ଅସାହା ବୁରୁଧ୍‌କଁର ଶବ୍‌କେ ଖଁଦ୍‌ ଦେଲେ ସାମାଜିକ କରମୀ

ବିଜେପୁର, ୨୧।୨(ଡି.ଏନ୍‌.ଏ.)- ମୁନୁଷ୍‌ ହିଁ ମୁନୁଷ୍‌ର ଦୁଖ୍‌, ଦରଦ୍‌ ବୁଝ୍‌ସି। ତାହାକେ ନିଜର କରିନେସି। ଇତାକେ କୁହାଯାଏସି ମାନବିକତା। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ବିଜେପୁର ବ୍ଲକ ଅଧୀନ ବିଲେଇପାଲିରେ ଥିବାର ପାର୍ବତୀ ଗିରି ବୃଦ୍ଧାଶ୍ରମରେ।
ସୂଚନା ଅନ୍‌ସାରେ ଇ ବ୍ଲକର ବଡ଼ ବାଉଁଶେନ ପଁଚେତ୍‌ ଅଧୀନ ଦେହେରୀପାଲି ଗଁାର କକିଆ ଭୁଏ(୭୫) ଆପ୍‌ନେ ନିତିଆ ଭୁଏକଁର ସଂଗେ ବଡ଼ା ଦୁଖେ ଦିନ୍‌ ବିତଉଥିଲେ। ହେଲେ ନିତିଆ ଆରପାରକେ ଚାଲିଗଲା ଉତାରୁ କକିଆକୁଁ ତାକର ଲାଗେଲେସରମାନେ ପର କରିଦେଲେ। ଏନ୍‌ତାଥି ସେ ବଡ଼ା ଗୁଲ୍‌ଗୁଲା ହେଇ ଗଁା ଗଁା ବୁଲି ଭିଖ୍‌ ମାଗି ନିଜର ପେଟ୍‌ ପାଲୁଥିଲେ। ଇ ଦୁରୁଶ୍‌ ଦେଖି କେତେ ସାମାଜିକ କରମୀ ତାହାକୁ ୩ ବଛର ତଲେ ପାର୍ବତୀ ଗିରି ବୃଦ୍ଧାଶ୍ରମରେ ଥଇଥାନ କରିଥିଲେ। ଗଲା ମାସେ ହେଲା ସେ ଦିହିପା ଖରାପ୍‌ରୁ ପଡ଼ି ରହିଥିଲେ। ଏନ୍‌ତାଥି ଗୁରୁବାର ବେଲାକେ ତାକର ମୁର୍‌ତୁ ହେଇଯାଇଥିଲା। ଇ ଖବର ପାଏଲାରୁ କେତେ ସାମାଜିକ କରମୀ ଆର ବୃଦ୍ଧାଶ୍ରମର ସଦସିଅମାନେ ପୁହୁଁଚିଥିଲେ। ଜିଲା ସାହୁ, ଲାଲ ସାହେବ ବାରିକ, ବିଜେପୁର କଲେଜର ଅଧ୍ୟକ୍ଷ ଡିଲେଶ୍ୱର ପ୍ରଧାନ, ଜଳନ୍ଧର ପଟେଲ ପରମୁଖ୍‌ ବୁରୁଧ୍‌କଁର ଶବକେ ଖଁଦ୍‌ ଦେଇଥିଲେ। ଆଶ୍‌ରମ ପାସେ ଥିବାର ଗୁଟେ ଖେତ୍‌ରେ ତାକର ଶବ୍‌ ସତ୍‌କାର କରାଯାଇଥିଲା। ଶବ ସତ୍‌କାର ସମିଆରେ ସୁବାସ ପ୍ରଧାନ, ଜୟପ୍ରକାଶ ଗିରି, ସାରଙ୍ଗ ଗିରି, ସବାର କୁମୁରିଆ, ସପନ କୁମାର ଭୋଇ, ବିକାଶ ସେଠ, ସଫେତ ବାରିକ, ମୁକେତଶ୍ୱର ପ୍ରଧାନ ପରମୁଖ ରହିଥିଲେ।