ନବାତିହ,୧୮ା୪: ଲେବାନନ୍ ସହ ଇସ୍ରାଏଲ୍ର ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍ର ମେଫାଡାଉନ୍ ଗ୍ରାମ ବାହାରେ ୨ଟି ଆମ୍ବୁଲାନ୍ସ ଉପରେ ଆକ୍ରମଣ କରିଛି।
ବୁଧବାର ମଧ୍ୟ ଇସ୍ରାଏଲ୍ ଅନ୍ୟ ୨ଟି ଆମ୍ବୁଲାନ୍ସ ଉପରେ ଆକ୍ରମଣ କରିଥିଲା। ପ୍ରଥମ ୨ଟି ଆମ୍ବୁଲାନ୍ସ ଧ୍ୱଂସ ହୋଇଯାଇଥିବା ବେଳେ ସେଥିରେ ଥିବା ୮ କର୍ମଚାରୀଙ୍କ ମଧ୍ୟରୁ ୬ ଜଣ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିଲେ। ୩ଟି ଆକ୍ରମଣରେ ୪ ଜଣ ମେଡିକାଲ କର୍ମଚାରୀଙ୍କ ମୃତ୍ୟୁ ଘଟିବା ସହ ୬ ଜଣ ଆହତ ହେଲେଣି।
ଲେବାନନ୍ର ସ୍ବାସ୍ଥ୍ୟସେବା ସେକ୍ଟରକୁ ଇରାନ୍ ଟାର୍ଗେଟ କରୁଥିବାର ଏହା ସଦ୍ୟତମ ଉଦାହରଣ। ଗାଜାରେ ହମାସ୍ ବିରୋଧରେ ଆକ୍ରମଣ ବେଳେ ମଧ୍ୟ ଇସ୍ରାଏଲ୍ ହସ୍ପିଟାଲଗୁଡ଼ିକୁ ଟାର୍ଗେଟ କରୁଥିଲା।

