୍ତ୍ତମାନ ୭୦ ପ୍ରତିଶତ ଧାନ ଅମଳ ହୋଇସାରିଛି। ଆଗକୁ ବର୍ଷା ଆଶଙ୍କାରେ ଚାଷୀମାନେ ଅମଳ ଧାନକୁ ଅସ୍ଥାୟୀ ମଣ୍ଡିରେ ଗଦା କରିଲେଣି। ଗତ ୨୫ ତାରିଖରେ ମଣ୍ଡି ଆରମ୍ଭ ହେବାର ଥିଲା। କିନ୍ତୁ ଏଯାବତ୍ କୌଣସି ସ୍ଥାନରେ ଧାନ କିଣାଯାଇନାହିଁ। ଅନ୍ୟପକ୍ଷରେ ଜୁନ୍ ୨/୩ରେ ଲଘୁଚାପ ଓ ପରେ ମୌସୁମୀ ପ୍ରବେଶ କରିବା ସମ୍ଭାବନା ଥିବାରୁ ବର୍ଷାରେ ଧାନ ଭିଜିବା ଭୟ ଚାଷୀଙ୍କୁ ଘାରିଛି।
କୁନ୍ଦୁରା ବ୍ଲକ ଅଧୀନରେ ଡଙ୍ଗରପାଉଁଶି, କୁନ୍ଦୁରା, ଖଟଲାପଦର, ଦିଗାପୁର, ତାରାପାଟ ଭଳି ଅଧିକ ଧାନ ଅମଳ ହେଉଥିବା ଅଞ୍ଚଳରେ ମଣ୍ଡି କରାଯିବା ସ୍ଥାନ ଚିହ୍ନଟ ହୋଇଛି। କିନ୍ତୁ ସେହି ସ୍ଥାନଗୁଡ଼ିକରେ ଏଯାବତ ସ୍ଥାୟୀ ମଣ୍ଡି କରାଯାଇପାରି ନାହିଁ ା ଫଳରେ ୨୦ ବର୍ଷ ହେବ ଚାଷୀମାନେ ନିଜ ଟଙ୍କାରେ ଅସ୍ଥାୟୀ ମଣ୍ଡିସ୍ଥଳକୁ ସଫାସୁତୁରା କରି ସେଠାରେ ଧାନ ଗଦା କରିବା ସହ ଏହାକୁ ଘୋଡ଼ାଇବା ପାଇଁ ତାରପୋଲିନ କିଣିଥାନ୍ତି ା ଏଠାରେ ଉଲ୍ଲେଖଯୋଗ୍ୟ ଯେ କୁନ୍ଦୁରା ବ୍ଲକ ମଣ୍ଡିସ୍ଥଳକୁ ସମସ୍ତ ପ୍ରକାର ବିଦ୍ୟୁତ, ପାଣି, ତାରପୋଲିନ ସୁବିଧା ଯୋଗାଇଦେବା ପାଇଁ ଦାୟିତ୍ୱରେ ରହିଛି ଜିଲାପାଳଙ୍କ ଦ୍ୱାରା ପରିଚାଳିତ ନିୟନ୍ତ୍ରିତ ବଜାର କମିଟି। କିନ୍ତୁ ଏହାସତ୍ତ୍ୱେ ଚାଷୀଙ୍କୁ କୌଣସି ସୁବିଧା ମିଳିପାରୁନାହିଁ ା ଗତ ରବି ଋତୁରେ ୧,୭୪୩ ଚାଷୀଙ୍କ ୧,୩୩,୧୮୭ କୁଇଣ୍ଟାଲ ଧାନ କିଣାଯାଇଥିଲା। ଚଳିତ ବର୍ଷ ମଧ୍ୟ ସେହି ସମାନ ପରିମାଣର ଧାନ କିଣାଯିବ। କିନ୍ତୁ ଏଥର ମଣ୍ଡିରେ ଧାନକିଣା ପାଇଁ ଧାର୍ଯ୍ୟ ହୋଇଥିବା ଦିନଠାରୁ ବିଳମ୍ବ ହେଲାଣି। ଅନ୍ୟପକ୍ଷରେ ଛୋଟ ଓ ଅଭାବି ଚାଷୀଙ୍କୁ ଦଲାଲମାନେ ୧୦୦୦/୧୨୦୦ ଟଙ୍କା ଦେଇ ଧାନ କିଣି ନେଉଛନ୍ତି।
ଗତ ରବିଋତୁ ଧାନକିଣା ପାଇଁ କୋରାପୁଟ ଜିଲାର କେବଳ ଦୁଇଟି ମିଲର୍ସଙ୍କୁ ସାମିଲ କରାଯାଇଥିବା ବେଳେ କଳାହାଣ୍ଡି ଜିଲାର ମିଲ୍ ମାଲିକଙ୍କୁ ମଧ୍ୟ ଏଥିପାଇଁ ଅନୁମତି ମିଳିଥିଲା। ଚାଷୀମାନେ ଏବେ ଧାନ ଗଦେଇ ନୟାନ୍ତ ହେବା ସହ ବାହାର ଜିଲାର ମିଲର୍ସ ମଣ୍ଡିସ୍ଥଳକୁ ପହଞ୍ଚତ୍ବା ପର୍ଯ୍ୟନ୍ତ ଅପେକ୍ଷାରେ ରହୁଛନ୍ତି ା ପ୍ରଶାସନ ମିଲର୍ସମାନଙ୍କୁ ପ୍ରତ୍ୟକ୍ଷ ଦାୟିତ୍ୱ ଦେଇଥିବା ବେଳେ ମିଲର୍ସମାନେ ଚାଷୀଙ୍କ ସହ ମୁଲଚାଲ କରିବା ବାହାନାରେ ସପ୍ତାହ ସପ୍ତାହ ଗଡ଼ାଉଥିବା ବେଳେ ବର୍ଷାରେ ଧାନ ଖରାପ ହେଲା କହି କୁଇଣ୍ଟାଲ ପିଛା ୫ରୁ ୭ କେଜି ଅଧିକ ଧାନ ନେବା ପାଇଁ ବାଧ୍ୟ କରୁଛନ୍ତି। ରବି ଋତୁରେ ଚାଷୀଙ୍କୁ ଧାନରେ ଅଧିକ ଲାଭ ମିଳିଥାଏ ା କିନ୍ତୁ ପ୍ରଶାସନ ନିର୍ଦ୍ଧାରିତ ସମୟରେ ଧାନ କିଣିଲେ, ମିଲର୍ସମାନେ ଚାଷୀଙ୍କ ସହ ମୁଲଚାଲ କରିବା ପାଇଁ ବାହାନା ମିଳିପାରି ନଥାନ୍ତା ା ବିଗତ ଦିନରେ ପ୍ରଶାସନ ନିର୍ଦ୍ଧାରିତ ସମୟରେ ଧାନ ନ କିଣିବା ଯୋଗୁ ବର୍ଷାରେ ଧାନ ଗଜା ହେଉଥିଲା। କେତେକ ଲାଞ୍ଚଖୋର ଅଫିସର ଏହାର ସୁଯୋଗରେ ମିଲର୍ସଙ୍କ ସହ ସଲାସୁତୁରା କରି ଅଧିକ ଧାନ କାଟି ଚାଷୀଙ୍କଠାରୁ କିଣୁଥିଲେ। ସରକାର କିମ୍ବା ମଣ୍ଡି ଦାୟିତ୍ୱରେ ଥିବା ପ୍ରଶାସନ ଏଭଳି ଅବ୍ୟବସ୍ଥା ସୁଧାରିବା ବଦଳରେ ଚାଷୀକୁଳକୁ ସମସ୍ୟା ଭିତରକୁ ଠେଲି ଦେଉଛନ୍ତି। କୁନ୍ଦୁରା ବ୍ଲକର ଡଙ୍ଗରପାଉଁଶି ଓ ଦିଗାପୁର ଅସ୍ଥାୟୀ ମଣ୍ଡିରେଧାନ ଗଦାଇ ସାରିଲେଣି ଚାଷୀ ା କିନ୍ତୁ ୪ ଦିନ ହେବ ସନ୍ଧ୍ୟାରେ ନିୟମିତ କାଳବୈଶାଖୀ ବର୍ଷା ହେଉଥିବାରୁ ଚାଷୀ ମଣ୍ଡିରେ ଧାନ ରଖି ନାହିଁ ନ ଥିବା ସମସ୍ୟା ଭୋଗୁଛି। ୩/୪ ଦିନ ମଧ୍ୟରେ ଅମଳ ହୋଇଥିବା ରବିଧାନକୁ ଅସ୍ଥାୟୀ ମଣ୍ଡିସ୍ଥଳରୁ କିଣିବା ପାଇଁ ପ୍ରଶାସନ ଓ ଜିଲା ଯୋଗାଣ ବିଭାଗ ତତ୍ପରତା ନ ଦେଖାଇଲେ, ଚାଷୀମାନେ କ୍ଷତି ସହିବାରୁ କେହି ରୋକିପାରିବେ ନାହିଁ।
ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର
ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…
ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର
ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…
ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…
କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…
କଲ୍ୟାଣସିଂହପୁର ବ୍ଲକ୍ରେ ବଳ ଦେଖାଇଲା ଭାଜପା: ବାଇକ୍ରେ କର୍ମୀ
କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…
କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍ ପ୍ରଶାସନ
ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…
ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…
ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…
କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….
ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…
ଟ୍ରିବ୍ୟୁନାଲ ରାୟ ପରେ ବଂଶଧାରା ନଦୀରେ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜଲା ଅନ୍ତର୍ଗତ ଚିରସ୍ରୋତା ପୁଣ୍ୟତୋୟା ବଂଶଧାରା ନଦୀ ଉପର ମୁଣ୍ଡରେ ଜଳ ଆନିକଟ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଦାବି ଉଠିଛି ।ଏ…
Archives

