ଅସୁରକ୍ଷିତ ଅବସ୍ଥାରେ ମିନାବଜାର

ବ୍ରହ୍ମପୁର ଅଫିସ,୨୮ା୪-ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ସରିବାକୁ ଦୁଇଦିନ ବାକି ରହିଛି। ଦେଶୀ ବେହେରା ସାହିସ୍ଥିତ ମା’ଙ୍କ ଅସ୍ଥାୟୀ ମଣ୍ଡପ, ସାନବଜାର, ବଡ଼ବଜାର, ଗିରି ମାର୍କେଟ, ସବ୍‌ରେଜିଷ୍ଟ୍ରାର ଅଫିସ, ରାମଲିଙ୍ଗମ୍‌ ଟ୍ୟାଙ୍କ ରୋଡ, ସତ୍ୟ ନାରାୟଣ ମନ୍ଦିର ରାସ୍ତା, ଅନ୍ନପୂର୍ଣ୍ଣା ମାର୍କେଟ, ଗୌତମ ସିନେମା ହଲ ରାସ୍ତା, ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ରାସ୍ତା ପ୍ରଭୃତିରେ ସନ୍ଧ୍ୟା ହେବା କ୍ଷଣି ଲୋକାରଣ୍ୟ ହୋଇପଡ଼ୁଛି। ମିନା ବଜାରଗୁଡ଼ିକ ଅତ୍ୟନ୍ତ ଅସୁରକ୍ଷିତ ଅବସ୍ଥାରେ ରହିଛି। ଭିଡ଼ ଫାଇଦା ନେବାକୁ ଯାଇ ଅସାମାଜିକ ଯୁବକମାନେ ଗଣ୍ଡଗୋଳ ଘଟାଉଛନ୍ତି।

ବେଳେ ଟ୍ରାଫିକ ନିୟନ୍ତ୍ରଣ ସାଙ୍ଗକୁ ଲୋକଙ୍କ ଧନଜୀବନ ସୁରକ୍ଷା ଦେବାରେ ପୋଲିସ ଏକପ୍ରକାର ବିଫଳ ହୋଇଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଜିଲା ପ୍ରଶାସନ ପକ୍ଷରୁ ଅନୁମତି ପାଇଥିବା କହି ମିନା ବଜାର ସଂସ୍ଥା ମାଲିକମାନେ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ଟ୍ରାଫିକ ସମସ୍ୟା ଓ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ମିନା ବଜାରଗୁଡ଼ିକ ସହର ବାହାରେ ଖୋଲାଯିବା କଥା। ହେଲେ ସେହି ନିୟମ ଏଠାରେ ଲାଗୁ ହେଉନାହିଁ। ମିନା ବଜାର ପରିସରରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ। ଅନ୍ୟପଟେ ବିଦ୍ୟୁତ୍‌ ସଂଯୋଗ ନିୟମ ମୁତାବକ ହୋଇ ନ ଥିବା ଅଭିଯୋଗ ହେଉଛି। ମିନା ବଜାରକୁ ଆସୁଥିବା ଲୋକମାନେ ପାର୍କିଂ ସୁବିଧା ନ ପାଇ ରାସ୍ତା କଡ଼ରେ ଗାଡ଼ି ରଖୁଛନ୍ତି। ଫଳରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ରାସ୍ତା ପୂରା ଜାମ୍‌ ରହୁଛି। ଏନେଇ ଅଭିଯୋଗ କଲେ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। କେତେକ ଅସାମାଜିକ ବ୍ୟକ୍ତି ପୋଲିସକୁ ହାତ କରି ରାସ୍ତା କଡ଼ରୁ ପାର୍କିଂ ଆଳରେ ଚାନ୍ଦା ଆଦାୟ କରୁଛନ୍ତି। ଗୋଟିଏ ପଟେ ରାସ୍ତା ସଂକୀର୍ଣ୍ଣ ଥିବା ବେଳେ ଅନ୍ୟପଟେ ରାମଲିଙ୍ଗମ ପୋଖରୀ ରାସ୍ତା ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଏଭଳି ସ୍ଥିତିରେ ଏହି ରାସ୍ତା କଡ଼ରେ ଯାନବାହନ ପାର୍କିଂ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସ୍ବାଭାବିକ। ଟ୍ରାଫିକ ସମସ୍ୟା ଓ ଲୋକଙ୍କ ସୁରକ୍ଷାକୁ ନେଇ ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତି କୁହନ୍ତି, ମିନା ବଜାର ପାଇଁ ଅନୁମତି ମିଳିଥିବା କଥା ସେ ଶୁଣିଛନ୍ତି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ପାଳନ ସହ ୩ୟ ଓ ୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ଜିଲାରୁ ୩୦୦ କନଷ୍ଟେବଳ ଓ ୫ ଥାନାଧିକାରୀ ପୁରୀ ଓ କେନ୍ଦ୍ରାପଡ଼ା ଅଞ୍ଚଳକୁ ଡ୍ୟୁଟିରେ ଯାଇଛନ୍ତି। ଆମ ପାଖରେ ଥିବା ଓଆର କନଷ୍ଟେବଳ ଓ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟରଙ୍କୁ ନେଇ ମା’ଙ୍କ ଯାତ୍ରାସ୍ଥଳ ଓ ଅନ୍ୟ ଅଞ୍ଚଳରେ ଦେଖା ଦେଉଥିବା ଟ୍ରାଫିକ ସମସ୍ୟାର ସମାଧାନ କରାଯାଉଛି। ମିନାବଜାର ଯୋଗୁ ଟ୍ରାଫିକ ସମସ୍ୟା ଯଦି ଗୁରୁତର ହେବ ତା’ହେଲେ ସେ ଦିଗରେ ବିକଳ୍ପ ପଦକ୍ଷେପ ସ୍ବରୂପ ଏହାକୁ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯିବ। ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ପଣ୍ଡା କୁହନ୍ତି, ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ମିନା ବଜାର ସଂସ୍ଥା ମାଲିକମାନଙ୍କୁ ଅଗ୍ନି ନିର୍ବାପକ ବ୍ୟବସ୍ଥା କଡ଼ାକଡ଼ି ଭାବେ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ପରେ ଉପଜିଲାପାଳ ଦିଗନ୍ତ ରାଉତରାୟ କୁହନ୍ତି, ବ୍ରହ୍ମପୁରରେ ଖୋଲିଥିବା ତିନୋଟି ମିନା ବଜାରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବ୍ରହ୍ମପୁର ତହସିଲଦାରଙ୍କ ନେତୃତ୍ୱରେ ଟିମ୍‌ ଯାଞ୍ଚ କରି ତା’ର ରିପୋର୍ଟ ଉପଜିଲାପାଳଙ୍କ ନିକଟରେ ଦାଖଲ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

ଉତ୍କଳ ଦିବସରେ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ : ମନେ ପକାଇଲେ ନେତା ଓ ପ୍ରଶାସନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ): ସମଗ୍ର ରାଜ୍ୟରେ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ତାହା ପାଳନ ହୋଇଛି । ବିଡ଼ିଓ ଅଚ୍ୟୁତାନନ୍ଦ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri