ଅସହାୟଙ୍କୁ ଖାଦ୍ୟ ପ୍ରଦାନ

ବାରିପଦା ଅଫିସ, ୨୮ା୩- କରୋନା ଭାଇରସ ସଂକ୍ରମଣକୁ ରକ୍ଷା ପାଇବା ପାଇଁ ସାରା ଦେଶକୁ ଲକ୍‌ଡାଉନ କରାଯାଇଛି। ସହରରେ ସବୁ ଦୋକାନ ବଜାର ବନ୍ଦ ରହିଛି। ଫଳରେ ଅସହାୟ ଓ ରାସ୍ତାକଡ଼ରେ ବୁଲୁଥିବା ମାନସିକ ବିକୃତ ବ୍ୟକ୍ତି ହଇରାଣ ହେଉଛନ୍ତି। ଏଭଳି ସମୟରେ ସାହାଯ୍ୟର ହାତ ବଢ଼ାଇଛି ବାରିପଦା ହେଲପିଙ୍ଗ ବୟ ଅନୁଷ୍ଠାନ। ଅନୁଷ୍ଠାନର ସଦସ୍ୟମାନେ ଶୁକ୍ରବାର ସହରର ବିଭିନ୍ନ ସ୍ଥାନରେ ଅସହାୟ ଲୋକମାନଙ୍କୁ ଖାଦ୍ୟ ପ୍ରଦାନ କରିଥିଲେ। ଖାଲି ଯେ ଖାଦ୍ୟ ପ୍ରଦାନ କରିଥିଲେ ତାହା ନୁହେଁ ଖାଇବାକୁ ଦେବା ପୂର୍ବରୁ ହ୍ୟାଣ୍ଡୱାସ୍‌ରେ ସେମାନଙ୍କ ହାତକୁ ଧୋଇଥିଲେ। ରାହୁଲ କରନଙ୍କ ନେତୃତ୍ୱରେ ଯୁବକମାନେ ସହର ମଧ୍ୟରେ ବୁଲୁଥିବା ସମସ୍ତ ମାନସିକ ବିକୃତ ଓ ଗରିବ ଲୋକଙ୍କୁ ଖାଦ୍ୟ ପଦାର୍ଥ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଲଲିତ ସରକାର, ସରୋଜ ପଦାର,ସାଗର ପାତ୍ର, ରାଜେଶ ପ୍ରହରାଜ,ରାକେଶ ମହାନ୍ତି, କାହ୍ନୁ ଚରଣ ଶତପଥୀ, ପ୍ରଭାସ କୁମାର ସାହୁ, ବିଶ୍ୱଜିତ ଭୂୟାଁ, ସୁବ୍ରତ କୁମାର ଦାସ, ଶୋଭନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।