ଅସହାୟଙ୍କ ଆଲୋକବର୍ତ୍ତିକା

ଡାକ୍ତର ରବି କାନ୍ନନ ଆର୍‌

ଜାଣିଥିଲେ ତାଙ୍କ ପୁଅ ଦିନେ ବଡ଼ ନାମ ଅର୍ଜନ କରିବ। ମୋ ସ୍ବାମୀ ଓ ମୁଁ ସର୍ବଦା ଚାହିଁ ଆସିଥିଲୁ ପୁଅ ଡାକ୍ତର ହେଉ। ଏହି ବୃତ୍ତିରେ ରହିଲେ ସେ ସାଧାରଣ ଲୋକଙ୍କ ସେବା କରିପାରିବ। ପିଲାଟିବେଳୁ ସେ ଅତି ନମ୍ର ସ୍ବଭାବର ଥିଲା ଓ ନିଜ କାର୍ଯ୍ୟ ପ୍ରତି ଉତ୍ସର୍ଗୀକୃତ ରହିଆସିଛି। କୌଣସି ମାନ୍ୟତା ପାଇଲେ ସେ କଦାପି ଅତି ଖୁସି ହୁଏନା। ଯେତେବେଳେ ଯେଉଁ ସମ୍ମାନ ପାଇଛି ତାହା ଦ୍ୱାରା ଉତ୍ସାହିତ ହୋଇ ଲୋକଙ୍କୁ ଅଧିକ ସେବା ଯୋଗାଇ ଦେବା ପାଇଁ ଆଶାନ୍ବିତ ହୋଇଛି। ଆମେ ଏକ ସାଧାରଣ ଦକ୍ଷିଣ ଭାରତୀୟ ନିରାମିଷ ପରିବାରରୁ ଆସିଛୁ ଓ ଏବେ ଦେଶର ଏକ ସୁନ୍ଦର ସ୍ଥାନରେ ବାସ କରୁଛୁ। ଏଭଳି କଥା କହିଛନ୍ତି ରମନ ମାଗ୍‌ସେସେ ପୁରସ୍କାର ଲାଗି ମନୋନୀତ ହୋଇଥିବା ଆସାମର ସିଲ୍‌ଚରସ୍ଥିତ ଡାକ୍ତର ରବି କାନ୍ନନ ଆର୍‌ଙ୍କ ମାତା ଇନ୍ଦୁମତି। ଉଲ୍ଲେଖଯୋଗ୍ୟ, ଏସିଆର ନୋବେଲ ଭାବେ ପରିଚିତ ଏହି ସମ୍ମାନ ୧୯୫୮ରୁ ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରମନ ମାଗ୍‌ସେସେଙ୍କ ନାମରେ ଦିଆଯାଇଆସୁଛି। ନିଃସ୍ବାର୍ଥପର ଭାବେ ମର୍ଯ୍ୟାଦାଜନକ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ସଂସ୍ଥାକୁ ଏହି ପୁରସ୍କାର ଲାଗି ବଛାଯାଇଥାଏ। ଭୂଦାନ ଆନ୍ଦୋଳନର ପ୍ରବକ୍ତା ବିନୋବା ଭାବେ, ସେବାର ମୂର୍ତ୍ତିମନ୍ତ ପ୍ରତୀକ ମଦର ଟେରେସା, ରାଜନେତା ଜୟପ୍ରକାଶ ନାରାୟଣ, ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ସତ୍ୟଜିତ୍‌ ରାଏ, ବିଶିଷ୍ଟ କର୍ନାଟକୀ ଗାୟିକା ଏମ୍‌.ଏସ୍‌. ଶୁବୁଲକ୍ଷ୍ମୀଙ୍କଠାରୁ ଆରମ୍ଭ କରି ଶ୍ୱେତ ବିପ୍ଳବର ଜନକ ଭର୍ଗିଜ୍‌ କୁରିଏନ୍‌, କୃଷି ବିଜ୍ଞାନୀ ଏମ୍‌.ଏସ୍‌. ସ୍ବାମୀନାଥନ୍‌, ପ୍ରଶାସକ ଟି.ଏନ୍‌. ଶେଷାନ, ଡାକ୍ତର ପ୍ରକାଶ ଆମ୍‌ତେ, ବ୍ୟଙ୍ଗ ଚିତ୍ରକର ଆର୍‌.କେ. ଲକ୍ଷ୍ମଣ, ସାମ୍ବାଦିକ ପି. ସାଇନାଥ, ଇଞ୍ଜିନିୟର ତଥା ଶିକ୍ଷା ସଂସ୍କାରକ ସୋନମ ଓ୍ବାଙ୍ଗଚୁକ୍‌ଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ସାମାଜିକ ପରିବର୍ତ୍ତନ ଓ ବିଶ୍ୱ ସମ୍ମୁଖୀନ ହେଉଥିବା ଆହ୍ବାନକୁ ମୁକାବିଲା କରିବା ଦିଗରେ ସାମର୍ଥ୍ୟ ରଖିଥିବା ଏହି ଭାରତୀୟଙ୍କ ତାଲିକାରେ ରବି କାନ୍ନନ ସାମିଲ ହୋଇଥିବାରୁ ତାଙ୍କ ମାତା ଖୁସିବ୍ୟକ୍ତ କରିବା ସ୍ବାଭାବିକ।
ରବି ତାମିଲନାଡୁର ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ସେଠାକାର କିଲ୍‌ପଉକ ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ଏବଂ ନୂଆଦିଲ୍ଲୀସ୍ଥିତ ମୌଲାନା ଆଜାଦ ମେଡିକାଲ କଲେଜରୁ ସର୍ଜିକାଲ ଅନ୍‌କୋଲୋଜିରେ ମାଷ୍ଟର ଅଫ୍‌ ସର୍ଜରି ଡିଗ୍ରୀ ଅର୍ଜନ କରିଥିଲେ। ଏହା ପରେ ସେ ଚେନ୍ନାଇର ଅଦ୍ୟାର କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍‌ରେ ଯୋଗଦେଇ ଏହାର ମୁଖ୍ୟ ହୋଇଥିଲେ। ୨୦୦୬ରେ ତାଙ୍କର ଜଣେ ସହଯୋଗୀଙ୍କ ଅନୁରୋଧ କ୍ରମେ ସେ ଆସାମର କାଚର କ୍ୟାନ୍‌ସର ହସ୍ପିଟାଲ ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟର (ସିସିଏଚ୍‌ଆର୍‌ସି)କୁ ପରାମର୍ଶ ଦେବାକୁ ଯାଇଥିଲେ। ସେଠାରେ କେନ୍ଦ୍ରର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରିବା ଲାଗି ନିର୍ଦ୍ଦେଶକ ତାଙ୍କୁ ଅନୁରୋଧ କରିଥିଲେ। ଅସହାୟ, ଗରିବ କର୍କଟ ରୋଗୀଙ୍କ ପାଇଁ ଉକ୍ତ ଅଣଲାଭଦାୟକ ସଂସ୍ଥା କାର୍ଯ୍ୟ କରୁଥିବା ଅନୁଭବ କରିବା ପରେ ରବି ନିର୍ଦ୍ଦେଶକଙ୍କ କଥାକୁ ସମ୍ମାନ ଜଣାଇଥିଲେ। ଚେନ୍ନାଇଠାରେ ପ୍ରାକ୍ଟିସ୍‌ ଛାଡ଼ି ସେ ୨୦୦୭ରେ ପରିବାର ସହ ଆସାମର ସିଲ୍‌ଚର ଚାଲିଯାଇଥିଲେ।
ବାୟୁସେନା ଅଧିକାରୀଙ୍କ ପୁଅ ଭାବେ ରବି ଜଣେ ଦୃଢ଼ମନା ବ୍ୟକ୍ତି। ଯେତେବେଳେ ସେ ସିସିଏଚ୍‌ଆର୍‌ସିରେ ଯୋଗଦେଇଥିଲେ ସେତେବେଳେ କର୍ମଚାରୀ ସଂଖ୍ୟା ଥିଲା ମାତ୍ର ୨୩। ଏବେ ବଢ଼ି ୪୫୦ରେ ପହଞ୍ଚତ୍ସାରିଛି। ସେ କହନ୍ତି, ସଂସ୍ଥା ଏକ ସୋସାଇଟି ଦ୍ୱାରା ପରିଚାଳିତ ହେଉଥିଲେ ହେଁ ଯେତେବେଳେ ସାହାଯ୍ୟ ଓ ସହଯୋଗ ଲୋଡ଼ାଯାଇଛି ସେତେବେଳେ ରାଜ୍ୟ ଓ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେଇଛନ୍ତି। ଏହି କେନ୍ଦ୍ର ପ୍ରତିବର୍ଷ ପ୍ରାୟ ପାଞ୍ଚ ହଜାର ନୂଆ କର୍କଟ ରୋଗୀକୁ ବିନାମୂଲ୍ୟରେ କିମ୍ବା ଅତ୍ୟଧିକ ରିହାତି ମୂଲ୍ୟରେ ଚିକିତ୍ସା ସେବା ଯୋଗାଇ ଦେଉଛି। ଏପରି କି ବହୁ ଦୂରରେ ଥିବା ଗ୍ରାମାଞ୍ଚଳର ରୋଗୀଙ୍କ ଘରକୁ ରବିଙ୍କ ଟିମ୍‌ର ସଦସ୍ୟମାନେ ଯାଇ ମାଗଣା ଔଷଧ ଦେବା ସହ ସେବା ପ୍ରଦାନ କରୁଛନ୍ତି। ସ୍ବଳ୍ପ ବ୍ୟୟରେ କିଭଳି କ୍ୟାନ୍‌ସର ଚିକିତ୍ସା ମିଳିପାରିବ ସେହି ଦିଗରେ ରବି ବହୁବିଧ ପଦକ୍ଷେପ ନେଇଛନ୍ତି। ସେଥିମଧ୍ୟରୁ ରାଜ୍ୟର କେତେକ ଜିଲାରେ ‘ରିମୋଟ୍‌ କ୍ଲିନିକ୍‌’ ସ୍ଥାପନ କରାଯାଇଛି।
ନିଃସ୍ବାର୍ଥପର ସେବା ଲାଗି ୨୦୧୩ରେ ମେଡିସିନ୍‌ କ୍ଷେତ୍ରରେ ମହାବୀର ସମ୍ମାନ ଓ ୨୦୨୦ରେ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ ପାଇଥିବା ରବି କାନ୍ନନ ୨୦୨୩ ଲାଗି ରମନ ମାଗ୍‌ସେସେ ପୁରସ୍କାର ବିଜେତା ହୋଇଛନ୍ତି। ଉକ୍ତ ପୁରସ୍କାର ଲାଗି ତାଙ୍କ ନାମ ଘୋଷଣା ହେବା ପରେ ସେ ତାହାକୁ ତାଙ୍କ ହସ୍ପିଟାଲର ଏହା ସମ୍ମାନ ବୋଲି ଅଭିହିତ କରିଛନ୍ତି। ସେ କେବଳ ଏହାର ମୁଖ୍ୟ ଭାବେ ପୁରସ୍କାର ଗ୍ରହଣ କରିବାକୁ ଯିବେ ବୋଲି କହିଛନ୍ତି। ସମସ୍ତେ ଏକ ଟିମ୍‌ ଭାବେ କାର୍ଯ୍ୟ କରୁଛନ୍ତି ଓ ପ୍ରତ୍ୟେକଙ୍କ ଲକ୍ଷ୍ୟ ହେଉଛି ପ୍ରକଳ୍ପକୁ ସଫଳ କରିବା। ଏଠାରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି କେବଳ ସେମାନେ ନୁହନ୍ତି, ବାହାରୁ ଯେଉଁ ଲୋକମାନେ ଆମକୁ ସାହାଯ୍ୟ କରୁଛନ୍ତି ସମସ୍ତେ ଏହି ପୁରସ୍କାର ବିଜେତା ବୋଲି ରବି କହିଛନ୍ତି। ସେ କହନ୍ତି, କର୍କଟ ଅନ୍ୟ ରୋଗ ଭଳି ଆଯୋଗ୍ୟଯୋଗ୍ୟ। ଯେଭଳି କୌଣସି ରୋଗୀ କର୍କଟରେ ନ ମରିବେ ସେଥିଲାଗି ଯଥାସାଧ୍ୟ ପ୍ରୟାସ କରାଯାଉଛି। ଆସାମ ଓ ଉତ୍ତର ପୂର୍ବାଞ୍ଚଳର ଅନେକ ଅଞ୍ଚଳରେ ଲୋକଙ୍କ ଜୀବନଶୈଳୀ କର୍କଟ ରୋଗକୁ ଡାକିଆଣୁଛି। ତମାଖୁ, ଗୁଆ ସେବନ ଓ ଅତ୍ୟଧିକ ମଦ୍ୟପାନ ଯୋଗୁ ଲୋକେ ଏଥିରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଏଥିରୁ ଲୋକେ କିଭଳି ନିବୃତ୍ତ ରହିବେ ସେଥିଲାଗି ତାଙ୍କ ଟିମ୍‌ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ଏହି ଭାରତୀୟ ଡାକ୍ତରଙ୍କୁ ରମନ ମାଗ୍‌ସେସେ ସମ୍ମାନ ମିଳିବ ବୋଲି ଘୋଷଣା ହେବା ପରେ ତାଙ୍କୁ ସବୁଆଡ଼ୁ ଶୁଭେଚ୍ଛା ମିଳିବାରେ ଲାଗିଛି। ତେବେ ମାଗ୍‌ସେସେ ଫାଉଣ୍ଡେଶନ ତାଙ୍କ ବିଷୟରେ ଉଲ୍ଲେଖ କରିବାକୁ ଯାଇ କହିଛି ଯେ, ଡାକ୍ତର ରବି ନିଃସ୍ବାର୍ଥପର ଭାବେ ଯେଉଁ ଜନକଲ୍ୟାଣକାରୀ ସେବା କରୁଛନ୍ତି ସେଥିପାଇଁ ସେ ଅନେକ ନିୟୁତଙ୍କ ଲାଗି ଆଶାର ଆଲୋକବର୍ତ୍ତିକା ପାଲଟି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri