Categories: ଖେଳ

ଅସ୍ତ୍ରୋପଚାର ବେଳେ ହାର୍ଦ୍ଦିକ ପିନ୍ଧିଥିଲେ ୮୦ ଲକ୍ଷ ଟଙ୍କାର ଘଣ୍ଟା

ନୂଆଦିଲ୍ଲୀ,୭।୧୦: ବିଶ୍ୱକପ୍‌ରୁ ଭାରତୀୟ ଦଳ ବିଦାୟ ନେବା ପରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କେବଳ ଦୁଇଟି ମ୍ୟାଚ୍‌ ଖେଳିଛନ୍ତି। ନିକଟରେ ତାଙ୍କ ଅଣ୍ଟାର ନିମ୍ନ ଭାଗରେ ସଫଳ ଅସ୍ତ୍ରୋପଚାର କରାଯାଇଛି। ଏ ନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ୮୦ ଲକ୍ଷ ଟଙ୍କାର ଘଣ୍ଟା ପିନ୍ଧି ଏହି ଅସ୍ତ୍ରୋପଚାର କରାଇଛନ୍ତି ହାର୍ଦ୍ଦିକ। ଏହା ଜମାଟୋ ଉପସଭାପତି ରାହୁଲ ଗାଞ୍ଜୁଙ୍କ ଦୃଷ୍ଟି ଆକର୍ଷଣ କରିଛି। ହାର୍ଦ୍ଦିକ ପାଟେକ ଫିଲିପ୍‌ ନୈଟିଲସ ଘଣ୍ଟା ପିନ୍ଧିଛନ୍ତି, ଯାହାର ମୂଲ୍ୟ ୮୦ ଲକ୍ଷ ଟଙ୍କା। ଏହି ଘଣ୍ଟା ପାଇବା ପାଇଁ ୮ ବର୍ଷ ହେଲା ଓ୍ବେଟ୍‌ ଲିଷ୍ଟ ଲାଗି ଅବଧି ରହିଛି।

Share