ଅସହାୟ ଅବସ୍ଥାରେ ୯ ପରିବାର

ଖଇରା,୨୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଶ୍ରୀରାମପୁର ଅଙ୍ଗନୱାଡି କେନ୍ଦ୍ର ଅଧୀନରେ ୯ ପରିବାର ଖାଦ୍ୟ ନ ପାଇ ଅସହାୟ ଅବସ୍ଥାରେ ରହିଛନ୍ତି। ସେମାନଙ୍କ ପାଖରେ ପ୍ରଶାସନ ପହଞ୍ଚିନାହିଁ। ସେମାନଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଶ୍ରୀରାମପୁର ଗ୍ରାମର ବିଶ୍ୱନାଥ ସାହୁ, ଭଗବାନ ପାତ୍ର, ଦୟାନିଧି ପାତ୍ର, ଜୟନ୍ତ ଦାସଙ୍କ ସମେତ ୯ ପରିବାର ଦୈନିକ ମଜୁରି ଲାଗି ଗୁଜୁରାଣ ମେଣ୍ଟାଉଥିଲେ। ଏବେ ଖାଦ୍ୟାଭାବ ଏହି ପରିବାରଗୁଡିକୁ ଚିନ୍ତାରେ ପକାଇଛି ା ଏ ସମ୍ପର୍କରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ଯୋଗାଯୋଗ କରିବାରେ ସମସ୍ତଙ୍କୁ ରାଶନକାର୍ଡରେ ୩ ମାସର ଖାଉଟିସାମଗ୍ରୀ ପ୍ରଦାନ କରାଯାଇଛି ା ଯଦି ଆବଶ୍ୟକ ପଡେ ତେବେ ତାଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ା