Posted inପୁରୀ

ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ସାମଗ୍ରୀ ଦେଲେ ସରପଞ୍ଚ

କାକଟପୁର,୨ା୪(ଡି.ଏନ୍‌.ଏ.): କରୋନା ଭୂତାଣୁର ମୁକାବିଲା ପାଇଁ ସରକାର ଲକଡାଉନ ଘୋଷଣା କରିଥିବାବେଳେ ଦିନ ମଜୁରିଆ, ଶ୍ରମିକ, ଅସହାୟ, ନିରାଶୟମାନଙ୍କ ପାଇଁ ଚଡ଼କ ସଦୃଶ ପାଲଟିଛି। ଏମାନଙ୍କ ରୋଜଗାର ବନ୍ଦ ହୋଇଯିବାରୁ ଦାନା ଯୋଗାଡ଼ କରିବାରେ ଅସମର୍ଥ ହୋଇପଡିଛନ୍ତି। ଏଭଳି ସମୟରେ କେତେକ ସହୃଦୟ ବ୍ୟକ୍ତି ଏମାନଙ୍କ ସାହା ହୋଇପଡ଼ନ୍ତି। ସେହିଭଳି କାକଟପୁର ବ୍ଲକ ଅନ୍ତର୍ଗତ ସୁହାଣପୁର ପଞ୍ଚାୟତ ଅଧୀନସ୍ଥ ଗୋପୀକାନ୍ତପୁର ଗ୍ରାମରେ ଲକଡାଉନ ଯୋଗୁ ଗ୍ରାମର କୈଳାସ ରଥ ଏକରକମ ଅସହାୟ ହୋଇପଡ଼ିଥିଲେ। ଏହି ସମୟରେ ଖବରପାଇ ସୁହାନପୁର ପଞ୍ଚାୟତ ତରଫରୁ ସରପଞ୍ଚ ସନ୍ଧ୍ୟାରାଣୀ କାଣ୍ଡି ନିଜେ ଯାଇ କୈଳାସଙ୍କୁ ଭେଟି ଚାଉଳ, ଡାଲି, ଆଳୁ, ବିସ୍କୁଟ ଇତ୍ୟାଦି ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିବା ସୂଚନା ମିଳିଛି। ଏଥିରେ ସରପଞ୍ଚ କାଣ୍ଡିଙ୍କ ସମେତ ଝୁମମଣୀ ସାହୁ, ସାମାଜିକ କର୍ମୀ ଆଶିଷ କାଣ୍ଡି, ପ୍ରଫୁଲ୍ଲ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଏହାକୁ ନେଇ ଉକ୍ତ ଅଞ୍ଚଳର ଗ୍ରାମବାସୀ ସରପଞ୍ଚଙ୍କୁ ପ୍ରଶଂସା କରିଛନ୍ତି। ସେହିପରି କାକଟପୁର ଅଞ୍ଚଳର ସ୍ବେଚ୍ଛାସେବୀ ସଂଗଠନ ୟୁଥ ମାସ ପକ୍ଷରୁ ମେଡିକାଲ ଛକ, କାକଟପୁର ବଜାରର ବିଭିନ୍ନ ସ୍ଥାନରେ ଅସହାୟ ବ୍ୟକ୍ତିମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି। ଏଥିସହ ବଜାରରେ ବୁଲୁଥିବା ଗୋରୁମାନଙ୍କୁ ମଧ୍ୟ ତୋରାଣି ଓ ଗୋଖାଦ୍ୟ ବଣ୍ଟନ କରିଥିଲେ। ଏହି ସ୍ବେଚ୍ଛାସେବୀ କାର୍ଯ୍ୟକ୍ରମରେ କାକଟପୁର ଥାନା ପୋଲିସ ଅଧିକାରୀ ଯୋଗ ଦେଇଥିବାବେଳେ ଲୋକମାନଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri