ଅସ୍ଥାୟୀ କ୍ୟାମ୍ପ ପାଇଁ ଗାଇଡ୍‌ଲାଇନ ଜାରି

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟ ବାହାରୁ ଫେରୁଥିବା ଲୋକମାନଙ୍କ ଲାଗି ପଞ୍ଚାୟତ ଓ ପୌରାଞ୍ଚଳରେ ନିର୍ମାଣ ହୋଇଥିବା ଅସ୍ଥାୟୀ ଚିକିତ୍ସା ଶିବିର ବା କ୍ୱାରାଣ୍ଟାଇନ୍‌ ସେଣ୍ଟର ପରିଚାଳନା ନେଇ ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗାଇଡ୍‌ଲାଇନ ଜାରି କରାଯାଇଛି। ବାହାର ରାଜ୍ୟରୁ ଫେରୁଥିବା କୌଣସି ବ୍ୟକ୍ତିଙ୍କୁ ୧୪ଦିନିଆ କ୍ୱାରାଣ୍ଟାଇନ୍‌ ଶେଷ ନ ହେବା ଯାଏ ଘରକୁ ଛଡାଯିବ ନାହିଁ। ଏହି ସମୟରେ ମହିଳା, ପୁରୁଷ, ପିଲା, ବୃଦ୍ଧ, ରୋଗୀ, ଶାରୀରିକ ଓ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ଯେପରି କୌଣସି ଅସୁବିଧାରେ ନ ପଡନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଗର୍ଭବତୀ, କିଶୋରୀ, ସ୍ତନ୍ୟପାନ କରାଉଥିବା ମା’ଙ୍କ ପାଇଁ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ୩ ବିଷୟକୁ ଗାଇଡ୍‌ଲାଇନ୍‌ରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ସେଗୁଡିକ ହେଲା, ବ୍ୟକ୍ତି ସ୍ବାଧୀନତା, ସୁରକ୍ଷା ଏବଂ ଆତ୍ମସମ୍ମାନ। ପ୍ରଥମତଃ ମହିଳା ଓ ପୁରୁଷଙ୍କ ପାଇଁ ଅଲଗା ପାଇଖାନା ଓ ଗାଧୁଆ ଘର ବ୍ୟବସ୍ଥା କରିବା। ସମସ୍ତଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଏବଂ ତୃତୀୟତଃ ଜାତି, ଧର୍ମ ବର୍ଣ୍ଣ ନିର୍ବିିଶେଷରେ ସମସ୍ତଙ୍କୁ ସମ୍ମାନ ମିଳିବା ଦରକାର। କୌଣସି ପ୍ରକାର ଭେଦଭାବ ଯେପରି ନ ହେବ ସେଥିପ୍ରତି କଡା ଦୃଷ୍ଟି ରଖିବାକୁ ଉଲ୍ଲେଖ କରାଯାଇଛି। କ୍ୟାମ୍ପର ସମସ୍ତଙ୍କ ସମ୍ପୂର୍ଣ୍ଣ ବିରଣୀ ରେଜିଷ୍ଟ୍ରରରେ ଉଲ୍ଲେଖ କରାଯିବ। ପ୍ରତ୍ୟେକ କ୍ୟାମ୍ପରେ ସରପଞ୍ଚ, ନୋଡଲ ଅଫିସର, ସ୍ବାସ୍ଥ୍ୟ ଅଧିତ୍କାରୀ, ଆଶା, ଅଙ୍ଗନଓ୍ବାଡି କର୍ମୀ ଏବଂ ଏଏନ୍‌ଏମ୍‌ଙ୍କୁ ଯୋଗାଯୋଗ କରିବା ଲାଗି ସୂଚନା ବୋର୍ଡ ରହିବ। କ୍ୟାମ୍ପରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣାରେ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯିବ। କ୍ୟାମ୍ପଗୁଡିକୁ ଦିନକୁ ୩ ଥର ସଫା କରାଯିବ। ଛେପ ପକାଇବା, ଧୂମପାନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ସକାଳ ଜଳଖିଆ, ଦ୍ୱି ପ୍ରହରରେ ଭୋଜନ, ସନ୍ଧ୍ୟାରେ ଚା’ ଓ ସ୍ନାକ୍ସ ଏବଂ ରାତ୍ରିି ଭୋଜନ ପ୍ରଦାନ କରିବାକୁ କୁହାଯାଇଛି।

କ୍ୱାରାଣ୍ଟାଇନ୍‌ ସେଣ୍ଟର ଖର୍ଚ୍ଚ ଚୂଡ଼ାନ୍ତ: ଲକ୍‌ଡାଉନ ଯୋଗୁ ରାଜ୍ୟ ବାହାରେ ବହୁ ଶ୍ରମିକ ଫସି ରହିଛନ୍ତି। ଏହା ଉଠିବା ପରେ ଶ୍ରମିକମାନେ ଘରବାହୁଡା ଆରମ୍ଭ କରିବେ। ସେମାନଙ୍କ କରୋନା ପରୀକ୍ଷା ପାଇଁ ରାଜ୍ୟ ସରକାର ସବୁ ପଞ୍ଚାୟତ ଓ ପୌରାଞ୍ଚଳଗୁଡିକରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ(ଟିଏମ୍‌ସି), କ୍ୱାରାଣ୍ଟାଇନ୍‌ ସେଣ୍ଟର ନିର୍ମାଣ କରିଛନ୍ତିି। ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନେ ପହଞ୍ଚିବା ପରେ ସେଠାରେ ସେମାନଙ୍କୁ ରଖାଯାଇ ମାଗଣାରେ ଖାଇବା ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ରାଜ୍ୟ ସରକାର ଏହାର ସମସ୍ତ ଖର୍ଚ୍ଚ ବହନ କରିବେ। ଖାଦ୍ୟ, ପରିମଳ ଓ ଶୋଇବା ଆଦି ପାଇଁ ସରକାର ବ୍ୟୟ ବରାଦ କରିଛନ୍ତିି। ଏ ନେଇ ମଙ୍ଗଳବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତିଙ୍କର ଦିନକୁ ଖାଇବା ଖର୍ଚ୍ଚ ବାବଦରେ ୧୨୦ ଟଙ୍କା, ୧୪ ବର୍ଷରୁ କମ୍‌ ପିଲାଙ୍କ ପାଇଁ ୧୦୦ ଟଙ୍କା ପ୍ରତ୍ୟେକ ପଞ୍ଚାୟତ ଓ ପୌରସଂସ୍ଥାରେ ଥିବା କ୍ୱାରାଣ୍ଟାଇଇନ୍‌ ସେଣ୍ଟରକୁ ୧୪ ଦିନ ଲାଗି ଯୋଗାଇ ଦିଆଯିବ। ସେହିପରି ଜଣେ ବ୍ୟକ୍ତିଙ୍କୁ ଟୁଥ୍‌ ବ୍ରସ୍‌, ପେଷ୍ଟ, ଜିଭ ଛେଲା, ସାବୁନ, ତେଲ, ରେଜର, ସାନିଟାରି ପ୍ୟାଡ୍‌, ମଗ୍‌, ବଟଲ ଏବଂ ବାଲ୍‌ଟି ବାବଦରେ ୩୦୦ ଟଙ୍କା, ଅସ୍ଥାୟୀ କ୍ୟାମ୍ପ ପରିମଳ ଓ ସୁରକ୍ଷା ପାଇଁ ଦୈନିକ ୨ ହଜାର ଟଙ୍କା ପ୍ରଦାନ କରାଯିବ। ଏଥିସହିତ ପ୍ରତ୍ୟେକ ବେଡ୍‌ ପାଇଁ ଦୁଇଟି ବେଡ୍‌ସିଟ୍‌ ଓ ତକିଆ ବ୍ୟବସ୍ଥା କରିବାକୁ କୁହାଯାଇଛି। ବେଡ୍‌, ତକିଆ, ବେଡ୍‌ସିଟ୍‌ ଆଦି ଭଡାରେ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହି ଅର୍ଥ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏସ୍‌ଡିଆରଏଫ)ରୁ ଭରଣା କରାଯିବ ବୋଲି କୁହାଯାଇଛି। ଯଦି କିଣିବାକୁ ପଡିବ ତେବେ ଅନ୍ୟ ଯୋଜନାରୁ ଅର୍ଥ ବିନିଯୋଗ କରିବାକୁ କୁହାଯାଇଛି। ଏବାବଦରେ ହେଉଥିବା ସମସ୍ତ ଖର୍ଚ୍ଚ ହିସାବ ପ୍ରତ୍ୟେକ ଦିନ ରେଜିଷ୍ଟରରେ ଲେଖିବାକୁ ପରାମର୍ଶ ଦିଆଯାଇଛି। ଅସ୍ଥାୟୀ ଚିକିତ୍ସା ଶିବିରରେ କେତେଜଣ ରହୁଛନ୍ତି ସେମାନଙ୍କର ସମ୍ପୂର୍ଣ୍ଣ ବିବରଣୀ ସମ୍ପୃକ୍ତ ଜିଲା ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯିବ। ଏଥିସହିତ କେତେ ଲୋକ ସଫେଇ ବା ପରିମଳ କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନଙ୍କର ରେକର୍ଡ ରଖାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri