ଅସ୍ତିତ୍ୱ ହରାଇଛି ବ୍ରହ୍ମଗିରି, ଘରକୁ ଫେରିନାହାନ୍ତି ବିପନ୍ନ

ବ୍ରହ୍ମଗିରି,୩ା୬ : ସାମୁଦ୍ରିକ ଝଡ ଫନୀକୁ ଏକମାସ ପୂରିଛି। ଫନୀର ତାଣ୍ଡବ ଲୀଲାରେ ବ୍ରହ୍ମଗିରିର ଅସ୍ଥିତ୍ୱ ହରାଇବା ସହ ବଦଳିଯାଇଛି ରୂପରେଖ। ସବୁଆଡେ ଦେଖାଯାଉଛି ଶ୍ରୀହିନ। ଏକ ମାସ ପରେ ବି ବାତ୍ୟା ବିପନ୍ନମାନେ ନିଜ ବାସସ୍ଥାନକୁ ନ ଫେରି ବିଭିନ୍ନ ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟସ୍ଥଳୀରେ ପଡିରହିଛନ୍ତି। ବାତ୍ୟାରେ ଘରଦ୍ୱାର, ଶିକ୍ଷାନୁଷ୍ଠାନ ଓ ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି। ଡଙ୍ଗା, ହଜାର ହଜାର ଗଛ ଭାଙ୍ଗିଯାଇଥିବାରୁ ମତ୍ସ୍ୟଜୀବୀ ଓ ସ୍ଥାନୀୟଲୋକଙ୍କ ଆର୍ଥତ୍କ ମାନଦଣ୍ଡ ଦୋହଲିଯାଇଛି। ଏ ସବୁ ବିପଯର୍‌ୟୟ ସ୍ବତ୍ତ୍ୱେ ସ୍ବାଭାବିକ ହୋଇନି ଜୀବନ ଶୈଳୀ। ରାଜସ୍ବ ବିଭାଗ ପକ୍ଷରୁ ବ୍ରହ୍ମଗିରିରେ ଏପର୍ଯ୍ୟନ୍ତ କ୍ଷୟକ୍ଷତି ଆକଳନ ରିପୋର୍ଟ ଜିଲା ପ୍ରଶାସନକୁ ହସ୍ତାନ୍ତର କରାଯାଇ ନାହିଁ। ଗ୍ରାମଗୁଡ଼ିକରେ କେତେକ ଦଲାଲ ରାଜସ୍ବ ନିରୀକ୍ଷକଙ୍କ ସହ ଭିତିରି ସମ୍ପର୍କ ରଖି ଗରୀବ ଲୋକଙ୍କଠାରୁ ଘର ଭଙ୍ଗା କ୍ଷୟକ୍ଷତି କରିଦେବାକୁ କହି ଅର୍ଥ ଆଦାୟ କରୁଥିବାର ଅଭିଯୋଗ ହେଉଛି। ବ୍ରହ୍ମଗିରି ଅଞ୍ଚଳରେ ସମ୍ପୂର୍ଣ୍ଣ କେବେ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ତାହା ବିଭାଗୀୟ ଅଧିକାରୀଙ୍କ ପାଖରେ ଖବର ନାହିଁ । ବର୍ତ୍ତମାନ ଅସହୟ ତାତିକୁ ଗୁଳୁଗୁଳି ଗରମ ଫନୀର ଦୁର୍ଦଶାକୁ ଦୁଇଗୁଣିତ କରିପକାଉଛି।
ପାନୀୟ ଜଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ: ବାତ୍ୟାରେ ଅଧିକାଂଶ ନଳକୂପ ଭାଙ୍ଗିଯାଇଥିବା ବେଳେ ନଈ ଓ ପୋଖରୀ ପାଣିରେ ଗଛପତ୍ର ପଡିବାରୁ ତାହା ଦୂଷିତ ହୋଇ ପିଇବା ପାଇଁ ଅନୁପଯୋଗୀ ହୋଇପଡିଛି। ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ଯୋଗାଇ ଦିଆଯାଉଥିବା ପାଣି ତାହା ସମସ୍ତ ଗ୍ରାମକୁ ପହଞ୍ଚି ପାରୁନି ।
ଚିହ୍ନଟ ହୋଇପାରୁ ନାହାନ୍ତି ବିପନ୍ନ, ସରକାରୀ ସହାୟତାରୁ ବଞ୍ଚିତ:
ବାତ୍ୟାରେ ଲକ୍ଷାଧିକ ଲୋକ ବାସହରା ଥିବାବେଳେ ଅନେକ ଲୋକଙ୍କୁ ପଲିଥିନ ଖଣ୍ଡେ ମିଳିପାରି ନାହିଁ। ବ୍ଲକରେ ଅଧିକାଂଶ ଗରିବ ଲୋକଙ୍କ ଖାଇଟି କାର୍ଡ ନ ଥିବାରୁ ସେମାନେ ସରକାରୀ ସାହାଯ୍ୟରୁ ବଞ୍ଚିତ ହୋଇଛନ୍ତି। ଅଧିକାଂଶ ଲୋକ ଦିନରେ ଭଙ୍ଗା ଘରକୁ ସଜାଡୁଛନ୍ତି ଏବଂ ରାତି ହେଲେ ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲ ଘରକୁ ଚାଲି ଯାଉଛନ୍ତି। ଅନେକ ବିପନ୍ନଙ୍କୁ ପଲିଥିନ ମିଳି ନ ଥିବାରୁ ସେମାନେ ଘର ଉପରେ ନଡିଆ ଗଛର ବରଡା ପକାଇ ରହୁଛନ୍ତି।
ଶ୍ରୀହିନ ଗ୍ରାମ୍ୟ ସୌନ୍ଦର୍ଯ୍ୟ: ଗାଁଗୁଡିକୁ ଦେଖିଲେ ଏବେ ଶ୍ରୀହିନ ଲାଗୁଛି । ଗାଁ ମୁଣ୍ଡ ବରଗଛ, ନଡିଆ ବଗିଚା, ଆମ୍ବ ତୋଟା ଏବଂ ପୋଲାଙ୍ଗ ବଗିଚା ଆଉ ଦେଖିବାକୁ ମିଳୁନି। ଯେଉଁଆଡେ ଚାହିଁବ ଖାଲି ଖଁା ଖଁା ଲାଗୁଛି । ସତେ ଯେମତି ଫନୀର ଫଣାରେ ଏସବୁକୁ ଗିଳି ଦେଇ ଚାଲିଯାଇଛି। ସୁନ୍ଦର ଗାଁ ପରିବେଶ ଏବେ ଆଉ ନାହିଁ । ଛାଇ ମାରିବା ପାଇଁ ଗଛଟେ ଦେଖିବାକୁ ମିଳୁନି।
ଭୁଶୁଡି ପଡ଼ିଛି ଶିକ୍ଷା ବ୍ୟବସ୍ଥା: ବାତ୍ୟା ଯୋଗୁ ଏହି ବ୍ଳକର ଶିକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ବ୍ଲକର ପ୍ରାୟ ୨୨ହଜାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉପରେ କୋରଡା ମାଡ ହୋଇଛି। ବ୍ଲକର ୨୩୨ଟି ଶିକ୍ଷାଦାନ ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଏହି ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରାୟ ଶତକଡା ୮୦ ଭାଗ ଶ୍ରେଣୀଗୃହ ନଷ୍ଟ ହୋଇଯାଇଛି। ସରକାରୀ ଆକଳନରେ ୪୦ ବିଦ୍ୟାଳୟ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି। ସର୍ବ ଶିକ୍ଷା ଅଭିଯାନର କନିଷ୍ଠ ଯନ୍ତ୍ରୀ ଆଚାର୍ଯ୍ୟ ସୁଧୀର ପଣ୍ଡାଙ୍କ କହିବା ଅନୁଯାୟୀ ପ୍ରାୟ ୨୨କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ବିଦ୍ୟାଳୟ ଖୋଲିବାକୁ ଆଉ ୧୫ ଦିନ ରହିଲା।  ଏବେ ଏହି ଛାତ୍ରୀଛାତ୍ର କିପରି ପାଠ ପଢିବେ ତାହା ଚିନ୍ତାର କାରଣ ହୋଇପଡିଛି ା
ଏ ସମ୍ପର୍କରେ ମତଲାପୁର ଗ୍ରାମର କାଶୀନାଥ ନାୟକ କୁହନ୍ତି, ସହରଠାରୁ ପଲ୍ଲୀ ଜୀବନ ସ୍ବତନ୍ତ୍ର। ଗାଁ ଜୀବନ ସରସସୁନ୍ଦର ଥିବାବେଳେ ଫନୀ ପ୍ରଭାବରେ ଏହାର ସବୁଜୀମା ସମ୍ପୂର୍ଣ୍ଣ ଉଜୁଡି ଯାଇଛି। ଯେଉଁ ଗଛ ମୁଳରେ ଆମର ପିଲାଦିନ କଟିଥିଲା। ଆଜି ସେ ଧରାଶାୟୀ। ତାକୁ ସଜାଡିବାକୁ ଆମକୁ ଅନେକ ଦିନ ଲାଗିବ ା ଯାହା ଆମକୁ ବେଶୀ ମର୍ମାହତ କରୁଛି।
ସେହିପରି ସାତପଡାର ପରେଶ ଜାଲି କୁହନ୍ତି, ସାତପଡାର ପର୍ଯ୍ୟଟନ ଶିଳ୍ପ ଆମ ଅଞ୍ଚଳର ଭାତହାଣ୍ଡୀ ା ଏହାରି ଯୋଗୁ ଏ ଅଞ୍ଚଳର ୧୨ଶହ ପରିବାର ନିର୍ଭର କରନ୍ତି। କିନ୍ତୁ ଫନୀ ପରେ ଏସବୁ ନଷ୍ଟ ହୋଇଯାଇଛି। ବାତ୍ୟାକୁ ଏକ ମାସ ବିତିଯାଇଥିଲେ ମଧ୍ୟ ସାତପଡାର ପର୍ଯ୍ୟଟନ କେନ୍ଦ୍ର ଖାଁ ଖାଁ ପଡିଛି। ଯାହା ଫଳରେ ଆମେ ଜୀବିକା ହରାଇଛୁ। ବ୍ରହ୍ମଗିରି ଗ୍ରାମର ଭଗବାନ ନାୟକ କୁହନ୍ତି ଫନୀ ଯୋଗୁ ବ୍ରହ୍ମଗିରି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯାଇଛି।ଏହାର ପର୍ଯ୍ୟଟନ ଶିଳ୍ପ, ଅର୍ଥନୀତି ଏବଂ ଶିକ୍ଷା ବ୍ୟବସ୍ଥା ଭୁଶୁଡିଯାଇଛି। ଏକ ମାସ ବିତିଯାଇଥିଲେ ମଧ୍ୟ ଜୀବନଯାପନ ଶୈଳୀ ସ୍ବାଭାବିକ ହୋଇନି।  ଏବେ ବି ଅନେକ ଗାଁକୁ ବିଜୁଳି ପହଞ୍ଚତ୍ନି। ଇଣ୍ଟରନେଟ ବ୍ୟବସ୍ଥା କାମ କରୁ ନଥିବାରୁ ବ୍ୟାଙ୍କ, ଅଫିସିଆଲ କାମ ହୋଇପାରୁନି। ଯାହା ଫଳରେ ଆମେ ବିଭିନ୍ନ ସମସ୍ୟାରେ ଗତି କରୁଛୁ।
ସେହିପରି ଖରାଟିଆ ଧାନ ଅମଳ କରି ରଖିଥିବା ଚାଷୀଙ୍କ ମଧ୍ୟ ବାତ୍ୟା ଯୋଗୁ ସବୁ ନଷ୍ଟ ହୋଇଛି। କେମିତି ଏ ବର୍ଷକ ଚଳିବେ ତାହକୁ ନେଇ ଚିନ୍ତାରେ ରହିଛନ୍ତି ସ୍ଥାନୀୟ ଲୋକେ। ବ୍ରହ୍ମଗିରି ଅଞ୍ଚଳରେ ହେଉଥିବା ପରିବା ଚାଷ ବାଇଗଣ, ଭେଣ୍ଡି, କଲରା, ପୋଟଳ, କଖାରୁ, କାକୁଡି, ଲଙ୍କା, ଜହ୍ନି ସମେତ ଅନ୍ୟ ଫସଲ ସବୁ ଉଜୁଡି ଯାଇଛି। ସେହିପରି ଆମ୍ବ, ଲଙ୍କାମ୍ବ, ପଣସ, ପୋଲାଙ୍ଗ ଓ ନଡିଆ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସି ରହିଛନ୍ତି। ଏହି ସବୁ ଗଛ ଏବେ ଧରାଶାୟୀ ହୋଇ ମାଟିରେ ମିଶି ଯାଇଛି। କେମିତି ପରିବାର ଚଳାଇବେ ତାହାକୁ ନେଇ ଅଞ୍ଚଳବାସୀ ଚିନ୍ତାରେ ପଡି ଯାଇଛନ୍ତି ।

ସ୍ବାଧୀନ ଚମ୍ପତିରାୟ


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri