ଅସ୍ଥାୟୀ ମଣ୍ଡିରେ ପଡ଼ିଛି ରବିଧାନ, କାଳବୈଶାଖୀକୁ ଡର

କୁନ୍ଦୁରା,୩୧ା୫(ଡି.ଏନ୍‌.ଏ.)- ରବିଋତୁରେ କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ବର୍ତ୍ତମାନ ୭୦ ପ୍ରତିଶତ ଧାନ ଅମଳ ହୋଇସାରିଛି। ଆଗକୁ ବର୍ଷା ଆଶଙ୍କାରେ ଚାଷୀମାନେ ଅମଳ ଧାନକୁ ଅସ୍ଥାୟୀ ମଣ୍ଡିରେ ଗଦା କରିଲେଣି। ଗତ ୨୫ ତାରିଖରେ ମଣ୍ଡି ଆରମ୍ଭ ହେବାର ଥିଲା। କିନ୍ତୁ ଏଯାବତ୍‌ କୌଣସି ସ୍ଥାନରେ ଧାନ କିଣାଯାଇନାହିଁ। ଅନ୍ୟପକ୍ଷରେ ଜୁନ୍‌ ୨/୩ରେ ଲଘୁଚାପ ଓ ପରେ ମୌସୁମୀ ପ୍ରବେଶ କରିବା ସମ୍ଭାବନା ଥିବାରୁ ବର୍ଷାରେ ଧାନ ଭିଜିବା ଭୟ ଚାଷୀଙ୍କୁ ଘାରିଛି।
କୁନ୍ଦୁରା ବ୍ଲକ ଅଧୀନରେ ଡଙ୍ଗରପାଉଁଶି, କୁନ୍ଦୁରା, ଖଟଲାପଦର, ଦିଗାପୁର, ତାରାପାଟ ଭଳି ଅଧିକ ଧାନ ଅମଳ ହେଉଥିବା ଅଞ୍ଚଳରେ ମଣ୍ଡି କରାଯିବା ସ୍ଥାନ ଚିହ୍ନଟ ହୋଇଛି। କିନ୍ତୁ ସେହି ସ୍ଥାନଗୁଡ଼ିକରେ ଏଯାବତ ସ୍ଥାୟୀ ମଣ୍ଡି କରାଯାଇପାରି ନାହିଁ ା ଫଳରେ ୨୦ ବର୍ଷ ହେବ ଚାଷୀମାନେ ନିଜ ଟଙ୍କାରେ ଅସ୍ଥାୟୀ ମଣ୍ଡିସ୍ଥଳକୁ ସଫାସୁତୁରା କରି ସେଠାରେ ଧାନ ଗଦା କରିବା ସହ ଏହାକୁ ଘୋଡ଼ାଇବା ପାଇଁ ତାରପୋଲିନ କିଣିଥାନ୍ତି ା ଏଠାରେ ଉଲ୍ଲେଖଯୋଗ୍ୟ ଯେ କୁନ୍ଦୁରା ବ୍ଲକ ମଣ୍ଡିସ୍ଥଳକୁ ସମସ୍ତ ପ୍ରକାର ବିଦ୍ୟୁତ, ପାଣି, ତାରପୋଲିନ ସୁବିଧା ଯୋଗାଇଦେବା ପାଇଁ ଦାୟିତ୍ୱରେ ରହିଛି ଜିଲାପାଳଙ୍କ ଦ୍ୱାରା ପରିଚାଳିତ ନିୟନ୍ତ୍ରିତ ବଜାର କମିଟି। କିନ୍ତୁ ଏହାସତ୍ତ୍ୱେ ଚାଷୀଙ୍କୁ କୌଣସି ସୁବିଧା ମିଳିପାରୁନାହିଁ ା ଗତ ରବି ଋତୁରେ ୧,୭୪୩ ଚାଷୀଙ୍କ ୧,୩୩,୧୮୭ କୁଇଣ୍ଟାଲ ଧାନ କିଣାଯାଇଥିଲା। ଚଳିତ ବର୍ଷ ମଧ୍ୟ ସେହି ସମାନ ପରିମାଣର ଧାନ କିଣାଯିବ। କିନ୍ତୁ ଏଥର ମଣ୍ଡିରେ ଧାନକିଣା ପାଇଁ ଧାର୍ଯ୍ୟ ହୋଇଥିବା ଦିନଠାରୁ ବିଳମ୍ବ ହେଲାଣି। ଅନ୍ୟପକ୍ଷରେ ଛୋଟ ଓ ଅଭାବି ଚାଷୀଙ୍କୁ ଦଲାଲମାନେ ୧୦୦୦/୧୨୦୦ ଟଙ୍କା ଦେଇ ଧାନ କିଣି ନେଉଛନ୍ତି।
ଗତ ରବିଋତୁ ଧାନକିଣା ପାଇଁ କୋରାପୁଟ ଜିଲାର କେବଳ ଦୁଇଟି ମିଲର୍ସଙ୍କୁ ସାମିଲ କରାଯାଇଥିବା ବେଳେ କଳାହାଣ୍ଡି ଜିଲାର ମିଲ୍‌ ମାଲିକଙ୍କୁ ମଧ୍ୟ ଏଥିପାଇଁ ଅନୁମତି ମିଳିଥିଲା। ଚାଷୀମାନେ ଏବେ ଧାନ ଗଦେଇ ନୟାନ୍ତ ହେବା ସହ ବାହାର ଜିଲାର ମିଲର୍ସ ମଣ୍ଡିସ୍ଥଳକୁ ପହଞ୍ଚତ୍ବା ପର୍ଯ୍ୟନ୍ତ ଅପେକ୍ଷାରେ ରହୁଛନ୍ତି ା ପ୍ରଶାସନ ମିଲର୍ସମାନଙ୍କୁ ପ୍ରତ୍ୟକ୍ଷ ଦାୟିତ୍ୱ ଦେଇଥିବା ବେଳେ ମିଲର୍ସମାନେ ଚାଷୀଙ୍କ ସହ ମୁଲଚାଲ କରିବା ବାହାନାରେ ସପ୍ତାହ ସପ୍ତାହ ଗଡ଼ାଉଥିବା ବେଳେ ବର୍ଷାରେ ଧାନ ଖରାପ ହେଲା କହି କୁଇଣ୍ଟାଲ ପିଛା ୫ରୁ ୭ କେଜି ଅଧିକ ଧାନ ନେବା ପାଇଁ ବାଧ୍ୟ କରୁଛନ୍ତି। ରବି ଋତୁରେ ଚାଷୀଙ୍କୁ ଧାନରେ ଅଧିକ ଲାଭ ମିଳିଥାଏ ା କିନ୍ତୁ ପ୍ରଶାସନ ନିର୍ଦ୍ଧାରିତ ସମୟରେ ଧାନ କିଣିଲେ, ମିଲର୍ସମାନେ ଚାଷୀଙ୍କ ସହ ମୁଲଚାଲ କରିବା ପାଇଁ ବାହାନା ମିଳିପାରି ନଥାନ୍ତା ା ବିଗତ ଦିନରେ ପ୍ରଶାସନ ନିର୍ଦ୍ଧାରିତ ସମୟରେ ଧାନ ନ କିଣିବା ଯୋଗୁ ବର୍ଷାରେ ଧାନ ଗଜା ହେଉଥିଲା। କେତେକ ଲାଞ୍ଚଖୋର ଅଫିସର ଏହାର ସୁଯୋଗରେ ମିଲର୍ସଙ୍କ ସହ ସଲାସୁତୁରା କରି ଅଧିକ ଧାନ କାଟି ଚାଷୀଙ୍କଠାରୁ କିଣୁଥିଲେ। ସରକାର କିମ୍ବା ମଣ୍ଡି ଦାୟିତ୍ୱରେ ଥିବା ପ୍ରଶାସନ ଏଭଳି ଅବ୍ୟବସ୍ଥା ସୁଧାରିବା ବଦଳରେ ଚାଷୀକୁଳକୁ ସମସ୍ୟା ଭିତରକୁ ଠେଲି ଦେଉଛନ୍ତି। କୁନ୍ଦୁରା ବ୍ଲକର ଡଙ୍ଗରପାଉଁଶି ଓ ଦିଗାପୁର ଅସ୍ଥାୟୀ ମଣ୍ଡିରେଧାନ ଗଦାଇ ସାରିଲେଣି ଚାଷୀ ା କିନ୍ତୁ ୪ ଦିନ ହେବ ସନ୍ଧ୍ୟାରେ ନିୟମିତ କାଳବୈଶାଖୀ ବର୍ଷା ହେଉଥିବାରୁ ଚାଷୀ ମଣ୍ଡିରେ ଧାନ ରଖି ନାହିଁ ନ ଥିବା ସମସ୍ୟା ଭୋଗୁଛି। ୩/୪ ଦିନ ମଧ୍ୟରେ ଅମଳ ହୋଇଥିବା ରବିଧାନକୁ ଅସ୍ଥାୟୀ ମଣ୍ଡିସ୍ଥଳରୁ କିଣିବା ପାଇଁ ପ୍ରଶାସନ ଓ ଜିଲା ଯୋଗାଣ ବିଭାଗ ତତ୍ପରତା ନ ଦେଖାଇଲେ, ଚାଷୀମାନେ କ୍ଷତି ସହିବାରୁ କେହି ରୋକିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲା ଜୀବନ 

ରାୟଗଡା,୨୦।୧୨(ଆଶିଷ ରଞ୍ଜନ ପଣ୍ଡା): ଭୟଙ୍କର ଦୁର୍ଘଟଣା। ଟ୍ରକ୍‌-ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ଦାଦନ ଖଟିବାକୁ ଯାଇ ଫସିଲେ ୯ ଯୁବକ, ପାଖରେ ଟଙ୍କା ନାହିଁ କି କାମ ନାହିଁ, ଭିଡିଓ କରି କହିଲେ…

ରାୟଗଡ଼ା,୧୮ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଖଣିଜ ସମ୍ପଦ ଭରା କାଶୀପୁର ବ୍ଲକରେ ବକ୍ସାଇଟ ପାଇଁ ବିଶ୍ବ ପରିଚିତ ଉତ୍କଳ ଆଲୁମିନା ଭଳି କମ୍ପାନୀ ରହିଛି।...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ

ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

ଚାଷ କାମ ପାଇଁ ଯାଇଥିଲେ, ହଠାତ୍‌ ଜଙ୍ଗଲରୁ ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

କଲ୍ୟାଣସିଂହପୁର,୩।୧୨(ଦୀପକ କୁମାର ପରିଡ଼ା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ପାରସାଲୀ ପଞ୍ଚାୟତ ଅଧୀନ ବୁଡୁଣି ଗାଁରେ ବୁଧବାର ସକାଳୁ ହାତୀ ଆକ୍ରମଣରେ ୩୨ ବର୍ଷୀୟ ବାଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri